ETV Bharat / bharat

ବିଜେପି ନେତାଙ୍କ ବାସଭବନ ସମ୍ମୁଖରେ ଗୋବର ଗଦାଇଲେ ଚାଷୀ - bjp leader tikshan soods house

ପଞ୍ଜାବରେ ଚାଷୀ ଆନ୍ଦୋଳନ ଥମିବାର ନାଁ ଧରୁନି। ନୂତନ କୃଷି ବିଲ ବିରୋଧ କରି ଚାଷୀମାନେ ବିଜେପି ନେତା ଟିକସାନ ସୁଦଙ୍କ ବାସଭବନ ସମ୍ମୁଖରେ ଗୋବର ଫୋପାଡ଼ିଥିବା ଦେଖିବାକୁ ମଳିଛି। ଅଧିକ ପଢ଼ନ୍ତୁ...

angry farmers thrown cow dung in front gate of bjp leader in punjab tikshan soods house
ବିଜେପି ନେତାଙ୍କ ବାସଭବନ ସମ୍ମୁଖରେ ଗୋବର ଗଦାଇଲେ ଚାଷୀ
author img

By

Published : Jan 2, 2021, 6:06 AM IST

ଅମୃତସର: ପଞ୍ଜାବରେ ଚାଷୀ ଆନ୍ଦୋଳନ ଥମିବାର ନାଁ ଧରୁନି। ନୂତନ କୃଷି ବିଲ ବିରୋଧ କରି ଚାଷୀମାନେ ବିଜେପି ନେତା ଟିକସାନ ସୁଦଙ୍କ ବାସଭବନ ସମ୍ମୁଖରେ ଗୋବର ଫୋପାଡ଼ିଥିବା ଦେଖିବାକୁ ମଳିଛି। ଆଜି(ଶୁକ୍ରବାର) ଚାଷୀମାନେ ନୂତନ କୃଷି ଆଇନ ବିରୋଧରେ ନାରାବାଜି କରିବା ସହ ଟିକସାନ ସୁଦଙ୍କ ଘର ସାମ୍ନାରେ ଗୋଟିଏ ଟ୍ରଲି ଗୋବର ପକାଇଥିଲେ।

ଘଟଣାକୁ ନେଇ ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତଥା ଟିକସାନ ସୁଦ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଆନ୍ଦୋଳନକାରୀମାନେ ବିଜେପି ନେତାଙ୍କ ଘର ପାଖ ରାସ୍ତାରୋକ କରିଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାର ମାହୋଲ ଦେଖା ଦେଇଥିଲେ। ଟିକସାନ ସୁଦଙ୍କ ବାସଭବନ ସମ୍ମୁଖରେ ଗୋବର ପକାଇବାକୁ ନେଇ ବିଜେପି କର୍ମୀମାନେ ପଞ୍ଜାବ ପୋଲିସ ବିରୋଧରେ ନାରାବାଜୀ କରିଥିଲେ।

ଗତ କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେପି ନେତା। ଚାଷୀ ଆନ୍ଦୋଳନ ନାମରେ ଦିଲ୍ଲୀରେ ପିକନିକ ଚାଲିଛି ବୋଲି କହିଥିଲେ ବିଜେପି ନେତା। ଏହାକୁ ନେଇ ଚାଷୀ ସଂଗଠନ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବିଜେପି ନେତା କ୍ଷମା ମାଗନ୍ତୁ ଦାବି କରିଥିଲା ଚାଷୀ ସଂଗଠନ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ବିଜେପି କର୍ମୀଙ୍କୁ ବୁଝାସୁଝା କରିଥିଲେ। ଘଟଣାକୁ ନେଇ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ବିଜେପି କର୍ମୀ ନାରାବାଜୀ ବନ୍ଦ କରିଥିଲେ। ଏହାସହ ବିଜେପି ନେତାଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ବିଜେପି କର୍ମୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.