ହାଇଦ୍ରାବାଦ: ପୁଣି ପ୍ରତିଭାକୁ ଚିହ୍ନିଲେ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା । ଚୀନର ହାଙ୍ଗଝୌ ଠାରେ ଆୟୋଜିତ ଚତୁର୍ଥ ପାରା ଏସିଆନ ଗେମ୍ସରେ ତୀରନ୍ଦାଜିରେ ସ୍ବର୍ଣ୍ଣ ପଦକ ଜିତିଥିବା ଶୀତଲ ଦେବୀଙ୍କୁ ଦେଲେ କାର ଉପହାର । ତୀରନ୍ଦାଜ ଶୀତଲ ନିଜ ମନ ପସନ୍ଦର ଯେକୌଣସି ମହିନ୍ଦ୍ରା ଗ୍ରୁପର କାର ପସନ୍ଦ କରିବା ଲାଗି ତାଙ୍କୁ ଅଫର ଦେଇଛନ୍ତି ଆନନ୍ଦ । ଏହାପରେ ତାଙ୍କ ସୁବିଧା ଅନୁସାରେ ଉକ୍ତ କାରକୁ ସେ ବ୍ୟବହାର ଉପଯୋଗୀ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି ।
-
I will never,EVER again complain about petty problems in my life. #SheetalDevi you are a teacher to us all. Please pick any car from our range & we will award it to you & customise it for your use. pic.twitter.com/JU6DOR5iqs
— anand mahindra (@anandmahindra) October 28, 2023 " class="align-text-top noRightClick twitterSection" data="
">I will never,EVER again complain about petty problems in my life. #SheetalDevi you are a teacher to us all. Please pick any car from our range & we will award it to you & customise it for your use. pic.twitter.com/JU6DOR5iqs
— anand mahindra (@anandmahindra) October 28, 2023I will never,EVER again complain about petty problems in my life. #SheetalDevi you are a teacher to us all. Please pick any car from our range & we will award it to you & customise it for your use. pic.twitter.com/JU6DOR5iqs
— anand mahindra (@anandmahindra) October 28, 2023
ପୂର୍ବରୁ ମଧ୍ୟ କ୍ରୀଡାବିତ୍ ହୁଅନ୍ତି କି ସାଧାରଣ ବ୍ୟକ୍ତି, ସେମାନଙ୍କ ପ୍ରତିଭା ଚିହ୍ନି ଚର୍ଚ୍ଚାରେ ରହିଆସିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ଏପରିକି ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ ସବୁବେଳେ ସେ ସହାୟତାର ହାତ ବଢାଇଥାନ୍ତି । ଗରିବଙ୍କ ଲାଗି ସବୁବେଳେ ଛିଡ଼ା ହୋଇଥିବା ଆନନ୍ଦ ପୁଣି ବଦାନ୍ୟତା ଦେଖାଇଛନ୍ତି । ଚୀନର ହାଙ୍ଗଝୌରେ ଚତୁର୍ଥ ପାରା ଏସିଆନ ଗେମ୍ସ ଆୟୋଜିତ ହୋଇଥିଲା । ଯାହାକି ଗତକାଲି ଉଦଯାପିତ ହୋଇଛି । ତେବେ ଏହି ଏସିଆନ ଗେମ୍ସରେ ଶୀତଲ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ସମେତ ୩ଟି ପଦକ ଜିତିଛନ୍ତି । ଶୀତଲଙ୍କ ପ୍ରତିଭାକୁ ପ୍ରଶଂସା କରି ଆନନ୍ଦ ଏ ନେଇ ନିଜ 'X' ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି ।
ଏହା ବି ପଢନ୍ତୁ- Asian Para Games: ଏସିଆନ ପାରା ଗେମ୍ସ ଉଦଯାପିତ, 111 ପଦକ ସହ ପଞ୍ଚମରେ ଭାରତ
ଏହି ପୋଷ୍ଟରେ ଆନନ୍ଦ କହିଛନ୍ତି ଯେ ଶୀତଲ ସମସ୍ତଙ୍କ ଲାଗି ଜଣେ ପ୍ରଶିକ୍ଷକ ପାଲଟି ଯାଇଛନ୍ତି। ସେ ଆଉ ଛୋଟ ସମସ୍ୟା ଲାଗି କାହା ନିକଟରେ ଅଭିଯୋଗ କରିବେ ନାହିଁ ବୋଲି କହିଛନ୍ତି। ଶୀତଲ ଆଜି ଯାହା କରି ଦେଖାଇଛନ୍ତି ତାହା ସମସ୍ତଙ୍କ ଲାଗି ପ୍ରେରଣାଦାୟୀ । ଶୀତଲ ସମସ୍ତ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରି ପଦକ ଜିତିବା ଦ୍ବାରା ମହିନ୍ଦ୍ରା ଗ୍ରୁପ ଏଥିରେ ବିସ୍ମିତ ହୋଇପଡି଼ଛି । ଶୀତଲଙ୍କ ୨ଟି ହାତ ନଥିବା ବେଳେ ସେ ଏହି ରେକର୍ଡ କରିଛନ୍ତି । ତୀରନ୍ଦାଜିର ଫାଇନାଲ ରାଉଣ୍ଡରେ ସେ ସିଙ୍ଗାପୁର ପ୍ରତିଦ୍ବନ୍ଦୀ ଅଲିମ ଶାହିଦାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି ।
ଜମ୍ମୁ କାଶ୍ମୀର ତୀରନ୍ଦାଜ ଶୀତଲ ଦେବୀ ପ୍ରଥମ ମହିଳା ଭାବେ ଏସିଆନ ପାରା ଗେମ୍ସରେ ୨ଟି ସ୍ବର୍ଣ୍ଣ ଜିତିଛନ୍ତି । ଏହାସିହତ ୱିମେନ ଡବଲ୍ସରେ ସେ ରୌପ୍ୟ ପଦକ ଜିତିଛନ୍ତି । ତୀରନ୍ଦାଜିରେ ଆଥଲେଟମାନେ ଗୋଟିଏ ହାତରେ ଧନୁ ଧରିଥିବା ବେଳେ ଅନ୍ୟ ହାତରେ ତୀର ଧର ନିଜ ଲକ୍ଷ୍ୟ ଭେଦ କରନ୍ତି । ହେଲେ ଏଠାରେ ସାହସୀ ଶୀତଲଙ୍କ ଦୁଇ ହାତ ନଥିବା ବେଳେ ସେ ୨ ଗୋଡ଼ ସାହାଯ୍ୟରେ ନିଜ ଲକ୍ଷ୍ୟ ଭେଦ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଯାହାକୁ ନେଇ ସାରା ଦେଶ ଗର୍ବ ଅନୁଭବ କରିଛି । ହାତ ନଥାଇ ତୀରନ୍ଦାଜିରେ ଅଂଶଗ୍ରହଣ କରିଥିବା ଆଥଲେଟଙ୍କ ମଧ୍ୟରେ ଶୀତଲ ଦେବୀ ହେଉଛନ୍ତି ବିଶ୍ବରେ ପ୍ରଥମ ।
ଶୀତଲ ଜମ୍ମୁକାଶ୍ମୀରର ଏକ ଗରିବ ଘରେ ଜନ୍ମ ନେଇଛନ୍ତି । ଫୋକୋମେଲିଆ (phocomelia) ରୋଗ ପାଇଁ ତାଙ୍କ ୨ ହାତର ବିକାଶ ହୋଇପାରିନାହିଁ । ଏହାପରେ ସେ ନିଜ ଗୋଡ଼କୁ ହାତ ଭଳି ବ୍ୟବହାର କରିବା ଆରମ୍ଭ କରିଥିଲେ । ୨ ଗୋଡ଼ରେ ତୀରନ୍ଦାଜି ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ । ଭାରତୀୟ ସେନା ଦ୍ବାରା ଆୟୋଜିତ କ୍ରୀଡା ଶିବିରରେ ସେ ଅଂଶଗ୍ରହଣ କରିବା ପରେ ଧୀରେ ଧୀରେ ତାଙ୍କର ତୀରନ୍ଦାଜି ପ୍ରତି ଆଗ୍ରହ ବଢଥିଲା । ଏହାପରେ ସେ ଏହି ଶିକ୍ଷା ଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ