ETV Bharat / bharat

ଜାମ୍ମୁ କାଶ୍ମୀର ଏନକାଉଣ୍ଟର; ଦୁଇ ଆତଙ୍କୀ ନିପାତ

author img

By

Published : May 17, 2021, 8:08 AM IST

Updated : May 17, 2021, 11:42 AM IST

ଜାମ୍ମୁ କାଶ୍ମୀର ଶ୍ରୀନଗର ଖାନମୋହ ଅଞ୍ଚଳରେ ଆତଙ୍କବାଦ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀକୁ ନିପାତ କରିିଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ...

ଏନକାଉଣ୍ଟର
ଏନକାଉଣ୍ଟର

ଶ୍ରୀନଗର: ସୀମାରେ ପୁଣି ଗୁଳି ବିନିମୟ । ଜାମ୍ମୁ କାଶ୍ମୀର ଶ୍ରୀନଗର ଖାନମୋହ ଅଞ୍ଚଳରେ ଆତଙ୍କବାଦ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ପୋଲିସ ଓ ସୁରକ୍ଷାବାହିନୀଙ୍କୁ ନେଇ ଏହି ସର୍ଚ୍ଚ ଅପରେସନ ଜାରି ରହିଥିବା ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ଦୁଇଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ମେ 11ତାରିଖରେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲା କୋକେରାଙ୍ଗ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଲସ୍କର-ଏ-ତୋଏବାର ତିନି ଆତଙ୍କୀ ଏହି ଏନକାଉଣ୍ଟରରେ ଫସି ରହିଥିବା କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ କୋରେରାଙ୍ଗର ଭାଇଲୋରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ସର୍ଚ୍ଚ ଅପରେସନ ପରେ ତିିନି ଆତଙ୍କୀଙ୍କୁ ସଫା କରିବାରେ ସଫଳ ହୋଇଥିଲା ସୁରକ୍ଷାବାହିନୀ ।

ଏହା ପୂର୍ବରୁ ମେ 6 ତାରିଖରେ ସୋପିଆନ ଜିଲ୍ଲା କନିଗ୍ରାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଏଲ-ବଦରର ତିନି ଆତଙ୍କୀଙ୍କୁ ସଫା କରିଥିଲା କାଶ୍ମୀର ପୋଲିସ । ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସମର୍ମଣ କରିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 17, 2021, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.