ETV Bharat / bharat

Badigam Encounter: 4 ଆତଙ୍କୀ ନିପାତ, ଏବେବି ଗୁଳି ବିନିମୟ ଜାରି

author img

By

Published : Apr 14, 2022, 3:42 PM IST

Updated : Apr 14, 2022, 5:37 PM IST

ଜମ୍ମୁ କାଶ୍ମୀରର ସୋପିଆନରେ ବଦିଗାମରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟରେ 4 ଆତଙ୍କୀଙ୍କୁ ସଫା କଲା ସୁରକ୍ଷା ବଳ। ଏବେବି ଜାରି ରହିଛି ଗୁଳି ବିନିମୟ । ଅଧିକ ପଢନ୍ତୁ

Badigam encounter: 4 ଆତଙ୍କୀ ନିପାତ, ଏବେବି ଗୁଳି ବିନିମୟ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଏନକାଉଣ୍ଟରରେ ବଡ ସଫଳତା ମିଳିଛି । 4 ଆତଙ୍କୀଙ୍କୁ ସଫା କରିବାରେ ସୁରକ୍ଷାବଳ ସଫଳ ହୋଇଛି । ଆଜି (ଗୁରୁବାର) ଅପରାହ୍ନରେ ସୋପିଆନର ବଦିଗାମ ଅନ୍ତର୍ଗତ ଜାଇନପୁରା ଅଞ୍ଚଳରେ ସୁରକ୍ଷା କର୍ମୀ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।

  • J&K | An encounter breaks out at Badigam, Zainapora area of Shopian. Police and security forces are on the job. Further details shall follow: Police

    — ANI (@ANI) April 14, 2022 " class="align-text-top noRightClick twitterSection" data=" ">

ବର୍ତ୍ତମାନ ସୁଦ୍ଧା 4 ଆତଙ୍କୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିବା ସହ ଗୁଳି ବିନିମୟ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୁରକ୍ଷା କର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କୀଙ୍କୁ ନିପାତ କରିବା ପାଇଁ ଅଭିଯାନ ଜାରି ରଖିଛନ୍ତି । ଅନ୍ୟ କିଛି ଆତଙ୍କୀ ଉକ୍ତ ସ୍ଥାନରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ବୁଧବାର ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 14, 2022, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.