ETV Bharat / bharat

ଆଜି ତାମିଲନାଡୁ ଓ କେରଳ ଗସ୍ତ କରିବେ ଅମିତ ଶାହ

author img

By

Published : Mar 7, 2021, 10:14 AM IST

ବିଧାନସଭା ନିର୍ବାଚନକୁ ନେଇ ବିଜେପି ବଳକଷିବା ଆରମ୍ଭ କରିଦେଇଛି । ଆଜି ଦିନିକିଆ କେରଳ ଓ ତାମିଲନାଡୁ ଗସ୍ତ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ଅଧିକ ପଢନ୍ତୁ...

ଆଜି ତାମିଲନାଡୁ ଓ କେରଳ ଗସ୍ତ କରିବେ ଅମିତ ଶାହ
ଆଜି ତାମିଲନାଡୁ ଓ କେରଳ ଗସ୍ତ କରିବେ ଅମିତ ଶାହ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ବିଜେପି ବଳ କଷିବା ଆରମ୍ଭ କରିଦେଇଛି । ଆଜି ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ସଭାପତି ଅମିତ ଶାହ କେରଳ ଓ ତାମିଲନାଡୁ ଗସ୍ତ କରିବେ । ଦିନିକିଆ ରାଜନୈତିକ ଗସ୍ତ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ।

ତାମିଲନାଡୁର କନ୍ୟାକୁମାରୀରୁ ଅଭିଯାନ ଆରମ୍ଭ କରିବେ ଶାହ । କନ୍ୟାକୁମାରୀରେ ଜନସଭାବେଶର ଶୁଭାରମ୍ଭ ସହ ରୋଡ ଶୋ’ ମଧ୍ୟ କରିବେ । ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ସୁଚିନ୍ଦ୍ରମ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେ ଅଭିଯାନ ବିଜୟ ସଂକଳ୍ପ ମହାସମ୍ପର୍କ କରିବେ ।

ସେହିପରି ଅପରାହ୍ନରେ କନ୍ୟାକୁମାରୀରେ ଏକ ହୋଟେଲର କର୍ମକର୍ତ୍ତାକୁ ପରାମର୍ଶ ଦେବେ । ପରେ କେରଳ ଅଭିମୁଖେ ବାହାରିବେ । କେରଳ ତ୍ରିବେନ୍ଦ୍ରପୁରମରେ ଶ୍ରୀ ରାମକୃଷ୍ଣ ମଠ ଯିବେ ଅମିତ ଶାହ । ସନ୍ଧ୍ୟା 6ଟାରେ ଦଳର କେରଳ ବିଜୟ ଯାତ୍ରାରେ ଯୋଗ ଦେବେ । ଏହି ସମୟରେ ଶାହ ବିଶାଳ ରାଲିର ସମ୍ବୋଧିତ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.