ETV Bharat / bharat

ପରମବୀରଙ୍କ ଚାଞ୍ଚଲ୍ୟକର ଚିଠି, ମାନହାନୀ ମାମଲା ରୁଜୁ କରିବେ ଅନୀଲ ଦେଶମୁଖ - ପରମବୀରଙ୍କ ଚାଞ୍ଚଲ୍ୟକର ଚିଠି

ଚାଞ୍ଚଲ୍ୟ ଖେଳାଇଛି ପରମବୀରଙ୍କ ଚିଠି । ଘଟଣାକୁ ନେଇ ଖପ୍ପା ଥିବା ଅନୀଲ ଦେଶମୁଖ ପରମବୀରଙ୍କ ନାଁ ମାନହାନୀ ମୋକର୍ଦ୍ଦମା ରୁଜୁ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ପରମବୀରଙ୍କ ଚାଞ୍ଚଲ୍ୟକର ଚିଠି, ମାନହାନୀ ମକୋର୍ଦ୍ଦମା ରୁଜୁ କରିବେ ଅନୀଲ ଦେଶମୁଖ

author img

By

Published : Mar 21, 2021, 11:35 AM IST

ମୁମ୍ବାଇ: ମୁମ୍ବାଇ ରାଜନୀତିରେ ଏବେ ତୁମ୍ଭିତୋଫାନ । ଭିନ୍ନ ମୋଡ ନେବାରେ ଲାଗିଛି ମୁମ୍ବାଇ ପୋଲିସ କମିଶନର ସଚିନ ୱାଜେଙ୍କ ଗିରଫ ଘଟଣା । ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଗାଡି ଭର୍ତ୍ତି କାର ମିଳିବା ଓ ଏଥିରେ ସମ୍ପୃକ୍ତି ପାଇଁ ୱାଜେ ଗିରଫ ହୋଇଛନ୍ତି। ଏପଟେ ପୋଲିସ କମିଶନର ପରମବୀରଙ୍କ ଏକ ଚିଠି ମହାରାଷ୍ଟ୍ର ରାଜୀନିତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣା ଏମିତିକି ପୋଲିସ କମିଶନର ପଦରୁ ତଡା ଖାଇବା ପରେ ପରମବୀର ସିଂ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି, ଅନୀଲ ଦେଶମୁଖ ୱାଜେଙ୍କୁ ଦୁର୍ନୀତି ଓ ବଟି ଆଦାୟ ଭଳି କାର୍ଯ୍ୟ ପାଇଁ ଟାର୍ଗେଟ ଦେଉଥିଲେ। ତେବେ ଘଟଣାକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଓ ସେ ପରମବୀରଙ୍କ ନାଁରେ ମାନହାନୀ ମାମଲା ରୁୁଜୁ କରିବେ ବୋଲି କହିଛନ୍ତି।

ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି ପରମବୀର ସିଂ। ସେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା ଅନୁସାରେ ବାର୍, ହୁକା ପାର୍ଲରରୁ ମାସକୁ 100 କୋଟି ଟଙ୍କା ବଟି ଆଦାୟ ପାଇଁ ଅନୀଲ ଦେଶମୁଖ ସଚିନ ୱାଜେଙ୍କୁ ଟାର୍ଗେଟ ଦେଇଥିଲେ।

ମୁମ୍ବାଇରେ ପ୍ରାୟ 1750 ବାର, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଅଛି ଏବଂ ଯଦି ପ୍ରତ୍ୟେକରେ 2-3 ଲକ୍ଷ ଟଙ୍କା ଥାଏ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କଠାରୁ ସଂଗୃହିତ, ମାସିକ 40-50 କୋଟି ଟଙ୍କା ସଂଗ୍ରହ ହାସଲ ହୋଇଥାଏ ବୋଲି ଚିଠିରେ ଦର୍ଶାଯାଇଛି। ଏକଥା ୱାଜେ ନିଜେ ତାଙ୍କ ଆଗରେ ସ୍ବୀକାର କରିବା ପ୍ରକାଶ କରିଥିଲେ।

ସେ ଅଭିଯୋଗ କରିଛନ୍ତି ଯେ, ମୁମ୍ବାଇ ପୋଲିସର କ୍ରାଇମ ଶାଖାର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ର ନେତୃତ୍ୱ ନେଉଥିବା ୱାଜେଙ୍କୁ ଗତ କିଛି ମାସ ମଧ୍ୟରେ ଦେଶମୁଖଙ୍କ ସରକାରୀ ବାସଭବନକୁ ଅନେକ ଥର ଡକାଯାଇଥିଲା ଏବଂ ପାଣ୍ଠି ସଂଗ୍ରହରେ ସହାୟତା କରିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲା।

ଏହାସହ ଦେଶମୁଖ ପୋଲିସ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ ଏବଂ କାହା ଉପରେ କେଉଁ ଚାର୍ଜ ଲଗାଯିବା ତାହା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିଲେ ବୋଲି ପରମବୀର ଅଭିଯୋଗ ଆଣିଛନ୍ତି। ଏହାକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଟ୍ବିଟ କରି ଅନୀଲ ଦେଶମୁଖ ଲେଖିଛନ୍ତି କି, ମୁକେଶ ଅମ୍ବାନୀ ଓ ମନସୁଖ୍ ହିରେନ ମାମଲାକୁ ବର୍ତ୍ତିବା ସହ ମୋଡ ବଦଳାଇବା ପାଇଁ ପରମବୀରଙ୍କ ଏହା ଏକ ଚାଲ।

ତେବେ ଅମ୍ବାନୀଙ୍କ ସୁରକ୍ଷା ପ୍ରସଙ୍ଗରେ ତ୍ରୁଟି ଦର୍ଶାଇ ଗତ ବୁଧବାର ମହାରାଷ୍ଟ୍ର ସରକାର ପରମବୀର ସିଂହଙ୍କୁ ପୋଲିସ କମିଶନର ପଦରୁ ହଟାଇ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ହେମନ୍ତ ନଗ୍ରାଲେଙ୍କୁ ନିଯୁକ୍ତ କରିଥିଲେ । ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫା ଦାବି କରିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌। ସେ କହିଛନ୍ତି, ଅନୀଲ ଦେଶମୁଖ ନିଜ ଆଡ଼ୁ ଇସ୍ତଫା ନ ଦେଲେ, ମୁଖ୍ୟମନ୍ତ୍ରୀ ତାଙ୍କୁ ପଦଚ୍ୟୁତ୍‌ କରିବା ଉଚିତ୍।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.