ETV Bharat / bharat

Manipur violence: ଆଜିଠୁ ତିନିଦିନିଆ ମଣିପୁର ଗସ୍ତରେ ଶାହ - ହିଂସା ପ୍ରବଣ ମଣିପୁର

ପୋଲିସ ଓ ଉଗ୍ରବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ଆଜିଠୁ 3 ଦିନିଆ ମଣିପୁର ଗସ୍ତ କରିବେ ଶାହ । ଅଧିକ ପଢନ୍ତୁ

amit shah three day visit manipur
amit shah three day visit manipur
author img

By

Published : May 29, 2023, 10:44 AM IST

ଇମ୍ଫାଲ: ହିଂସା ପ୍ରବଣ ମଣିପୁରକୁ ଆଜିଠୁ ତିନି ଦିନିଆ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟର 12ଟି ସ୍ଥାନରେ ପୋଲିସ ଓ ଉଗ୍ରବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ମଣିପୁର ଗସ୍ତ କରିବେ ଶାହ । ଏନେଇ ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

3 ଦିନିଆ ମଣିପୁର ଗସ୍ତରେ ଆସୁଛନ୍ତି ଶାହ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜିଠୁ ତିନି ଦିନିଆ ମଣିପୁର ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ଜାତିଗତ ସମସ୍ୟାର ସମାଧାନ ତଥା ଜନସାଧାରଣାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଲୋଚନା କରାଯିବ । ଆମେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଆଲୋଚନା କରିବୁ ଏବଂ ସେମାନଙ୍କ ମତାମତ ଗ୍ରହଣ କରିବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

40 ଉଗ୍ରବାଦୀଙ୍କୁ ଏନକାଉଣ୍ଟର: ଅମିତ ଶାହଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ଉତ୍ତର-ପୂର୍ବ ମଣିପୁରରେ କିଛି ସ୍ଥାନରେ ହିଂସା ସୂଚନା ମିଳିବା ପରେ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ଉଗ୍ରବାଦୀଙ୍କ ବିରୋଧରେ ଏନକାଉଣ୍ଟର କରି ପ୍ରାୟ 40 ଉଗ୍ରବାଦୀଙ୍କୁ ନିପାତ କରିଥିଲା । କିଛି ସପ୍ତାହ ପୂର୍ବରୁ ରାଜ୍ୟରେ ଦେଖାଦେଇଥିବା ହିଂସା ପରେ ବିଭିନ୍ନ ସ୍ଥାନରେ ପ୍ରତିଶୋଧର ନିଆଁ ଜଳିଥିଲା । ଯେଉଁଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଘର ଜଳିଯାଇଥିବା କହିଥିଲେ ମଣିପୁର ମୁଖ୍ୟମନ୍ତ୍ରୀ ।

ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ: ଅନ୍ୟପଟେ ମଣିପୁର ହିଂସାକାଣ୍ଡ ପରେ ଦିନକୁ ଦିନ ପରିସ୍ଥିତି ଖରାପ ହେଉଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ଆସନ୍ତାକାଲି(ମଙ୍ଗଳବାର) ଏହି ପ୍ରସଙ୍ଗ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି କହିଛନ୍ତି ଜୟରାମ । ମଣିପୁରରେ ହିଂସାକାଣ୍ଡରେ 25 ଦିନ ପରେ ଅମିତ ଶାହା ଗସ୍ତ କରୁଛନ୍ତି । ଏହା ପୂର୍ବରୁ ମଣିପୁରର ସ୍ଥିତି ଅଣାୟତ୍ତ ହୋଇଛି । ଧାରା 355 ଲାଗିବା ପରେ ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା କହିଛନ୍ତି ଜୟରାମ ।

କାହିଁକି ଜଳୁଛି ମଣିପୁର: ଗତ ମେ' 3ରେ ମଣିପୁରରେ ଚୋରାଚାନ୍ଦପୁର ଜିଲ୍ଲାରେ ଅଲ୍ ଟ୍ରାଇବାଲ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ସମୟରେ ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସାମ୍ପ୍ରଦାୟିକ ହିଂସା ସମଗ୍ର ରାଜ୍ୟକୁ ବ୍ୟାପି ଯାଇଥିଲା । ପ୍ରାୟ 75ରୁ ଊର୍ଦ୍ଧ୍ବ ଲୋକ ଏଥିରେ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.