ETV Bharat / bharat

ଦିଲ୍ଲୀରେ ପୁଣି ଅନଶନ କରିବେ ଆନ୍ନା ହଜାରେ - Anna Hazare will agitate in Delhi

ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ଅନଶନ ପାଇଁ ଚେତାବନୀ । କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ଏମଏସପି ବା ସର୍ବନିମ୍ନ ବିକ୍ରୟ ଦର ନିଶ୍ଚିତ କରିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ କାର୍ଯ୍ୟକାରୀ କରାଯାଉନାହିଁ । ଅଧିକ ପଢନ୍ତୁ...

Anna Hazare will agitate in Delhi
ଆନ୍ନା ହଜାରେ ଦିଲ୍ଲୀରେ ପୁଣି ଅନଶନ କରିବେ
author img

By

Published : Jan 3, 2021, 7:28 PM IST

ମୁମ୍ବାଇ: ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ଅନଶନ ପାଇଁ ଚେତାବନୀ । କେନ୍ଦ୍ର ସରକାର ସ୍ବାମୀନାଥନ କମିଟି ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉନାହିଁ । ଏହାକୁ ବିରୋଧ କରି ଚେତାବନୀ ଦେଇଛନ୍ତି ଯେ ଯଦି କେନ୍ଦ୍ର ଏହି ଦାବିକୁ ଗ୍ରହଣ ନକରନ୍ତି ତେବେ ଦିଲ୍ଲୀରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ।

ଆନ୍ନା ହଜାରେ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ସରକାର ତିନ ବର୍ଷ ହେଲା ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅଣଦେଖା କରି ଆସୁଛନ୍ତି । ସ୍ବାମୀନାଥନ ଆୟୋଗର ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ମୂଲ୍ୟ ନିଶ୍ଚିତ କରିବାକୁ ପ୍ରତିଶୃତି ଦେଇଥିଲେ। ସେହି ଭଳି ଶସ୍ୟ ଏବଂ ଡାଲି ସହିତ ଫଳ, କ୍ଷୀର, ପନିପରିବା, ଆଳୁ ଏବଂ ଟମାଟୋର ମଧ୍ୟ ଏମଏସପି ବା ସର୍ବନିମ୍ନ ବିକ୍ରୟ ଦର ନିଶ୍ଚିତ ହେବା ଉଚିତ । କେନ୍ଦ୍ରୀୟ କୃଷି ମୂଲ୍ୟ ଆୟୋଗକୁ ନିର୍ବାଚନ ଆୟୋଗ ପରି ସ୍ବାୟଂଶାସିତ ସାମ୍ବିଧାନିକ ମାନ୍ୟତା ଦିଆଯିବା ଉଚିତ । ଆନ୍ନାଙ୍କ ଦାବି ହେଉଛି ଯେ ରାଜ୍ୟ କୃଷି ଆୟୋଗ ଦ୍ବାରା ରାଜ୍ୟ ପରିସ୍ଥିତି ଅନୁଯାୟୀ ଘୋଷିତ ମୂଲ୍ୟଗୁଡିକ କେନ୍ଦ୍ରୀୟ ଆୟୋଗ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି।

କୃଷି ବିଲିକୁ ନେଇ ଦେଶରେ କୃଷକ ମାନେ ଦୀର୍ଘ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଛନ୍ତି । କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ପୁର୍ନଃଗଠନ ପାଇଁ ଆଣିଥିବା ନୂତନ ଆଇନ ଚାଷୀଙ୍କ ଉତ୍ପାଦକୁ ମଧ୍ୟସ୍ଥି ଜରିଆରେ ବିକ୍ରୟ ନ କରି ସାରା ଦେଶରେ ଯେ କୌଣସି ବଜାରରେ ବିକ୍ରୟ କରିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.