ETV Bharat / bharat

ରାଶିଫଳରେ ତ୍ରୁଟି, ଛେଳିକୁ ବିବାହ କଲେ ଯୁବକ - ଛେଳି ସହ ଯୁବକଙ୍କ ବାହାଘର ଖବର

ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛ ଏକ ବିଚିତ୍ର ଘଟଣା । ଜଣେ ଯୁବକ ଗ୍ରହ ରିଷ୍ଟ ଖଣ୍ଡନ କରିବା ଲାଗି ଛେଳିକୁ ବିବାହ କରିଛନ୍ତି । ତେବେ ଏହି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ନୁଜିଭେଡୁରେ ଦେଖିବାକୁ ମିଳିଛି ଏହି ବିଚିତ୍ର ଘଟଣା । ଅଧିକ ପଢନ୍ତୁ

ରାଶିଫଳରେ ତ୍ରୁଟି, ଛେଳିକୁ ବିବାହ କଲେ ଯୁବକ
ରାଶିଫଳରେ ତ୍ରୁଟି, ଛେଳିକୁ ବିବାହ କଲେ ଯୁବକ
author img

By

Published : Apr 3, 2022, 6:23 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛ ଏକ ବିଚିତ୍ର ଘଟଣା । ଜଣେ ଯୁବକ ଗ୍ରହ ରିଷ୍ଟ ଖଣ୍ଡନ କରିବା ଲାଗି ଛେଳିକୁ ବିବାହ କରିଛନ୍ତି । ତେବେ ଏହି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ନୁଜିଭେଡୁରେ ଦେଖିବାକୁ ମିଳିଛି ଏହି ବିଚିତ୍ର ଘଟଣା ।

ତେବେ କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ନୁଜିଭେଡୁର ଜଣେ ଯୁବକ ବିବାହ କରିବାକୁ ଚାହୁଁଥିଲେ । ଏଥିପାଇଁ ପରିବାର ଲୋକେ ଖୋଜୁଥିଲେ କନ୍ୟା । ଏପଟେ ପରିବାର ଲୋକଙ୍କ ପକ୍ଷରୁ ତାଙ୍କର ଜାତକ ଜଣେ ଜ୍ୟୋତିଷଙ୍କୁ ଦେଖାଇବା ସହ ପରାମର୍ଶ ନେଇଥିଲେ ।

ରାଶିଫଳରେ ତ୍ରୁଟି, ଛେଳିକୁ ବିବାହ କଲେ ଯୁବକ

ସେହିପରି ଜ୍ୟୋତିଷ ପରିବାର ଲୋକଙ୍କୁ ଯୁବକଙ୍କ ରାଶିରେ ଦୁଇଟି ବିବାହ ଯୋଗ ଅଛି ବୋଲି କହିଥିଲେ । ଏଥିସହ ସେ କହିଥିଲେ ଗୋଟିଏ ଛେଳି ସହ ବିବାହ କରିବା ପରେ ଏହାର ସମାଧାନ ହୋଇ ପାରିବ । ଶେଷରେ ରାଶିଫଳକୁ ବିଶ୍ବାସ କରୁଥିବା ଯୁବକ ଓ ତାଙ୍କ ପରିବାର ଗତକାଲି ଏକ ଛେଳି ସହିତ ତାଙ୍କର ବିବାହ କରିଛନ୍ତି ।

ଅନ୍ୟପଟେ ଯୁବକ ଜଣକ ନୁଜିଭେଡୁରେ ଥିବା ନବଗ୍ରହ ମନ୍ଦିରରେ ଏକ ଛେଳି ସହିତ ବିବାହ କରିଛନ୍ତି । ତେବେ ଉଗାଦି ଦିନ ପୁରୋହିତମାନେ ପରମ୍ପରା ଅନୁଯାୟୀ ଛେଳି ସହିତ ଯୁବକଙ୍କ ବିବାହ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.