ETV Bharat / bharat

ସିରିଡି ସାଇ ମନ୍ଦିରରେ ଦେଢକୋଟି ଟଙ୍କା ଦାନ କଲେ ଅନନ୍ତ ଅମ୍ବାନୀ - ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ

ସୋମବାର ଦୀପାବଳି ଅବସରରେ ସିରିଡି ସାଇ ମନ୍ଦିର ପରିଦର୍ଶନ କରି ଦେଢ କୋଟି ଟଙ୍କା ଦାନ କଲେ ଅନନ୍ତ ଅମ୍ବାନୀ । ଅଧିକ ପଢନ୍ତୁ

ସିରିଡି ସାଇ ମନ୍ଦିରକୁ ଦେଢକୋଟି ଟଙ୍କା ଦାନ କଲେ ଅନନ୍ତ ଅମ୍ବାନୀ

author img

By

Published : Oct 25, 2022, 10:44 PM IST

ମୁମ୍ବାଇ: ସିରିଡି ସାଇ ମନ୍ଦିରକୁ ଦେଢ କୋଟି ଟଙ୍କା ଦାନ କଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ସୋମବାର ଦୀପାବଳି ଅବସରରେ ସିରିଡି ସାଇ ମନ୍ଦିର ପରିଦର୍ଶନ କରି ଦାନ କରିଥିଲେ ଅନନ୍ତ ଅମ୍ବାନୀ(Anant Ambani visits Shirdi Sai temple) । ମଧ୍ୟାହ୍ନରେ ମନ୍ଦିରରେ ଆଳତୀର ଆୟୋଜନ କରାଯାଇଥିବା ବେଳେ ମନ୍ଦିର ଟ୍ରଷ୍ଟକୁ ଦୀପାବଳି ଉପଲକ୍ଷେ ଟଙ୍କା ଦାନ କରିଥିଲେ ।

ଅମ୍ବାନୀ ପରିବାର ସାଇ ବାବାଙ୍କ ପରମ ଭକ୍ତ ହୋଇଥିବା ବେଳେ ଅନେକ ସମୟରେ ମନ୍ଦିର ପରିଦର୍ଶନ କରି ଟଙ୍କା ଦାନ କରିଥାନ୍ତି । ସେହିପରି ଗତକାଲି (ସୋମବାର) ମଧ୍ୟ ମନ୍ଦିର ପରିଦର୍ଶନରେ ଯାଇଥିବା ବେଳେ ଟଙ୍କା ଦାନ କରିଥିଲେ । ଅନନ୍ତ ଅମ୍ବାନୀ ପ୍ରଥମେ ମନ୍ଦିରରେ ପହଞ୍ଚି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମଧ୍ୟାହ୍ନରେ ବାବଙ୍କ ଆରତୀ ଆରମ୍ଭ ହୋଇଥିଲା । ଏହି ସମୟରେ ସାଇବାବା ସାନଷ୍ଟାନ୍ ଟ୍ରଷ୍ଟର ସିଇଓଙ୍କୁ 1.5 କୋଟି ଟଙ୍କାର ଏକ ଚେକ୍‌ ପ୍ରଦାନ କରିଥିଲେ । ସାନଷ୍ଟାନ୍ ଟ୍ରଷ୍ଟର ସିଇଓ ମଧ୍ୟ ଅନନ୍ତ ଅମ୍ବାନୀଙ୍କୁ 'ସାଇ ଶାଲ୍' ଏବଂ 'ସାଇ ବାବଙ୍କ ମୂର୍ତ୍ତି' ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଦୀପାବଳିରେ ପଞ୍ଜାବ ସୀମାନ୍ତ ଗ୍ରାମରେ ଉଡିଲା ପାକିସ୍ତାନୀ ଡ୍ରୋନ

ଏହାପୂର୍ବରୁ ଗତ ଅକ୍ଟୋବର 14 ରେ ମୁକେଶ ଅମ୍ବାନୀ ବଦ୍ରିନାଥ ଓ କେଦାରନାଥ ମନ୍ଦିର ପରିଦର୍ଶନ କରିଥିବା ବେଳେ ମନ୍ଦିରର ବିକାଶ ପାଇଁ 5 କୋଟି ଟଙ୍କା ଦାନ କରିଥିଲେ। ସେପ୍ଟେମ୍ବରରେ ମୁକେଶ ଅମ୍ବାନୀ କେରଳର ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିର ପରିଦର୍ଶନ କରି ଏହାର ‘ଆନନ୍ଦନାମ୍ ପାଣ୍ଠିକୁ 1.51 କୋଟି ଟଙ୍କା ଦାନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.