ETV Bharat / bharat

ବ୍ୟାଟେରୀ ଚାଳିତ ଗାଡି ତିଆରି କରି ଚର୍ଚ୍ଚାରେ ଯୁବକ, ଭେଟିବାକୁ ଡାକିଲେ ଆନନ୍ଦ ମହିନ୍ଦ୍ରା

ଯାହା ପାଖରେ କୌଶଳ ଅଛି ତାକୁ ପରିଚୟ ବନାଇବାକୁ ପଡେନାହିଁ । ଆପେ ଆପେ ପରିଚୟ ମିଳିଯାଏ । ଏମିତି ଜଣେ ଯୁବକ ହେଲେ ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାର ଶିବପୂଜନ । ସେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚିତ ଯୁବକ । ଅଧିକ ପଢନ୍ତୁ

author img

By

Published : May 5, 2022, 1:28 PM IST

ଚର୍ଚ୍ଚାରେ ୟୁପିର ଶିବପୂଜନଙ୍କ ବ୍ୟାଟେରୀ ଚାଳିତ ଗାଡି

ଲକ୍ଷ୍ନୌ: ଯାହା ପାଖରେ କୌଶଳ ଅଛି ତାକୁ ପରିଚୟ ବନାଇବାକୁ ପଡେନାହିଁ । ଆପେ ଆପେ ପରିଚୟ ମିଳିଯାଏ । ଏମିତି ଜଣେ ଯୁବକ ହେଲେ ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାର ଶିବପୂଜନ । ସେ ଏବେ ସୋସିଆଲ ମିଡିଆ ଚର୍ଚ୍ଚିତ ଯୁବକ । ତାଙ୍କ ଦ୍ବାରା ତିଆରି ଏକ ଯାନ ତାଙ୍କୁ ଚର୍ଚ୍ଚିତ କରିଛି । ଯାହାକୁ ପ୍ରଶଂସା କରିଛନ୍ତି ବିଜନେସ୍‌ ଟାଇକୁନ ତଥା ମହିନ୍ଦ୍ରା ଗ୍ରୁପ ଅଧକ୍ଷ ଆନନ୍ଦ ମହିନ୍ଦ୍ରା । ଟ୍ବିଟରେ ଏହି ଯୁବ ଇଞ୍ଜିନିୟରଙ୍କୁ ଦେଖା କରିବାକୁ କହିଛନ୍ତି ଆନନ୍ଦ ମହିନ୍ଦ୍ରା ।

  • I’m not sure his vehicle meets road regulations, but I hope his passion for wheels remains unregulated…This is the coolest thing I’ve seen in a long while. I want to meet this road warrior… https://t.co/lZbDnge7mo

    — anand mahindra (@anandmahindra) April 29, 2022 " class="align-text-top noRightClick twitterSection" data=" ">

ପିଲାଟି ଦିନୁ ଇଞ୍ଜିନିୟର ହେବାକୁ ସ୍ବପ୍ନ ଦେଖିଥିବା ଶିବପୂଜନଙ୍କ ପାଇଁ ଅର୍ଥାଭାବ ପ୍ରତିବନ୍ଧକ ସାଜିଥିଲା । ମାତ୍ର ସେ ହାର୍‌ ମାନିନଥିଲେ । ଅଭାବୀ ଓ ଅର୍ଥାଭାବ ମଣିଷକୁ ଅନେକ କିଛି ଶିଖାଏ । ଫଳରେ ନିଆରା କିଛି କରିବା ପାଇଁ ଶିବପୂଜନ ପ୍ରୟାସ ଜାରି ରଖିଥିଲେ । କାନ୍ଥରେ ଚିତ୍ର କରି ରୋଜଗାର କରୁଥିଲେ ଶିବପୂଜନ । ହେଲେ ଏଥିରେ ବା କେତେ ରୋଜଗାର । ଏହାପରେ ୫ ବର୍ଷ ୱେଲ୍ଡିଂ କାମ ଶିଖିବାପରେ ନିଜେ ଏକ କାର୍‌ ତିଆରି କରିବାକୁ ଭାବିଲେ ।

୧ ଲକ୍ଷ ଟଙ୍କା ଯୋଗାଡ କରି ୩ ମାସର ପରିଶ୍ରମ ପରେ ଏକ କାର୍‌ ତିଆରି କରିଛନ୍ତି । କାର୍‌ଟିର ଆଗରେ ୨ଟି ଚକ ଓ ପଛରେ ଗୋଟିଏ ଚକ ରହିଛି ଯାହା ରାସ୍ତାରେ ଅନ୍ୟକାର୍‌ ଭଳି ଗଡୁଛି । କାର୍‌ଟି ଯେବେ ପ୍ରଥମେ ରାସ୍ତାରେ ଗଡିଲା, ସମସ୍ତେ ପ୍ରଶଂସା କରିଥିଲେ । ଗାଡିଟି ୫୦ରୁ ୬୦ କିଲୋମିଟର ବେଗରେ ଚାଲୁଛି । ଏହାପରେ କାର୍‌ଟିକୁ ଆଉ ଟିକେ ଉନ୍ନତ କରିବାକୁ ଲାଗି ପଡିଥିଲେ ଶିବପୂଜନ ।

ଏହି କାର୍‌ ବାଇକରେ ଗାଁ ଗାଁରୁ କ୍ଷୀର ସଂଗ୍ରହ କରନ୍ତି । ତାକୁ ଦେଖି ଲୋକେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ । ଯାହାକୁ ଦେଖି ବିଜନେସ ଟାଇକୁନ ତଥା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏହି ଯୁବ ଇଞ୍ଜିନିୟରଙ୍କୁ ଦେଖା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟ ପରେ ଶିବପୂଜନଙ୍କ ବ୍ୟାଟେରୀ ଚାଳିତ ଗାଡି ଅଧିକ ଫେମସ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.