ପାଟନା: ଦୁଇ ଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଅନ୍ତିମ ଦିନ । ବିହାରର ପାଟନା ସ୍ଥିତ ଜୟ ଭବନ ଠାରେ ଆୟୋଜିତ ଏହି ବୈଠକର ଉଦଯାପନୀ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବେ ।
ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟାହ୍ନ ସମୟରେ ପାଟଣାରେ ପହଞ୍ଚିବେ । ସେଠାରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧନ କରିବେ ଅମିତ ଶାହ । ଏହାପରେ ସନ୍ଧ୍ୟା 6ରୁ ରାତି 8ଟା ମଧ୍ୟରେ ଅନ୍ୟ ରାଜ୍ୟର ନେତାଙ୍କ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମ ଅନ୍ତିମରେ ରାତି 10ଟା ସମୟରେ ଜେ.ପି ଓ ଅମିତ ଶାହ ଦିଲ୍ଲୀ ଫେରିଯିବାର ସୂଚନା ରହିଛି ।
ପାଟନାରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉଦଘାଟନ କରିଛନ୍ତି । ଏହି ଅବସରରେ ଦଳର ସମସ୍ତ ଜାତୀୟ ସାଧାରଣ ସଚିବ ଏବଂ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗ ଦେଇଛନ୍ତି । 12 ବର୍ଷ ପରେ ପାଟନାରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି ।