ETV Bharat / bharat

କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ, ମନ୍ଦିର ସୁରକ୍ଷିତ

author img

By

Published : Oct 1, 2022, 2:05 PM IST

Updated : Oct 1, 2022, 2:29 PM IST

ଦେବଭୂମି ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ । ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ, ମନ୍ଦିର ସୁରକ୍ଷିତ
କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ, ମନ୍ଦିର ସୁରକ୍ଷିତ

ଡେରାଡୁନ: କେଦାରନାଥରେ ଧସିଲା ବରଫ ପାହାଡ(Huge avalanche near Kedarnath shrine)। ଆଜି(ଶନିବାର)ସକାଳେ ଦେବଭୂମି ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମ(Kedarnath Dham)ରେ ଭୟଙ୍କର ହିମସ୍ଖଳନ ହୋଇଛି । ତେବେ ଏଥିରେ କେଦାରନାଥ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ । ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ହିମସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ପ୍ରଭାବିତ ହେବା ନେଇ ଏ ଯାଏଁ କୌଣସି ହସ୍ତଗତ ହୋଇନାହିଁ ।

କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ

ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି(Shri Badrinath Kedarnath Temple Committee) ସଭାପତି ଅଜେନ୍ଦ୍ର ଅଜୟ କହିଛନ୍ତି, ''ଆଜି ସକାଳ ସମୟରେ କେଦାରନାଥ ମନ୍ଦିର ପଛ ପଟୁ ହିମାଳୟ ପର୍ବତରୁ ବିଶାଳକାୟ ବରଫଖଣ୍ଡ ଖସିଥିଲା । ଏହାଯୋଗୁଁ ମନ୍ଦିରର କୌଣସି କ୍ଷତି ହୋଇନାହିଁ ।'' ହେଲେ ହଠାତ୍ ବରଫଖଣ୍ଡ ଖସିବା ଦେଖି କେଦାରନାଥ ଧାମରେ ଥିବା ତୀର୍ଥଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ତେବେ ଗତମାସ ପରଠୁ ହିମସ୍ଖଳନର ଏହା ଦ୍ବିତୀୟ ଘଟଣା ।

ଏହାପୂର୍ବରୁ ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟା ସମୟରେ କେଦାରନାଥ ଧାମ ପାଖରେ ଥିବା ଚୋରାବାରି ଗ୍ଲାସିୟରରେ ବରଫଖଣ୍ଡ ଧସିଥିଲା । ସେ ସମୟରେ ମଧ୍ୟ କୌଣସି ବିଶେଷ କ୍ଷୟକ୍ଷତି ଘଟିନଥିଲା । ତେବେ ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଯେଉଁ କାରଣରୁ ଅନେକ ସମୟରେ ଭୂସ୍ଖଳନ ହୋଇ ଜାତୀୟ ରାଜପଥ ଅବରୋଧ ହେଉଛି । ଗୁରୁବାର ଦିନ ହଠାତ୍ ଭୂସ୍ଖଳନ ଯୋଗୁଁ ରୁଦ୍ରପ୍ରୟାଗ ନିକଟସ୍ଥ ଜାତୀୟ ରାଜପଥର ଯାତାୟତ ପ୍ରଭାବିତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ବଦ୍ରିନାଥ ଏବଂ କେଦାରନାଥ ଧାମରେ ଚାଲିଥିବା ପୁନଃନିର୍ମାଣ କାର୍ଯ୍ୟଗୁଡିକର ଭର୍ଚୁଆଲରେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସଚିବାଳୟରୁ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

Last Updated : Oct 1, 2022, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.