ETV Bharat / bharat

ଇଡିରେ ହାଜର ହେଲେ ଅନୀଲ ଅମ୍ବାନୀ, ଫେମା ମାମଲାରେ କରାଯାଇଛି ପଚରାଉଚରା

author img

By

Published : Jul 3, 2023, 6:08 PM IST

ଇଡିରେ ହାଜର ହେଲେ ଶିଳ୍ପପତି ତଥା ରିଲାଏନ୍ସ କମ୍ୟୁନିକେସନ ଅଧ୍ୟକ୍ଷ ଅନୀଲ ଧିରୁଭାଇ ଅମ୍ବାନୀ । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ଉଲ୍ଲଂଘନ ଅଭିଯୋଗରେ ଇଡିରେ ହାଜର ହୋଇଛନ୍ତି । ଅଧିକ ପଢ଼ନ୍ତୁ

anil ambani questioned by ed in FEMA case
ଫେମା ମାମଲାରେ ଇଡିରେ ହାଜର ହେଲା ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ଶିଳ୍ପପତି ତଥା ରିଲାଏନ୍ସ କମ୍ୟୁନିକେସନ (RCom) ଅଧ୍ୟକ୍ଷ ଅନୀଲ ଧିରୁଭାଇ ଅମ୍ବାନୀଙ୍କ ପିଛା ଛାଡୁନାହିଁ ଅଡୁଆ । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ଉଲ୍ଲଂଘନ ଅଭିଯୋଗରେ ଅନୀଲ ଅମ୍ବାନୀ ଆଜି (ସୋମବାର) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି ।

  • Noted businessman Anil Ambani appears before Enforcement Directorate in Mumbai as part of a FEMA investigation: Officials

    — Press Trust of India (@PTI_News) July 3, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ: ଗହଣା ବିକି ଓକିଲକୁ ଫିସ୍‌ ଦେଲେ ଅନୀଲ, ପାଖରେ ମାତ୍ର ଗୋଟିଏ କାର

ଗଣମାଧ୍ୟମ ସୂଚନା ଅନୁସାରେ, ଶିଳ୍ପପତି ଅନୀଲ ଅମ୍ବାନୀ ସୋମବାର ସକାଳ ୧୦ଟା ସମୟରେ ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବୈଦେଶିକ ବିନିୟମ ପରିଚାଳନା ଅଧିନିୟମ ପକ୍ଷରୁ ଅନୀଲ ଅମ୍ବାନୀଙ୍କ ବିରୋଧରେ ଇଡିରେ ଏକ ମାମଲା ରୁଜୁ ହୋଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉକ୍ତ ମାମଲାରେ ତାଙ୍କ ବୟାନ ରେକର୍ଡ କରିଛି । ତାଙ୍କ କମ୍ପାନୀରେ ବିନିଯୋଗ ସମ୍ବନ୍ଧୀୟ ମାମଲା ହୋଇଥିବା ନେଇ ସୂତ୍ରରୁ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଅନୀଲ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ସ୍ଥଗିତ କଲେ ହାଇକୋର୍ଟ

ପ୍ରକାଶ ଥାଉକି, ୪୨୦ କୋଟି ଟଙ୍କା ଟିକସ ଛାଡ ମାମଲାରେ ଗତ ସେପ୍ଟେମ୍ବର ମାସରେ ମୁମ୍ବାଇ ହାଇକୋର୍ଟ ଅନୀଲ ଅମ୍ବାନୀଙ୍କୁ ଆଶ୍ବସ୍ତି ଦେଇଥିଲେ । ଏଥିସହ ତାଙ୍କ ବିରୋଧରେ ଆୟକର ବିଭାଗ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ୨୦୨୦ରେ ଏସବିଆଇ ଦ୍ବାରା ଅନୀଲଙ୍କ ୨ଟି ସଂସ୍ଥାକୁ ଦିଆଯାଇଥିବା ୧୨୦୦ କୋଟି ଟଙ୍କା ଋଣ ଆଦାୟ ନେଇ ତାଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆରକମ ଓ ରିଲାଏନ୍ସ ଇନଫ୍ରାଟେଲ ଲିମିଟେଡ (RITL)କୁ ଯଥାକ୍ରମେ ଦେଇଥିବା ୫୬୫ କୋଟି ଟଙ୍କା ୬୩୫ କୋଟି ଟଙ୍କା ଋଣ ପାଇଁ ଅନୀଲ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟି ରହିଥିଲେ । ଜଷ୍ଟିସ ଭିପିନ୍ ସାଙ୍ଗୀ ଏବଂ ଜଷ୍ଟିସ୍ ରଜନୀଶ ଭଟନାଗରଙ୍କ ଏକ ବେଞ୍ଚ ଇନ୍ସଲଭେନ୍ସି ଆଣ୍ଡ୍‌ ବ୍ୟାଙ୍କକ୍ରପ୍ସି‌ କୋଡ (ଆଇବିସି) ଅଧିନରେ ଆଇଆରପିରେ ରୋକ ଲଗାଇଥିଲେ । ଏଥିସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅମ୍ବାନୀଙ୍କୁ ତାଙ୍କର ସମ୍ପତ୍ତି କିମ୍ବା ଆଇନଗତ ଅଧିକାର ଏବଂ ସ୍ୱାର୍ଥ ହସ୍ତାନ୍ତର, ଋଣ ଦେବା କିମ୍ବା ନେବା ଏବଂ ବିକ୍ରୟ କରିବାକୁ ପ୍ରତିବନ୍ଧକ ଲଗାଯାଇଥିଲା । ସେହିପରି ୨୦୨୦ରେ ୟେସ୍‌ ବ୍ୟାଙ୍କ ଋଣ ପରିଶୋଧ ଅନିୟମିତତା ମାମଲାରେ ଅନୀଲ ଅମ୍ବାନୀ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତି ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.