ETV Bharat / bharat

ହାଇଦ୍ରାବାଦରେ ଶାହା, ପ୍ରଚାରର ଶେଷ ଦିନରେ କରୁଛନ୍ତି ରୋଡ୍ ଶୋ - GHMC

ମ୍ୟୁନିସିପାଲିଟ ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଏହାର ବହୁ ବରିଷ୍ଠ ନେତାଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇଛି । ଏଥିରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ନେତା ହାଇଦ୍ରାବାଦ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ଶାହା
ହାଇଦ୍ରାବାଦରେ ଶାହା
author img

By

Published : Nov 29, 2020, 1:49 PM IST

Updated : Nov 29, 2020, 2:15 PM IST

ହାଇଦ୍ରାବାଦ: ମ୍ୟୁନିସିପାଲିଟ ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଏହାର ବହୁ ବରିଷ୍ଠ ନେତାଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇଛି । ଏଥିରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ନେତା ହାଇଦ୍ରାବାଦ ଗସ୍ତ କରିଛନ୍ତି । ବର୍ତ୍ତମାନ ଅମିତ ଶାହା ହାଇଦ୍ରାବାଦରେ ପହଞ୍ଚି ରୋଡ୍ ସୋ ଆରମ୍ଭ କରିଛନ୍ତି । ରୋଡ୍ ସୋ ପୂର୍ବରୁ ସେ ଭାଗଲକ୍ଷ୍ମୀ ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ । ମନ୍ଦିରରେ ପୂଜା ପରେ ସେମାନଙ୍କ ରୋଡ୍ ସୋ ଆରମ୍ଭ ହୋଇଥିଲା ।

ହାଇଦ୍ରାବାଦରେ ଶାହା, ପ୍ରଚାରର ଶେଷ ଦିନରେ କରୁଛନ୍ତି ରୋଡ୍ ଶୋ

ହାଇଦ୍ରାବାଦ ମ୍ୟୁନିସିପାଲିଟର 150 ଟି ଆସନ ପାଇଁ ନିର୍ବାଚନ ହେବ । ଡିସେମ୍ବର 1 ରେ ଭୋଟ୍ ଗ୍ରହଣ କରାଯାଉଥିବାବେଳେ ଡିସେମ୍ବର 4 ରେ ଭୋଟ୍ ଗଣନା କରାଯିବ । ଏହି ସମୟରେ ଅମିତ ଶାହା ଆଜି ହାଇଦ୍ରାବାଦରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ । ସେ ହାଇଦ୍ରାବାଦର ନାମ୍ପାଲିସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାହ୍ନ 3 ଟାରେ ଡ଼ଃ ଶ୍ୟାମ ପ୍ରସାଦ ମୁଖାର୍ଜୀ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।

ହାଇଦ୍ରାବାଦ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଅମିତ ଶାହା ଏହି ରୋଡ୍ ସୋ କରୁଛନ୍ତି । ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ (ଜିଏଚଏମସି) ନିର୍ବାଚନ ପାଇଁ ଅମିତ ଶାହା ସିକନ୍ଦରାବାଦରେ ଏକ ରୋଡ୍ ସୋ କରୁଛନ୍ତି । ଜିଏଚଏମସି ନିର୍ବାଚନ ପ୍ରଚାର ଆଜି ସନ୍ଧ୍ୟା 6 ଟାରେ ଶେଷ ହେବ | ଏହାକୁ ଦୃଷ୍ଟିରେ ରଖି ଟିଆରଏସରୁ ମ୍ୟୁନିସିପାଲିଟିର କ୍ଷମତା ହାସଲ କରିବାକୁ ବିଜେପି ଶୁକ୍ରବାର ସାରା ସହରରେ ସକ୍ରିୟ ପ୍ରଚାର କରିଥିଲା ​​।

ଅନ୍ୟପକ୍ଷେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ବିଜେପିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଏହି ନିର୍ବାଚନ ହାଇଦ୍ରାବାଦର ନହୋଇକି ପ୍ରଧାନମନ୍ତ୍ରୀଙ୍କର ହୋଇଗଲା । ନିର୍ବାଚନରେ ​​ବିଜେପି ଏତେ ସଂଖ୍ୟକ ନେତାଙ୍କୁ ଡାକିଛି ଯେ ବର୍ତ୍ତମାନ କେବଳ ଡୋନାଲ୍ଡ ଟ୍ରମ୍ପ ବାକି ଅଛନ୍ତି । ପ୍ରକାଶଥାଉକି, ହାଇଦ୍ରାବାଦ ମ୍ୟୁନିସିପାଲିଟ୍ ନିର୍ବାଚନ ବର୍ତ୍ତମାନ ଜାତୀୟ ରାଜନୀତିର କେନ୍ଦ୍ର ପାଲଟିଛି । ସାରା ଦେଶରେ ଏହା ଉପରେ ନଜର ରହିଛି । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ମଧ୍ୟ 2023 ତେଲେଙ୍ଗାନା ବିଧାନସଭା ନିର୍ବାଚନର ପରୀକ୍ଷା ବୋଲି ବିବେଚନା କରାଯାଉଛି ।

Last Updated : Nov 29, 2020, 2:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.