ETV Bharat / bharat

Andhra train accident: ରେଳ ସୁରକ୍ଷାରେ ତ୍ରୁଟି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ଖଡ଼ଗେ - କେନ୍ଦ୍ରକୁ ଟାର୍ଗେଟ କଲେ ଖଡ଼ଗେ

ଆନ୍ଧ୍ରପ୍ରଦେଶରେ ଟ୍ରେନ ଦୁର୍ଘଟଣା ପରେ ରେଳ ସୁରକ୍ଷାରେ ତ୍ରୁଟି ଥିବା ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ଖଡ଼ଗେ। ଅଧିକ ପଢନ୍ତୁ

Andhra Pradesh train accident
Andhra Pradesh train accident
author img

By ETV Bharat Odisha Team

Published : Oct 30, 2023, 12:02 PM IST

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଟ୍ରେନ୍‌ ଦୁର୍ଘଟଣା । ରେଳ ସୁରକ୍ଷାରେ ତ୍ରୁଟି ଥିବା ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଏନେଇ ସେ ଟ୍ବିଟ୍‌ କରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ, ଏହି ଦୁର୍ଘଟଣାରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସହାୟତା ଯୋଗାଇ ଦେବାକୁ ମୁଁ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରୁଛି । ଏଥିରୁ ଜଣାପଡୁଛି ଯେ ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ରେଳ ସୁରକ୍ଷା ନେଇ ଦେଇଥିବା ପ୍ରତିଶୃତି ପବନ ପରି ଉଡ଼ି ଯାଇଛି ।

ଏହା ମଧ୍ୟ ପଢନ୍ତୁ-AP Train Tragedy: ହସ୍ପିଟାଲରେ ଆହତଙ୍କୁ ଭେଟିବେ, ଦୁର୍ଘଟଣାସ୍ଥଳକୁ ଗଲେ ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଖଡଗେ କହିଛନ୍ତି ଯେ, ଓଡ଼ିଶା ବାଲେଶ୍ବରରେ ହୋଇଥିବା ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ପରେ ଆନ୍ଧ୍ରପ୍ରଦେଶ ଟ୍ରେନ୍‌ ଦୁର୍ଘଟଣା ଦ୍ବିତୀୟ ବଡ଼ ଘଟଣା। ଯେତେବେଳେ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ ଗୁଡିକୁ ସବୁଜ ପତକା ଦେଖାଇ ଉତ୍ସାହର ସହ ଉଦଘାଟନ କରାଯାଉଛି ସେହିପରି ରେଳ ସୁରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଟ୍ବିଟ କରି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

ଏହା ମଧ୍ୟ ପଢନ୍ତୁ-Andhra Pradesh Train Accident: 45 ଟ୍ରେନ ବାତିଲ, 22ଟିର ରୁଟ୍‌ ପରିବର୍ତ୍ତନ

ରବିବାର ସନ୍ଧ୍ୟାରେ ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା । ବିଶାଖାପାଟନମ-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଓ ପଲାସା ବିଶାଖାପାଟନମ୍‌ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ 3ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା । ଏହାପରେ ପଲାସାର ଲାଇନଚ୍ୟୁତ ବଗିକୁ ଅନ୍ୟ ଏକ ମାଲବାହୀ ଟ୍ରେନ୍‌ ସେହି ସମୟରେ ଧକ୍କା ଦେଇଥିଲା ।ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଏହି ଭୟଙ୍କର ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଘଟଣାସ୍ଥଳରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଉପରିସ୍ଥ କର୍ମଚାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି । ଦୁର୍ଘଟଣା ପରେ ଆଜି ଚଳାଚଳ କରିବାକୁ ଥିବା 45ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.