ମୁମ୍ବାଇ: ଆନ୍ଦୋଳନକୁ ସ୍ଥଗିତ ରଖିଲେ ଆନ୍ନା ହଜାରେ । ବିଶିଷ୍ଟ ସମାଜସେବୀ ତଥା ଦୁର୍ନୀତି ବିରୋଧୀ ଆନ୍ଦୋଳନର କର୍ଣ୍ଣଧାର ଆନ୍ନା ହଜାରେ ଆସନ୍ତାକାଲି ତଥା ଜାନୁୟାରୀ 30 ଠାରୁ ଆରମ୍ଭ କରୁଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।
ଜାନୁୟାରୀ 30 ତାରିଖରୁ କୃଷକଙ୍କ ବିଭିନ୍ନ ଦାବି ନେଇ ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ଘୋଷଣା କରିଥିଲେ । ଧାନ ବ୍ୟତୀତ ଅନ୍ୟ ଶସ୍ୟ ଜାତୀୟ ଫସଲ ତଥା ଡାଲି ଜାତୀୟ ଫସଲର ଏମଏସପି ଦାବି କରି ଆନ୍ନା ହଜାରେ ଆନ୍ଦୋଳନ କରିବା ପାଇ ଘୋଷଣା କରିଥିଲେ । କୃଷକଙ୍କ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ କରୁଥିବା ପାଇଁ ପ୍ରସ୍ତୁତ ହେବା ବେଳେ ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଓ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନଭିସ ଆଜି ଆନ୍ନା ହଜାରେଙ୍କୁ ତାଙ୍କ ରାଲେଗାଁଓ ସ୍ଥିତ ବାସଭାବନରେ ଭେଟିଛନ୍ତି । ଜାନୁୟାରୀ 30 ତାରିଖରୁ ଆରମ୍ଭ କରୁଥିବା ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ବୁଝାଇଛନ୍ତି । ଏହାପରେ ଆନ୍ନା ହଜାରେ ମିଳିତ ସାମ୍ବାଦିକ ସମ୍ମୀଳନୀରେ ଆନ୍ଦୋଳକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ ।
ସୂଚନାଥାଉକି ଦେଶରେ ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି ଦୀର୍ଘ 2 ମାସ ହେବ କୃଷକ ଆନ୍ଦୋଳନ ଜାରୀ ରହିଛି । ଗଣତନ୍ତ୍ର ଦିବସରେ ଚାଷୀ ମାନେ ଟ୍ରାକ୍ଟର ପରେଡ କରି ବ୍ୟାପକ ପରିମାଣରେ ହିଂସା ସୃଷ୍ଟି ହେବା ସହ ଦେଶର ଗୌରବ ଲାଲକିଲ୍ଲାରେ ଉପଦ୍ରବୀ ମାନେ ନିଜ ସଂଗଠନର ପତାକା ପ୍ରଦର୍ଶନ କରିଥିଲେ । କୃଷକ ମାନେ ଦିଲ୍ଲୀର ବିଭିନ୍ନ ବର୍ଡରରେ ଆଇନକୁ ପ୍ରତ୍ୟାହାର କରିବା ପାଇଁ ଅଡି ବସି ରହିଛନ୍ତି ।