ETV Bharat / bharat

ସୁପ୍ରିମକୋର୍ଟର ବିଚାରପତି ପାଇଁ ୨ଜଣଙ୍କ ନାମ ସୁପାରିସ କଲେ କଲେଜିୟମ

author img

By

Published : May 17, 2023, 8:06 AM IST

Updated : May 17, 2023, 10:22 AM IST

ସୁପ୍ରିମକୋର୍ଟର ବିଚାରପତି ପାଇଁ ୨ଜଣଙ୍କ ନାମ ସୁପାରିସ କଲେ କଲେଜିୟମ । ବରିଷ୍ଠ ଆଇନଜୀବୀ କେଭି ବିଶ୍ବନାଥନଙ୍କୁ ମିଳିପାରେ ପଦୋନ୍ନତି । ଅଧିକ ପଢନ୍ତୁ

Collegium decides
Collegium decides

ନୂଆଦିଲ୍ଲୀ: ସର୍ବୋଚ୍ଚ ଅଦାଲତର ବିଚାରପତି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର କଲେଜିୟମରେ ଦୁଇ ଜଣଙ୍କ ନାମ ସୁପାରିସ କରାଯାଇଛି । ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଆଇନଜୀବୀ କେଭି ବିଶ୍ବନାଥନଙ୍କୁ ପଦନ୍ନୋତି ଦେବାକୁ ସୁପାରିସ କରାଯାଇଛି । ଯଦି କଲେଜିୟମର ସୁପାରିସକୁ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ମିଳେ ତାହାଲେ ସେ ଆଗଷ୍ଟ ୨୦୩୦ରେ ଭାରତର ୫୮ତମ ପ୍ରଧାନ ବିଚାରପତି ହେବେ । ପ୍ରଧାନ ବିଚାରପତି ଭାବେ ସେ ୯ମାସ କାର୍ଯ୍ୟ କରିବେ ।

ସୁପ୍ରିମକୋର୍ଟଙ୍କର ବିଚାରପତିଙ୍କ ସଂଖ୍ୟା ୩୪ ରହିଥିବା ବେଳେ ବର୍ତ୍ତମାନ ୩୨ଜଣ ବିଚାରପତି ରହିଛନ୍ତି । ଆଉ ୨ଟି ପଦବୀ ଖାଲି ରହିଛି । ଏହାରି ଭିତରେ ପୁଣି ୨ଦିନ ଭିତରେ ଜଷ୍ଟିସ ଦିନେଶ ମାହେଶ୍ବରୀ ଏବଂ ଜଷ୍ଟିସ ଏମଆର ଶାହା ଅବସର ନେଇଛନ୍ତି । ଯଦି କଲେଜିୟମର ସୁପାରିସକୁ ଗ୍ରହଣ କରାଯାଏ, ତେବେ ବିଶ୍ବନାଥ ଏଭଳି ତାଲିକାରେ ରହିବେ, ଯେଉଁମାନେ ବାର୍‌ ଆସୋସିଏସନରୁ ସର୍ବୋଚ୍ଚ ନ୍ୟାୟାଳୟର ବେଞ୍ଚ୍‌କୁ ପଦନ୍ନୋତି ପାଇବା ପରେ ପ୍ରଧାନ ବିଚାରପତି ହୋଇପାରନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପିଏସ ନରସିହ୍ନା ତୃତୀୟ ପ୍ରଧାନବିଚାରପତି ହେବେ । ବିଶ୍ବାନାଥନ ୧୯୬୬ ମସିହା ୨୬ ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିଲେ । ଯେଦି ସେ ସର୍ବୋଚ୍ଚ ଅଦାଲତର ବିଚାରପତି ଭାବେ ନିଯୁକ୍ତି ପାଆନ୍ତି ତେବେ ୨୦୩୧ ମେ ୨୫ ଯାଏଁ କାର୍ଯ୍ୟ କରିବେ । ସୁପାରିସରେ କଲେଜିୟମ କହିଛନ୍ତି, "୨୦୩୦ ଅଗଷ୍ଟ ୧୧ ତାରିଖରେ ଜଷ୍ଟିସ ଜମସେଦ ବୁର୍ଜୋରଙ୍କ ଇସ୍ତଫା ପରେ ଆସନ୍ତା ୨୦୩୧ ମେ ୨୫ ତାରିଖ ଯାଏଁ ସେ ପ୍ରଧାନ ବିଚାରପତି କାର୍ଯ୍ୟ ତୁଲାଇବେ । ଗଠନ କରାଯାଇଥିବା କଲେଜିୟମରେ ପ୍ରଧାନ ବିଚାରପତିଙ୍କ ସମେତ ବିଚାରପତି ସଞ୍ଜୟ କିଶାନ କୌଲ, ଜଷ୍ଟିସ କେଏମ ଜୋସେଫ, ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ମଧ୍ୟ ସାମିଲ ହୋଇଛନ୍ତି । ସୁପାରିଶରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ବାରରୁ କେବଳ ଜଣେ ସଦସ୍ୟ (ଜଷ୍ଟିସ୍ ପିଏସ୍ ନରସିଂହ)ଙ୍କୁ ସୁପ୍ରିମକୋର୍ଟଙ୍କ ବେଞ୍ଚରେ ସିଧାସଳଖ ନିଯୁକ୍ତ କରାଯାଇଛି ।

ଏଥିରେ ଦର୍ଶାଯାଇଛି ଯେ କଲେଜିୟମ୍ ବାରର ପ୍ରତିଷ୍ଠିତ ସଦସ୍ୟଙ୍କ ନାମକୁ ମଧ୍ୟ ବିଚାର କରାଯାଇଥିଲା ​​ଏବଂ ବରିଷ୍ଠ ବିଚାପତି ବିଶ୍ୱନାଥନଙ୍କ ନାମକୁ ଚୂଡାନ୍ତ କରାଯାଇଥିଲା । କଲେଜିୟମ ପକ୍ଷରୁ କୁହାଯାଇଛି, ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଁ ଉପଯୁକ୍ତ ସେ ଉପଯୁକ୍ତ ଅଟନ୍ତି । କୋଏମ୍ବାଟୁର ଆଇନ କଲେଜ, ବିଶ୍ୱନାଥନ୍ ଭାରତୀ ବିଶ୍ୱବିଦ୍ୟାଳୟରୁ ପାଞ୍ଚ ବର୍ଷର ସମନ୍ୱିତ ଆଇନ ଡିଗ୍ରୀ ସମାପ୍ତ କରିବା ପରେ ସେ 1988ରେ ତାମିଲନାଡୁର ବାର୍ କାଉନସିଲରେ ଯୋଗ ଦେଇଥିଲେ । ୨ ଦଶନ୍ଧି ଅଦାଲତରେ କାର୍ଯ୍ୟ କରିବା ପରେ ବିଶ୍ୱନାଥନ୍ 2009ରେ ଜଣେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତି ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 17, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.