ETV Bharat / bharat

ଶାହାଙ୍କ ମିଶନ ବେଙ୍ଗଲ; ଆଜି ମେଗା ରୋଡ ଶୋ’ ସହ ଶେଷ ହେବ ଗସ୍ତ

author img

By

Published : Dec 20, 2020, 10:41 AM IST

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ । ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଅଧିକ ପଢନ୍ତୁ...

Amit Shah's Bengal visit: HM to hold roadshow in Bolpur
ଶାହାଙ୍କ ମିଶନ ବେଙ୍ଗଲ; ଆଜି ମେଗା ରୋଡଶୋ ସହ ଶେଷ ହେବ ଗସ୍ତ

କୋଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଜି ଶେଷ ଦିନ । ଆଜି କୋଲକାତା ସ୍ଥିତ ଶାନ୍ତି ନିକେତନ ଯାଇ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସଙ୍ଗୀତ ଭବନ କ୍ୟାମସ ମଧ୍ୟ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମଧ୍ୟାହ୍ନରେ ବିଶ୍ବ ଭାରତୀ ବାଙ୍ଗଲାଦେଶ ସମ୍ମିଳନୀ କକ୍ଷରେ ଉଦବୋଧନ ଦେବେ । ପରେ ଶାହା ବୀର ଭୂମିସ୍ଥିତ ବିଶିଷ୍ଟ ଲୋକ ସଙ୍ଗୀକଜ୍ଞ ଶ୍ୟାମାବତୀଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିବେ ।

ପରେ ଦିନ 2ଟା ପରେ, ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ହନୁମାନ ମନ୍ଦିରରୁ ବୋଲପୁରର ଷ୍ଟାଡିୟମ ରୋଡ ପର୍ଯ୍ୟନ୍ତ ଏକ ମେଗା ରୋଡସୋ କରିବେ ଶାହା । ଏହା ପରେ ସେ 4.45ରେ ବୀରଭୂମିରେ ଥିବା ଶାହା ମୋହର କୁଟିଜ ରିସର୍ଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଶନିବାର ପଶ୍ଚିମବଙ୍ଗର ମେଦିନପୁରରେ ଜନସଭାକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି 200ରୁ ଅଧିକ ସିଟ ହାସଲ କରିବ ବୋଲି ଋଣହୁଙ୍କାର ଦେଇଥିଲେ ଶାହା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.