ETV Bharat / bharat

Andhra Pradesh: ଆଦିବାସୀ ଯୁବକଙ୍କୁ ମାଡ଼ ମାରି ଉପରେ ପରିସ୍ରା କଲେ, 6 ଗିରଫ

author img

By

Published : Jul 19, 2023, 5:06 PM IST

ମଧ୍ୟ ପ୍ରଦେଶ ପରେ ଆନ୍ଧ୍ର ପ୍ରଦେଶରେ ସାମ୍ନାକୁ ଆସିଲା ଆଦିବାସୀ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ପରିସ୍ରା କରିବା ଘଟଣା । 6 ଗିରଫ । ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର । ଅଧିକ ପଢନ୍ତୁ

Andhra Pradesh: ଆଦିବାସୀ ଯୁବକଙ୍କ ଉପରେ ପିରସ୍ରା, 6 ଗିରଫ

ଅମରାବତି: ମଧ୍ୟ ପ୍ରଦେଶ ପରେ ଏବେ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି ପରିସ୍ରାକାଣ୍ଡ । ଜଣେ ଆଦିବାସୀ ଯୁବକଙ୍କୁ ନିର୍ଧୁମ ମାଡ଼ ମାରିବା ସହ ତାଙ୍କ ଉପରେ ପରିସ୍ରା କରିଛନ୍ତି ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ । ଆନ୍ଧ୍ର ପ୍ରଦେଶ ପ୍ରକାଶମ ଜିଲ୍ଲାର ଓନଗୋଲ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଘଟଣାଟି ଗତମାସ ଜୁନ 19 ତାରିଖରେ ଘଟିଛି ଓ ଭିଡିଓ ଭାଇରାଲ ହେବା ପରେ ଏବେ ଲୋକଲୋଚନକୁ ଆସିଛି । ମାମଲାରେ ପୋଲିସ 6 ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସମ୍ପୃକ୍ତ ଆଦିବାସୀ ଯୁବକଙ୍କର ସ୍ଥାନୀୟ ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗରେ ଏପରି ବର୍ବରୋଚିତ ନିର୍ଯାତନା ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପ୍ରକାଶମ ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ସୂଚନା ଅନୁସାରେ, ସଂଘବଦ୍ଧ ଆକ୍ରମଣ ଓ ଏପରି ବର୍ବରତାର ଶିକାର ହୋଇଥିବା ଆଦିବାସୀ ଯୁବକଙ୍କ ନାମ ମୋଟା ନବୀନ ଓ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ସ୍ଥାନୀୟ ଅଞ୍ଚଳର ରମନଜନେୟାଲୁ ନାମକ ଜଣେ ଯୁବକ ଓ ତାର 7 ଜଣ ସହଯୋଗୀ ଏପରି କାଣ୍ଡ ଭିଆଇଛନ୍ତି । ପୀଡିତଙ୍କର ଜଣେ ସ୍ଥାନୀୟ ନାବାଳିକା ସହ ପ୍ରେମ ସମ୍ପର୍କ ଥିଲା । ସେ ପୂର୍ବରୁ ମଧ୍ଯ ତାକୁ ନେଇ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଗିରଫ ହୋଇ ପକ୍ସୋ ଆକ୍ଟରେ କୋର୍ଟ ଚାଲାଣ ହୋଇଥିଲେ । ହେଲେ ସେ ଜେଲ୍‌ରୁ ଫେରିବା ପରେ ମଧ୍ୟ ସମ୍ପୃକ୍ତ ନାବାଳିକା ସହ ସମ୍ପର୍କରେ ଥିବା ସନ୍ଦେହ କରୁଥିଲେ ସ୍ଥାନୀୟ ବାସିନ୍ଦା ।

ଏହି ଅଭିଯୋଗରେ ରମନଜନେୟାଲୁ ଓ ତାର ସହଯୋଗୀମାନେ ଜୁନ 30 ତାରିଖରେ ପୀଡିତ ମୋଟା ନବୀନଙ୍କୁ କୌଣସି ଏକ ସ୍ଥାନକୁ ଡାକି ସଂଘବଦ୍ଧ ଆକ୍ରମଣ କରିଥିଲେ ଓ ପୀଡିତଙ୍କ ଉପରେ ପରିସ୍ରା ମଧ୍ୟ କରିଥିଲେ । ଏବେ ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାରେ 6 ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରମନଜନେୟାଲୁ ଏବେ ମଧ୍ୟ ଫେରାର ରହଛି । ତାକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏସସି/ଏସଟି ଆକ୍ଟ ସମେତ ଅନ୍ୟାନ୍ୟ ଦଫା ଲଗାଯାଇ କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ BJP ନେତା ! ଭାଇରାଲ ହେଉଛି ଭିଡିଓ

ନିକଟରେ ମଧ୍ୟ ପ୍ରଦେଶରେ ମଧ୍ୟ ସମାନ ଧରଣର ଏକ ଲଜ୍ଜାଜନକ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ସ୍ଥାନୀୟ ଜଣେ ଯୁବ ବିଜେପି ନେତା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ପରେ ଏହା ଘାଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହନ ନିଜେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା । ଏକାଧିକ ଆକ୍ଟରେ ତାକୁ କୋର୍ଟ ଚାଲାଣ କରାଯିବା ସହ ତାର ଘରକୁ ମଧ୍ଯ ବୁଲଡୋଜର ଚଢାଇ ଦେଇଥିଲା ସ୍ଥାନୀୟ ପ୍ରଶାସନ । ହେଲେ ଅଭିଯୁକ୍ତର ସ୍ଥାନୀୟ ବିଜେପି ବିଧାୟକଙ୍କ ସହ ସମ୍ପର୍କ ଥିବା ଅଭିଯୋଗକୁ ଦଳ ଖଣ୍ଡନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.