ETV Bharat / bharat

ଆନ୍ଧ୍ର ସରକାରଙ୍କ ବଡ ଘୋଷଣା, ଶିଶୁଙ୍କୁ ଯୋଗାଇବେ ମାଗଣା ଚିକିତ୍ସା - ମାଗଣା ଚିକିତ୍ସା

ଶିଶୁଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଆନ୍ଧ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଆନ୍ଧ୍ର ସରକାରଙ୍କ ବଡ ଘୋଷଣା, ଶିଶୁଙ୍କୁ ଯୋଗାଇବେ ମାଗଣା ଚିକିତ୍ସା

author img

By

Published : Jun 16, 2021, 6:11 AM IST

ଅମରାବତୀ: ଆନ୍ଧ୍ର ସରକାର ମଙ୍ଗଳବାର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଶିଶୁଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଏଥିଲାଗି ସରକାରୀ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଦେଶ ସମେତ ରାଜ୍ୟରେ ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହରୀ ଜାରି ରହିଛି । ତେବେ ତୃତୀୟ ଲହରୀକୁ ରୋକିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ବ କରିଛନ୍ତି ରାଜ୍ୟ ସରକାର । ଏଥିଲାଗି ମଙ୍ଗଳବାର ଅମରାବତୀଠାରେ ଏକ ବୈଠକ କରାଯାଇ ତୃତୀୟ ଲହରୀକୁ ରୋକିବା ସମ୍ପର୍କରେ ଆଲୋଚନା କରାଯାଇଛି । ଏହାସହିତ ମେଡିକାଲ ଷ୍ଟାଫଙ୍କୁ ପେଡ୍ରିଆଟିକ ବା ଶିଶୁଙ୍କ ଚିକିତ୍ସା ସମ୍ବନ୍ଧୀୟ ଚିକିତ୍ସା ଲାଗି ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ଏହି ବୈଠକ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅଲ୍ଲା କାଲି କ୍ରିଷ୍ଣାଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡି ସାରା ରାଜ୍ୟରେ ହେଲଥ ହବ୍ସ ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାସହିତ 5 ସପ୍ତାହର ଶିଶୁକୁ ଜନ୍ମ ଦେଇଥିବା ମା'ଙ୍କ ଟୀକାକରଣ ପ୍ରକ୍ରିୟାକୁ ଦ୍ରୁତ କରିବା ପାଇଁ ମଧ୍ୟ ଉଦ୍ୟମ କରିଛନ୍ତି । ଏହି ମହିଳାମାନେ ଟୀକାକରଣର ଗୋଟିଏ ଦିନ ପୂର୍ବରୁ ଟୋକନ ନେବେ ବୋଲି କୁହାଯାଇଛି । ଶିଶୁଙ୍କ ଚିକିତ୍ସା ଲାଗି ଆଉ ଅଧିକ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ସୂଚନା ଥାଉ କି ସୋମବାର ଆନ୍ଧ୍ରପ୍ରଦେଶରେ 4 ହଜାର 549 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 10 ହଜାର 114 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 59 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ 80 ହଜାର 13ଟି ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.