ETV Bharat / bharat

Anantnag Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ

ସୀମାରେ ସୁରକ୍ଷାବାହିନୀଙ୍କ ଆତଙ୍କୀ ଦମନ ଅଭିଯାନ ଜାରି ରହିଛି । ଜମ୍ମୁ କଶ୍ମୀର ଅନନ୍ତନାଗ ପୂର୍ବ ବାଟକୋଟ ପାହାଲଗାମ ଜଙ୍ଗଲ ଅଞ୍ଚଳ ଶ୍ରୀଚନ୍ଦରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅଧିକ ପଢନ୍ତୁ

author img

By

Published : May 6, 2022, 11:46 AM IST

Updated : May 6, 2022, 1:14 PM IST

ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିମୟ

ଶ୍ରୀନଗର: ସୀମାରେ ସୁରକ୍ଷାବାହିନୀଙ୍କ ଆତଙ୍କୀ ଦମନ ଅଭିଯାନ ଜାରି ରହିଛି । ଜମ୍ମୁ କଶ୍ମୀର ଅନନ୍ତନାଗ ପୂର୍ବ ବାଟକୋଟ ପାହାଲଗାମ ଜଙ୍ଗଲ ଅଞ୍ଚଳ ଶ୍ରୀଚନ୍ଦରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥରେ ଜଣେ ଆତଙ୍କୀ ନିପାତ ହୋଇଛି । ଏ ନେଇ କାଶ୍ମୀର ଜୋନ ପୋଲିସ ଟ୍ବିଟ କରି ସୂଚନା ଦେଇଛି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀ ଖବର ପାଇଥିଲା । ଏହାପରେ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ଉଭୟ ପଟୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ଏଥରେ ଜଣେ ଆତଙ୍କୀକୁ ସଫା କରିଛି ସୁରକ୍ଷାବାହିନୀ । ସର୍ଚ୍ଚ ଅପରେସନ ଜାରି ରହିଛି । ମୃତ ଆତଙ୍କୀର ପରିଚୟ ମିଳିପାରି ନାହିଁ ।

ଚଳିତ ବର୍ଷ ସୀମାରେ 25ରୁ ଅଧିକ ଥର ଗୁଳିବିନିମୟ ହୋଇଛି । ଏହା ପୂର୍ବରୁ ପୁଲାୱାମାର ମିତ୍ରିଗାମ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲା ସୁରକ୍ଷାବାହିନୀ । ଚଳିତ ବର୍ଷ 4 ମାସ ଭିତରେ ଜମ୍ମୁ କାଶ୍ମୀରରେ ୬୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିମଧ୍ୟରୁ ୪୭ ଜଣ ସ୍ଥାନୀୟ ଆତଙ୍କବାଦୀ ରହିଥିବା ଜମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

କାଶ୍ମୀର ପୋଲିସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା । ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଥିଲେ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୩୯ ଜଣ LeTର, ୧୫ ଜଣ JeM, ୬ ଜଣ HM ଓ ୨ଜଣ Al-Badrର ରହିଥିଲେ । ୪୭ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ୧୫ ଜଣ ବିଦେଶୀ ଆତଙ୍କବାଦୀ ବୋଲି ବିବୃତ୍ତିରେ ଦର୍ଶାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : May 6, 2022, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.