ETV Bharat / bharat

ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା ଉଚ୍ଚସ୍ତରୀୟ ବୈଠକ, ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ - ଦିଲ୍ଲୀରେ ଆଭ୍ୟନ୍ତରୀଣ ସୁରକ୍ଷା ନେଇ ବୈଠକ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା ବୈଠକ କରିବେ ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଓ ରାଜ୍ୟ ଏଜେନ୍ସି ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ପଦକ୍ଷେପକୁ ନେଇ ଆଲୋଚନା କରାଯିବା ନେଇ ସୂଚନା । ଅଧିକ ପଢନ୍ତୁ

ଆଭ୍ୟନ୍ତରୀଣ ସୁରକ୍ଷା ନେଇ ବସିବ ବୈଠକ
ଆଭ୍ୟନ୍ତରୀଣ ସୁରକ୍ଷା ନେଇ ବସିବ ବୈଠକ
author img

By

Published : Nov 9, 2022, 12:23 PM IST

ନୂଆଦିଲ୍ଲୀ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି (Internal Security Situation) ନେଇ ସମୀକ୍ଷା ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ(Amit Shah to chair High-Level IB Meet) । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପାଇଁ ଜାତୀୟ ରାଜଧାନୀରେ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ । କେନ୍ଦ୍ର ଓ ରାଜ୍ୟ ଏଜେନ୍ସି ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ନିଆଯାଉଥିବା ପଦକ୍ଷେପକୁ ନେଇ ଆଲୋଚନା କରାଯିବ ।

ଏହା ମଧ୍ୟ ପଢନ୍ତୁ: କଟକରେ ଛାଡ଼ଖାଇ ମାଡ, ଉଠୁଛି ପଡୁଛି ଆମିଷ ବଜାର

ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,"ଗୃହମନ୍ତ୍ରୀ ସାମଗ୍ରିକ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ଦୃଷ୍ଟିଦେବା ସହ ଗୁପ୍ତଚର ସଂଗ୍ରହ ନେଟୱାର୍କ ଉପରେ ନଜର ରଖିବେ । ଏହାସହ ଅନାନ୍ୟ ଦିଗ ଗୁଡିକ ଉପର୍ ମଧ୍ୟ ନଜର ରଖାଯିବ । ଯାହା ଦ୍ୱାରା ଦେଶରେ ଆଭ୍ୟନ୍ତିରୀଣ ସୁରକ୍ଷା ସୁନିଶ୍ଚିତ ହେବ ।

ଆତଙ୍କବାଦ ତଥା ବିଶ୍ୱର ଆତଙ୍କବାଦୀ ଗୋଷ୍ଠୀ, ଆତଙ୍କବାଦ ଆର୍ଥିକ ସହାୟତା, ନାର୍କୋ-ଆତଙ୍କବାଦ, ସଂଗଠିତ ଅପରାଧ-ଆତଙ୍କବାଦ, ସାଇବର ସ୍ପେସ୍‌ର ବେଆଇନ ବ୍ୟବହାର ଏବଂ ବିଦେଶୀ ଆତଙ୍କବାଦୀ ସଂଗ୍ରାମୀଙ୍କ ଗତିବିଧି ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ଆଶା କରାଯାଉଛି।

ଦୀର୍ଘସ୍ଥାୟୀ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କିଭଳି ସମନ୍ୱୟ ରକ୍ଷା କରାଯିବ ତାହାକୁ ନେଇ ଆଲୋଚନା ହେବ। ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ସୁରକ୍ଷା ଏଜେନ୍ସି ମଧ୍ୟରେ କିଭଳି ଭଲ ସମନ୍ୱୟ ରଖାଯିବ ସେନେଇ ଆଲୋଚନା ହେବ। ଏହି ବୈଠକରେ ବହୁ କେନ୍ଦ୍ରୀୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ବରିଷ୍ଠ ଅଧିକାରୀଙ୍କ ଭିତରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ଏବଂ ଆଇବି ମୁଖ୍ୟ ତପନ ଡେକା ଯୋଦଦେବେ ବୋଲି ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.