ନୂଆଦିଲ୍ଲୀ: ମହଙ୍ଗା ହେଲା ଅମୂଲ କ୍ଷୀରର ଦାମ । ଲିଟର ପିଛା ୨ ଟଙ୍କା ବୃଦ୍ଧି କଲା ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡରେସନ (GCMMF) ଅମୂଲ ବ୍ରାଣ୍ଡ । ବଜାରରେ ମିଳୁଥିବା ଅମୂଲ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । ଆଜିଠାରୁ ସମଗ୍ର ଦେଶରେ ଏହି ନୂଆ ଦରଦାମ ଲାଗୁ କରାଯାଇଛି ।
ଗୁଜୁରାଟର ଅହମ୍ମଦାବାଦ ଏବଂ ସୌରାଷ୍ଟ୍ର ବଜାରରେ ଅମୂଲ ଗୋଲ୍ଡର ଦାମ ୫୦୦ ମିଲି ପିଛା ୩୦ ଟଙ୍କା, ଅମୂଲ ତାଜା ୫୦୦ ମିଲି ପିଛା ୨୪ ଟଙ୍କା ଓ ଅମୁଲ ଶକ୍ତି ୫୦୦ ମିଲି ପିଛା ୨୭ ଟଙ୍କା ରହିଛି । ତେବେ ଏହା ପୂର୍ବରୁ ୨୦୨୧ ଜୁଲାଇ ମାସରେ ଅମୂଲ କ୍ଷୀର ଦାମ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଥିଲା GCMMF ।