ଗାନ୍ଧୀନଗର: ବର୍ଷ ଆରମ୍ଭରୁ ଖାଉଟିଙ୍କୁ ଝଟ୍କା । ମହଙ୍ଗା ହେଲା କ୍ଷୀର । ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ କମ୍ପାନୀ ଅମୂଲ ଡାଏରୀ ଏହାର କ୍ଷୀର ଦାମରେ 3 ଟଙ୍କା ବୃଦ୍ଧି କରିଛି । ଅମୂଲ ପାଉଚ ମିଲ୍କ ଲିଟର ପିଛା ଦାମ 3 ଟଙ୍କା ମହଙ୍ଗା ହୋଇଛି । ଗୁଜୁରାଟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଆଜି(ଶୁକ୍ରବାର) ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଗୁଜୁରାଟ କୋଅପରଟିଭ ମିଲ୍କ ମାର୍କେଟିଂ ଫେଡେରେସନ ଲିମିଟେଡ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି ।
-
Amul has increased prices of Amul pouch milk (All variants) by Rs 3 per litre: Gujarat Cooperative Milk Marketing Federation Limited pic.twitter.com/At3bxoGNPW
— ANI (@ANI) February 3, 2023 " class="align-text-top noRightClick twitterSection" data="
">Amul has increased prices of Amul pouch milk (All variants) by Rs 3 per litre: Gujarat Cooperative Milk Marketing Federation Limited pic.twitter.com/At3bxoGNPW
— ANI (@ANI) February 3, 2023Amul has increased prices of Amul pouch milk (All variants) by Rs 3 per litre: Gujarat Cooperative Milk Marketing Federation Limited pic.twitter.com/At3bxoGNPW
— ANI (@ANI) February 3, 2023
ନୂଆ ଦର ଲାଗୁ ହେବା ପରେ ଅମୂଲ ତାଜ ଲିଟର ପିଛା 54 ଟଙ୍କା ହୋଇଥିବା ବେଳେ ଅମୂଲ ଗୋଲ୍ଟ ଲିଟର 66 ଟଙ୍କା ହୋଇଛି । ସେହିପରି ଅମୂଲ କାଓ ମିଲ୍କ ଲିଟର 56 ଟଙ୍କା ଓ ଏ ଟୁ ମଇଁଷି କ୍ଷୀର ଲିଟର 70 ଟଙ୍କାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଅକ୍ଟୋବର 15 ତାରିଖରେ ଅମୂଲ ଡାଏରୀ କ୍ଷୀରର ମୂଲ୍ୟ 2 ଟଙ୍କା ବୃଦ୍ଧି କରିଥିଲା ।
ଗୁଜୁରାଟ ବ୍ୟତିତ ଏହି ଦର ସମସ୍ତ ରାଜ୍ୟରେ ଲାଗୁ କରାଯାଇଥିଲା । ଗୁଜୁରାଟ କୋଅପରଟିଭ ମିଲ୍କ ମାର୍କେଟିଂ ଫେଡେରେସନ ଲିମିଟେଡର ଏମଡି ଆରଏସ ସୋଧି ଏହି ସୂଚନା ଦେଇଥିଲେ । ସେହିପିର ଗତବର୍ଷ ମାର୍ଚ୍ଚ ଓ ଅଗଷ୍ଟ ମାସରେ ଅମୂଲ କ୍ଷୀର ଦାମ ଦୁଇ ଟଙ୍କା ଲେଖାଏଁ ମହଙ୍ଗା କରିଥିଲା କମ୍ପାନୀ । ଅମୂଲର ମୁଖ୍ୟ ଉତ୍ପାଦନକାରୀ ୟୁନିଟ ଗୁଜୁରାଟର ଆନନ୍ଦ ଜିଲ୍ଲାରେ ରହିଛି ।
କ୍ଷୀର ଉତ୍ପାଦନର ସାମଗ୍ରିର ମୂଲ୍ୟ ବୃଦ୍ଧି ହେତୁ ଏହି ମୂଲ୍ୟ ବୃଦ୍ଧି କରାଯାଉଛି । ଗତ ବର୍ଷ ତୁଳନାରେ ଗୋ ଖାଦ୍ୟର ମୂଲ୍ୟ ପ୍ରାୟ 20 ପ୍ରତିଶତକୁ ବୃଦ୍ଧି ପାଇଛି । ଏହାକୁ ବିଚାରକୁ ନେଇ ଆମର ସଦସ୍ୟ ସଂଗଠନ ମଧ୍ୟ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କାମ କରୁଥିବା କୃଷକଙ୍କ ମୂଲ୍ୟ 8-9 ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି କମ୍ପାନୀ ତରଫରୁ କୁହାଯାଇଛି ।
ଗତ ଡିସେମ୍ବର 22 ତାରିଖରେ ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ କ୍ଷୀର ମୂଲ୍ୟରେ 2 ଟଙ୍କା ବୃଦ୍ଧି କରିଥିବା ନେଇ ଘୋଷଣା କରିଥିଲା । ଦିଲ୍ଲୀ-ଏନସିଆରରେ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଥିଲା । ଗତବର୍ଷ ପଞ୍ଚମ ଥର ପାଇଁ ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଦୁଗ୍ଧର ମୂଲ୍ୟ ବୃଦ୍ଧି ହୋଇଥିଲା । ମଦର ଡାଏରୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ 30 ଲକ୍ଷ ଲିଟରରୁ ଅଧିକ କ୍ଷୀର ବିକ୍ରି କରେ।