ETV Bharat / bharat

'ଧାରା 370କୁ କେହି ବି ଅଟକାଇପାରିବେ ନାହିଁ '

author img

By

Published : Feb 21, 2021, 7:26 PM IST

ଅଗଷ୍ଟ 2019ରେ ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ କରାଯାଇଛି । ଏହାକୁ ଆଉ ପୁନଃ ସ୍ଥାପନ କରାଯିବ ନାହିଁ ବୋଲି ହରିୟାଣା ସରକାରର ମନ୍ତ୍ରୀ ଅନିଲ ବିଜ କହିଛନ୍ତି । ଅଧିକ ପଢନ୍ତୁ...

Anil Vij
'ଧାରା 370କୁ କେହି ବି ଅଟକାଇପାରିବେ ନାହିଁ '

ଚଣ୍ଡିଗଡ: ମେହବୁବ୍ବା ମୁଫତିଙ୍କୁ ନେଇ ହରିୟାଣା ମନ୍ତ୍ରୀ ଅନିଲ ବିଜଙ୍କ ବୟାନ। ଅଗଷ୍ଟ 2019ରେ ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ କରାଯାଇଛି । ଏହାକୁ ଆଉ ପୁନଃ ସ୍ଥାପନ କରାଯିବ ନାହିଁ ବୋଲି ହରିୟାଣା ସରକାରର ମନ୍ତ୍ରୀ ଅନିଲ ବିଜ କହିଛନ୍ତି ।

'ଧାରା 370କୁ କେହି ବି ଅଟକାଇପାରିବେ ନାହିଁ '

ଜମ୍ମୁ କାଶ୍ମୀର ସମସ୍ୟାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା କରିବା ଉଚିତ ବୋଲି ପିଡିପି ମୁଖ୍ୟ ମେହବୁବ୍ବା ମୁଫତି ବୟାନ ଦେଇଥିଲେ । ଏହାକୁ ବିରୋଧ କରି ଅନିଲ ବିଜ କହିଛନ୍ତି ଅଗଷ୍ଟ 2019ରେ ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ କରାଯାଇଛି,ଏହାକୁ ଆଉ ପୁନଃ ସ୍ଥାପନ କରାଯିବ ନାହିଁ । ଏହା ସହ ସେ କହିଛନ୍ତି ଯେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବ୍ବା ସବୁବେଳେ ଦେଶ ବିରୋଧୀ ବୟାନ ଦେଉଛନ୍ତି ଏବଂ ଦେଶ ବିରୋଧରେ କଥାବାର୍ତ୍ତା କରୁଛନ୍ତି । ବର୍ତ୍ତମାନ ଜମ୍ମୁ କାଶ୍ମୀରର ଲୋକେ ସେମାନଙ୍କ ସତ୍ୟତା ବୁଝି ସାରିଲେଣି ବୋଲି ବିଜ କହିଛନ୍ତି । ଧାରା 370 ସମାପ୍ତ ହୋଇଯାଇଛି ଏହା ଆଉ ଫେରିବ ନାହିଁ ।

ସେହିପରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟ ମତ ରଖିଛନ୍ତି । ଗଣତନ୍ତ୍ରରେ ଆନ୍ଦୋଳନ ପାଇଁ ସମସ୍ତଙ୍କ ଅଧିକାରୀ ରହିଛି । କିନ୍ତୁ ଯେଭଳି ଭାବରେ ଜୋର ଜବରଦସ୍ତ କରାଯାଉଛି ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ହେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.