ETV Bharat / bharat

କାର୍ଟୁନ ମାଧ୍ୟମରେ ଉତ୍ତରାଖଣ୍ଡବାସୀଙ୍କ ସୁରକ୍ଷା କାମନା କଲା 'ଅମୁଲ' - ଅମୁଲର ପ୍ରୟାସ

ଉତ୍ତରାଖଣ୍ଡ ଚମୋଲିରେ ହୋଇଛି ହିମସ୍ଖଳନ । ଏନେଇ ସମସ୍ତଙ୍କ ସୁରକ୍ଷା କାମନା କରିଛି ଅମୁଲ୍ କମ୍ପାନୀ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡବାସୀଙ୍କ କାର୍ଟୁନ ମାଧ୍ୟମରେ ସୁରକ୍ଷା କାମନା

author img

By

Published : Feb 9, 2021, 8:42 PM IST

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ହୋଇଛି ହିମସ୍ଖଳନ । 2 ଦିନ ହେବା ଜାରି ରହିଛି ଉଦ୍ଧାର କାର୍ଯ୍ୟ । ହିମସ୍ଖଳନରେ ଏବେ ସୁଦ୍ଧା 31 ଜଣଙ୍କ ମୃତଦେହ ମିଳିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି । ସାରା ଦେଶବାସୀ ଉତ୍ତରାଖଣ୍ଡ ପାଇଁ ପ୍ରାର୍ଥନା କରୁଛନ୍ତି । ସର୍ବଦା ଦେଶର ପ୍ରତ୍ୟେକ ପରିସ୍ଥିତିରେ ‘ଅମୁଲ୍’ କମ୍ପାନୀ ଦେଶବାସୀଙ୍କ ସହ ଠିଆ ହୋଇଛି । ଏଥର ମଧ୍ୟ ଉତ୍ତରାଖଣ୍ଡବାସୀଙ୍କ ସାହାସ ବଢାଇଛି ଅମୁଲ୍ ।

ସ୍ବତନ୍ତ୍ର ଭାବରେ ଦେଶବାସୀଙ୍କୁ ମେସେଜ୍ ଦେଇ ଆସୁଥିବା ଅମୁଲ୍, ଉତ୍ତରାଖଣ୍ଡ ପାଇଁ ପ୍ରାର୍ଥନା କରିଛି । ଅମୁଲର ସ୍ବତନ୍ତ୍ର କାର୍ଟୁନ ଜରିଆରେ ମେସେଜ୍ ଦେଇଛି କମ୍ପାନୀ । ‘ସାଥି ହାଥ ବଢାନା ସାଥିରେ’ ଲେଖି କାର୍ଟୁନରେ ଯବାନଙ୍କୁ ଚିତ୍ରଣ କରିଛି । କାର୍ଟୁନରେ ଟନେଲ୍ ସହ ଉଦ୍ଧାରକାର୍ଯ୍ୟକୁ ଦର୍ଶାଯାଇଛି । କାର୍ଟୁନ ମାଧ୍ୟମରେ ସମସ୍ତଙ୍କ ସୁରକ୍ଷା କାମନା କରିଛି ଅମୁଲ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.