ETV Bharat / bharat

ଘାଟିରେ ସୁରକ୍ଷା ସ୍ଥିତି ନେଇ ଆଜି ଶାହଙ୍କ ସମୀକ୍ଷା ବୈଠକ

ଘାଟିରେ ସୁରକ୍ଷା ସ୍ଥିତି ନେଇ ଆଜି ଶାହଙ୍କ ସମୀକ୍ଷା ବୈଠକ । ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଅଜୟ ଭଲା ମଧ୍ୟ ରହିବେ ଉପସ୍ଥିତ । ଅଧିକ ପଢନ୍ତୁ

author img

By

Published : Apr 12, 2023, 10:57 PM IST

Updated : Apr 13, 2023, 7:27 AM IST

ଘାଟିରେ ସୁରକ୍ଷା ସ୍ଥିତି ନେଇ କାଲି ଶାହଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଘାଟିରେ ବର୍ତ୍ତମାନର ସୁରକ୍ଷା ସ୍ଥିତି ନେଇ ଆଜି (ଗୁରୁବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ । ଆଜି ଅପରାହ୍ନରେ ଏହି ବୈଠକ ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଶାହ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଗୃହ ସଚିବ ଅଜୟ ଭଲାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଘାଟିରେ ସୁରକ୍ଷା ସ୍ଥିତି ସମ୍ପର୍କରେ ଅବଗତ କରାଯିବ ।

କିଛି ଦିନର ବ୍ୟବଧାନରେ ପରେ ପୁଣି ଘାଟିର ଏନକାଉଣ୍ଟର ଜାରି ରହିଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଆଜି ସ୍ଥିତି ସମୀକ୍ଷା କରିବାକୁ ଯାଉଛନ୍ତି । ନର୍ଥ ବ୍ଲକରେ ଥିବା ଗୃହ ମନ୍ତ୍ରଣାଳୟର କାର୍ଯ୍ୟାଳୟରେ ଏହି ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି । ବୈଠକରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଅଜୟ ଭଲା, ଜମ୍ମୁ କାଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂ ଏବଂ ଗୃହ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବେ ।

ଏହା ମଧ୍ୟ ପଢନ୍ତୁ:- ସୋପିଆନରେ ଏନକାଉଣ୍ଟର ଆରମ୍ଭ, ଲୁଚିଛନ୍ତି ଆତଙ୍କୀ

ନିକଟ ଅତୀତରେ ଘାଟିରେ ଅଣସ୍ଥାନୀୟ ଓ କାଶ୍ମୀର ପଣ୍ଡିତଙ୍କୁ ଲଗାତାର ଟାର୍ଗେଟ କିଲିଂ ପରେ ସେମାନଙ୍କ ସୁରକ୍ଷା ନେଇ ପୁଣି ଥରେ ଚିନ୍ତା ପ୍ରକାଶ ପାଇଥିଲା । ସେମାନେ ମଧ୍ୟ ନିଜ ସୁରକ୍ଷା ନେଇ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ସରକାର ଓ ମନୋଜ ସିହ୍ନା ପ୍ରଶାସନକୁ ପ୍ରଶ୍ନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଅତିରିକ୍ତ 25 କମ୍ପାନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଘାଟିକୁ ପଠାଇଥିଲା । ଏହି ଯବାନମାନେ ଘାଟିର ଆତଙ୍କୀ ପ୍ରବଣ ସ୍ଥାନ ସମେତ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବା ସହ ଆତଙ୍କୀ ନିରୋଧୀ ଅପରେସନ ତ୍ବରିତ ହୋଇଥିଲା ।

ନିକଟରେ ହୋଇଥିବା ଏନକାଉଣ୍ଟର ଗୁଡିକରେ ସେନାକୁ କ୍ରମାଗତ ସଫଳତା ମିଳିଛି । ଚିହ୍ନଟ ହୋଇସାରଥିବା ଆତଙ୍କୀମାନେ ଘାଟିର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ବେଳେ ଗୁଇନ୍ଦା ସୂଚନା ଅନୁସାରେ ଏହି ଅପରେସନ ଲଗାତର ଜାରି ରହିଛି । ଫେବୃଆରୀ 29ରେ ଦୁଇ ଆତଙ୍କୀଙ୍କୁ ସେନା ଏନକାଉଣ୍ଟରରେ ନିପାତ କରିଥିବା ବେଳେ ଦୁର୍ଭାଗ୍ୟବଶତଃ ଜଣେ ଯବାନ ମଧ୍ୟ ଉକ୍ତ ଅପରେସନରେ ଶହୀଦ ହୋଇଥିଲେ । କେନ୍ଦ୍ରୀୟ ଫୋର୍ସ ମୁତୟନ ବୃଦ୍ଧି ହେବା ପରେ ଘାଟିରେ ଗତ କିଛି ଦିନ ହେବ ସାଧାରଣଲ ଲୋକଙ୍କୁ ଟାର୍ଗେଟ କରାଯିବା ଦେଖିବାକୁ ମିଳିନାହିଁ । ଏହାରି ମଧ୍ୟରେ ଘାଟିରେ ସାମ୍ପ୍ରତିକ ସୁରକ୍ଷା ସ୍ଥିତି କଣ ରହିଛି, ସେନେଇ ନିଜେ ଗୃହମନ୍ତ୍ରୀ ଅମିତ ଶାହ ବୈଠକରେ ଅଧ୍ୟକ୍ଷତା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2023, 7:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.