ETV Bharat / bharat

Margadarsi Chit Funds case: ଆନ୍ଧ୍ରକୁ ଝଟକା, ସମସ୍ତ ପୋଲିସ ନୋଟିସ ଖାରଜ କଲେ ହାଇକୋର୍ଟ

author img

By ETV Bharat Odisha Team

Published : Oct 19, 2023, 10:59 PM IST

ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ଆନ୍ଧ୍ର ସରକାରଙ୍କୁ ଆଉ ଏକ ଝଟକା । ସଂସ୍ଥାର ଶାଖା ଆକାଉଣ୍ଟ ଫ୍ରିଜ କରିବା ନୋଟିସକୁ ଅବୈଧ ଦର୍ଶାଇ ଖାରଜ କରିଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

Margadarsi Chit Funds case: ଆନ୍ଧ୍ରକୁ ଝଟକା, ସମସ୍ତ ପୋଲିସ ନୋଟିସ ଖାରଜ କଲେ ହାଇକୋର୍ଟ
Margadarsi Chit Funds case: ଆନ୍ଧ୍ରକୁ ଝଟକା, ସମସ୍ତ ପୋଲିସ ନୋଟିସ ଖାରଜ କଲେ ହାଇକୋର୍ଟ

ଅମରାବତୀ: ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଆଉ ଏକ ବଡ ଝଟକା ଲାଗିଛି । ଚିଟଫଣ୍ଡ ସଂସ୍ଥାର ଏକାଧିକ ଶାଖାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବା ନେଇ ପୋଲିସ ଜାରି କରିଥିବା ସମସ୍ତ ନୋଟିସକୁ ଖାରଜ କରିଦେଇଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ସେହିପରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ମଧ୍ୟ କହିଛନ୍ତି ।

ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ପୋଲିସ ମାର୍ଗଦର୍ଶୀ ଚିଟଫଣ୍ଡର ଏକାଧିକ ଶାଖାର ପରିଚାଳକଙ୍କୁ ନୋଟିସ ଜାରି କରିଥିଲା । ଚିରାଲା, ବିଶାଖା ଏବଂ ସେତମପେଟ ଶାଖାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ନୋଟିସ୍ ଜାରି କରିଥିଲା ପୋଲିସ। ଏହାକୁ ଚ୍ୟାଲେଞ୍ଜ କରି ମାର୍ଗଦର୍ଶୀ ଚିଟଫଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ଏହି ମାମଲାରେ ସଂସ୍ଥାକୁ ବଡ ଆଶ୍ବସ୍ତି ମିଳିବା ସହ ଆନ୍ଧ୍ର ପ୍ରଦେଶ ପୋଲିସକୁ ମଧ୍ୟ ବଡ ଝଟକା ଦେଇଛନ୍ତି କୋର୍ଟ । ଆକାଉଣ୍ଟ ଫ୍ରିଜ କରିବା ନେଇ ଜାରି କରାଯାଇଥିବା ସମସ୍ତ ପୋଲିସ ନୋଟିସକୁ କୋର୍ଟ ଅବୈଧ ଦର୍ଶାଇବା ସହ ଏହାକୁ ଖାରଜ ମଧ୍ୟ କରିଦେଇଛନ୍ତି ।

ଆଜି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଅନ୍ୟ ଏକ ମାମଲାରେ ମଧ୍ୟ ମାର୍ଗଦର୍ଶୀ ଚିଟଫଣ୍ଡକୁ ବଡ ଆଶ୍ବସ୍ତି ଦେଇଛନ୍ତି । ଅଂଶଧନ ଜାଲିଆତି ମାମଲାରେ ସଂସ୍ଥାକୁ ବଡ ଆଶ୍ବସ୍ତି ମିଳିଛି । ଏହି ଅଭିଯୋଗରେ ମାମଲା ରୁଜୁ କରିଥିବା ଆନ୍ଧ୍ର ପ୍ରଦେଶ ସିଆଇଡିର କାର୍ଯ୍ୟାନୁଷ୍ଠାନ ଉପରେ 8 ସପ୍ତାହ ସ୍ଥଗିତାଦେଶ ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଜଣେ ପୂର୍ବ ନିବେଶକଙ୍କ ଅଭିଯୋଗ କ୍ରମେ ଏହି ମାମଲାରେ ଆନ୍ଧ୍ର ପ୍ରଦେଶ ସିଆଇଡି ମାର୍ଗଦର୍ଶୀ ଚିଟପଣ୍ଡ ଅଧ୍ୟକ୍ଷ ରାମୋଜୀ ରାଓ ଓ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ସିଏଚ ଶୈଳଜା କିରଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଯାହାକୁ ନେଇ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ମାର୍ଗଦର୍ଶୀ ଚିଟଫଣ୍ଡ । ଏହି ରାୟ ସହିତ ସମାନ୍ତରଳ ଭାବେ ସଂସ୍ଥାର ଶାଖା ଗୁଡିକୁ ଜାରି କରାଯାଇଥିବା ବ୍ୟାଙ୍କ ଫ୍ରିଜ ନୋଟିସକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Share transfer case: ମାର୍ଗଦର୍ଶୀ ଚିଟଫଣ୍ଡକୁ ଆଶ୍ବସ୍ତି, ଆନ୍ଧ୍ର CIDର ନୋଟିସ୍‌ ଉପରେ ଲାଗିଲା ରୋକ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ 60 ବର୍ଷ ଧରି ଦେଶର ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ସେବା ଯୋଗାଇ ଆସୁଥିବା ପ୍ରତିଷ୍ଠିତ ସଂସ୍ଥା ‘ମାର୍ଗଦର୍ଶୀ ଚିଟଫଣ୍ଡ’ ନାମରେ ଗୋଟିଏ ପରେ ଗୋଟିଏ ମାମଲା ଦାଏର କରିବାରେ ଲାଗିଛି ଆନ୍ଧ୍ର ପ୍ରଦେଶ ସିଆଇଡି ଓ ପୋଲିସ ବିଭାଗ । ଏହାକୁ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ମଧ୍ୟ ମାର୍ଗଦର୍ଶୀ ପକ୍ଷରୁ କୁହାଯାଇଛି । ଏକାଧିକ ମାମଲାରେ ସଂସ୍ଥା ଆନ୍ଧ୍ର ହାଇକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛି । ଆଜି ଦୁଇଟି ମାମଲାରେ ଆନ୍ଧ୍ର ପ୍ରଦେଶ ସିଆଇଡି ଓ ପୋଲିସ ବିଭାଗକୁ ଝଟକା ଲାଗିବା ସହ ନିର୍ଦ୍ଦେଶ ଚିଟଫଣ୍ଡ ସଂସ୍ଥା ସପକ୍ଷରେ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.