ETV Bharat / bharat

ଦିବୃଗଡ ସେଣ୍ଟ୍ରାଲ ଜେଲରେ ପହଞ୍ଚିଲା ଅମ୍ରିତପାଲ ସିଂ, ଜେରା କରିବ RAW ଓ IB - ଅମ୍ରିତପାଲ ସିଂ ଗିରଫ

ଦିବୃଗଡ ସେଣ୍ଟ୍ରାଲ ଜେଲରେ ପହଞ୍ଚିଲା ଅମ୍ରିତପାଲ ସିଂ । ଜେରା କରିବ RAW ଓ IB । ପୂର୍ବରୁ କିଛି ସହଯୋଗୀଙ୍କୁ ମଧ୍ୟ ପଠାଯାଇଥିଲା ଦିବୃଗଡ ଜେଲ । ଅଧିକ ପଢନ୍ତୁ

ଆସାମ ଦିବୃଗଡ ଜେଲରେ ଅମ୍ରିତପାଲ ସିଂ, ଜେରା କରିବ RAW ଓ IB

author img

By

Published : Apr 23, 2023, 7:03 PM IST

ନୂଆଦିଲ୍ଲୀ: ଆଜି ଗିରଫ ହୋଇଥିବା ପଳାତକ କଲିସ୍ତାନୀ ନେତା ଅମ୍ରିତପାଲ ସିଂକୁ ଆସାମର ଦିବୃଗଡ କେନ୍ଦ୍ରୀୟ ଜେଲକୁ ପଠାଯାଇଛି । କଡା ସୁରକ୍ଷା ମଧ୍ୟରେ ତାକୁ ବିମାନ ଯୋଗେ ଦିବୃଗଡକୁ ସ୍ଥାନାନ୍ତରିତ କରାଯାଇଥିଲା । ବିମାନ ବନ୍ଦରରୁ ତାକୁ କଡା ସୁରକ୍ଷା ମଧ୍ୟରେ ଜେଲକୁ ନିଆଯାଇଥିଲା । ଏବେ ତାକୁ ଦିବୃଗଡ କେନ୍ଦ୍ରୀୟ କାରାଗାରର ଆଇସୋଲେନ ସେଲରେ ରଖାଯାଇଛି । ଜେଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଏବେ ତାକୁ ପୋଲିସ ପରିବର୍ତ୍ତେ ସର୍ବୋଚ୍ଚ ଗୁଇନ୍ଦା ସଂସ୍ଥା RAW ଓ IB ଅଧିକାରୀମାନେ ଜେରା କରିବା ନେଇ ସୂଚନା ମିଳିଛି ।

  • #WATCH | Assam: Khalistan supporter and 'Waris Punjab De' chief Amritpal Singh who was today arrested by Punjab police, was brought to jail in Dibrugarh. pic.twitter.com/cTGbk6oZjW

    — ANI (@ANI) April 23, 2023 " class="align-text-top noRightClick twitterSection" data=" ">

18 ମାର୍ଚ୍ଚରୁ ଫେରାର ଥିବା ଅମ୍ରିତପାଲ ପୋଲିସ ଆଖିରେ ଧୁଳି ଦେଇ ଆତ୍ମଗୋପନ କରିଥିଲା । ତାର ପ୍ରାୟ ଶତାଧିକ ସମର୍ଥକଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ତା ନିକଟରେ ପହଞ୍ଚି ପାରୁନଥିଲା । ଆଜି ତାକୁ ମୋଗାରୁ ଗିରଫ କରାଯାଇଛି । ସେ ନିଜେ ଏକ ଗୁରୁଦ୍ବାରରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଗିରଫ କରିଥିଲା । ପରେ ସୁରକ୍ଷା କାରଣରୁ ତାକୁ ପଞ୍ଜାବ କିମ୍ବା ଅନ୍ୟ କୌଣସି ଉତ୍ତର ଭାରତ ରାଜ୍ୟ ପରିବର୍ତ୍ତେ ସିଧା ଆସାମ ସ୍ଥାନାନ୍ତରିତ କରାଯାଇଥିଲା । ଗିରଫଦାରୀର ମାତ୍ର କେଇ ଘଣ୍ଟା ମଧ୍ୟରେ ତାକୁ ବିମାନ ଯୋଗେ ଆସାମର ଦିବୃଗଡ କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ପୂର୍ବରୁ ମଧ୍ୟ ଅମ୍ରିତପାଲର ପ୍ରାୟ 9 ଜଣ ସହଯୋଗୀଙ୍କୁ ଏହି ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ନିଜେ ଅମ୍ରିତପାଲ ମଧ୍ୟ ଏହି ଜେଲ୍‌ରେ ରହିବ । ସେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଜେଲ୍‌ ମଧ୍ୟରେ ଓ ବାହାରେ ମଧ୍ୟ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରହିବେ । ଖୁବଶୀଘ୍ର ତାର ଜେରା ମଧ୍ୟ ଆରମ୍ଭ ହେବ । ଜେଲ୍‌ ମଧ୍ୟରେ ହିଁ RAW ଓ IB ଅଧିକାରୀମାନେ ତାକୁ ଜେରା କରିବେ । ଅମ୍ରିତପାଲ ଓ ତାର ସଂଗଠନର ପାକିସ୍ତାନ ଲିଙ୍କ୍‌ ରହିଥିବା ସନ୍ଦେହ କରାଯାଉଛି । ଭାରତରେ ଧାର୍ମିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଖଲିସ୍ତାନୀ ସମର୍ଥକ ଗୋଷ୍ଠୀଙ୍କୁ ସହଯୋଗ କରୁଥିବା ସୂଚନା ପୂର୍ବର ମଧ୍ୟ ମିଳି ସାରିଛି । ସେହିପରି ବିଦେଶରେ ମଧ୍ୟ ଖଲିସ୍ତାନୀ ସମର୍ଥକ ଥିବାରୁ ଏହି ସଂଗଠନ ଭାରତ ବିରୋଧୀ ସଂଗଠନ ସହ ଲିଙ୍କ୍‌ରେ ଥିବା ସନ୍ଦେହକୁ ପୋଲିସ ଏଡାଇ ପାରୁନି ।

ଆଜି ପୂର୍ବାହ୍ନରେ ନାଟକୀୟ ଢଙ୍ଗରେ ଗିରଫ ହୋଇଥିଲା ଅମ୍ରିତପାଲ । ମୋଗା ଜିଲ୍ଲାରେ ଏକ ଗୁରୁଦ୍ବାରରେ ସେ ପ୍ରାର୍ଥନା କରୁଥିବା ବେଳେ ପୋୱଲିସ ପହଞ୍ଚି ତାକୁ ଅତି ଶାନ୍ତିପୂର୍ଣ୍ଣ ଭାବେ ଗିରଫ କରିଥିଲା । ଗିରଫଦାରୀ ସମୟରେ ବ୍ୟାପକ ପୋଲିସ ଫୋର୍ସ କିମ୍ବା ଆଇନ ଶୃଙ୍ଖଳା ପାଇଁ ବିଶେଷ ବନ୍ଦୋବସ୍ତ ବି ନଥିଲା । ଏହାକୁ କେହି କେହି ଆତ୍ମସମର୍ପଣ ବୋଲି ମଧ୍ୟ କହୁଛନ୍ତି । ହେଲେ ପୋଲିସ ଏହାକୁ ଗିରଫଦାରୀ ଦର୍ଶାଇବା ସହ ତାକୁ ତୁରନ୍ତ ସୁଦୂର ଉତ୍ତର-ପୂର୍ବ ଆସାମକୁ ସ୍ଥାନାନ୍ତରିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.