ETV Bharat / bharat

୮୫୦ କୋଟିର ଗଞ୍ଜେଇ ନଷ୍ଟ କଲା ଆନ୍ଧ୍ର ପୋଲିସ, ୨ ବର୍ଷ ଧରି ଚାଲିଥିଲା ଅପରେସନ

author img

By

Published : Feb 12, 2022, 6:07 PM IST

ଆନ୍ଧ୍ର ପୋଲିସର ଗଞ୍ଜେଇ ନଷ୍ଟ ଅଭିଯାନ । ବିଶାଖାପାଟନମରେ ନଷ୍ଟ କରାଗଲା ୨ ଲକ୍ଷ କିଲୋଗ୍ରାମ ଗଞ୍ଜେଇ । ଆନୁମାନିକ ମୂଲ୍ୟ ପ୍ରାୟ ୮୫୦ କୋଟି । ଅଧିକ ପଢନ୍ତୁ

୫ ଶହ କୋଟିର ୨ ଲକ୍ଷ କିଗ୍ରା ଗଞ୍ଜେଇ ନଷ୍ଟ କଲା ଆନ୍ଧ୍ର ପୋଲିସ

ଅମରାବତି: ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଜାରି ରହିଥିବା ଗଞ୍ଜେଇ ନିରୋଧୀ ଅଭିଯାନରେ ପୋଡାଗଲା ୮୫୦ କୋଟିର ଗଞ୍ଜେଇ । ରାଜ୍ୟ ପୋଲିସ ପକ୍ଷରୁ ଗତ ୨ ବର୍ଷରେ ଜବତ ହୋଇଥିବା ଏହି ଗଞ୍ଜେଇକୁ ଏକକାଳୀନ ନିଆଁ ଲଗାଇ ନଷ୍ଟ କରିଛି ବିଶାଖାପାଟନମ ପୋଲିସ । ଜବତ ଗଞ୍ଜେଇର ପରିମାଣ ପ୍ରାୟ ୨ ଲକ୍ଷ କିଲୋଗ୍ରାମ ହେବା ସହ ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮୫୦ କୋଟିରୁ ଉର୍ଦ୍ଧ୍ବ ହେବା ନେଇ ପ୍ରାଥମିକ ଭାବେ ପୋଲିସ ଆକଳନ କରିଛି ।

୮୫୦ କୋଟିର ଗଞ୍ଜେଇ ନଷ୍ଟ କଲା ଆନ୍ଧ୍ର ପୋଲିସ, ୨ ବର୍ଷ ଧରି ଜାରି ରହିଥିଲା ଅଭିଯାନ

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡ.ଗୌତମ ଦେଇଥିବା ସୂଚନା ଅନୁସାରେ, ରାଜ୍ୟ ପୋଲିସ ପକ୍ଷରୁ ଦୁଇ ବର୍ଷ ଜାରି ରହିଥିବା ଗଞ୍ଜେଇ ନିରୋଧୀ ଅଭିଯାନରେ ରାଜ୍ୟର ଏକାଧିକ ସ୍ଥାନରୁ ଏହି ଗଞ୍ଜେଇ ଜବତ କରାଯାଇଥିଲା । ବିଶାଖାପାଟନମ୍, ବିଜୟନଗରମ୍ ଏବଂ ଶ୍ରୀକାକୁଲମ୍ ଏବଂ ପୂର୍ବ ଗୋଦାବରୀର ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଗଞ୍ଜେଇ ଜବତ କରିଥିଲା ରାଜ୍ୟ ପୋଲିସ ଓ ସ୍ପେଶାଲ ଏନଫୋର୍ସମେଣ୍ଟର ମିଳିତ ଟିମ ।

ତେବେ ଆଜି (ଶନିବାର) ଏହି ବିପୁଳ ପରିମାଣର ଜବତ ଗଞ୍ଜେଇକୁ ଏକ ସୁରକ୍ଷିତ ସ୍ଥାନରେ ପୋଡି ନଷ୍ଟ କରାଯାଇଛି । ଏତେ ପରିମାଣର ଗଞ୍ଜେଇ ପୋଡିବା ପାଇଁ ମଧ୍ୟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ୟାପକ ପୋଲିସ ଫୋର୍ସ ସହ ଅଗ୍ନିଶମ ବିଭାଗର ୫ ଟିମ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ । ସେହିପରି ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପୋଲିସ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ସମସ୍ତଙ୍କ ଉପସ୍ଥିତିରେ ପ୍ରାୟ ୨ ଲକ୍ଷ କିଲୋଗ୍ରାମର ଗଞ୍ଜେଇକୁ ପୋଡି ନଷ୍ଟ କରିଛି ପୋଲିିସ ।

ସେହିପରି ରାଜ୍ୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୋଲିସ ଏହି ଅଭିଯାନରେ ମୋଟ 1,363 ମାମଲା ରୁଜୁ କରିବା ସହ ଆନ୍ଧ୍ର ଓ ପଡୋଶୀ ରାଜ୍ୟ 562 ଜଣଙ୍କୁ ମିଶାଇ 1,500 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଅପରେସନର ଏକ ଅଂଶ ଭାବରେ ଗତ 15 ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ 8,500 ଏକର ଜମିରେ କରାଯାଉଥିବା ଗଞ୍ଜେଇ ଚାଷ ମଧ୍ୟ ନଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.