ETV Bharat / bharat

‘ ଜଳ ଓ ସ୍ଥଳ ସୀମା ସୁରକ୍ଷାରେ ଢିଲାପଣ ଆଦୌ ଗ୍ରହଣୀୟ ନୁହେଁ ’

author img

By

Published : Sep 4, 2021, 4:52 PM IST

୫୧ତମ ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ BPR&D ସମାରୋହରେ ଯୋଗଦେଲେ ଗୃହମନ୍ତ୍ରୀ ଅମିତ ଶାହ । କହିଲେ ସୀମା ସୁରକ୍ଷାରେ ଢିଲାପଣ ଗ୍ରହଣୀୟ ନୁହେଁ । ନାଗରିକ ସୁରକ୍ଷା ହିଁ ପ୍ରକୃତ ଗଣତନ୍ତ୍ରର ସଫଳତା । ଅଧିକ ପଢନ୍ତୁ...

‘ ଜଳ ଓ ସ୍ଥଳ ସୀମା ସୁରକ୍ଷାରେ ଢିଲାପଣ ଆଦୌ ଗ୍ରହଣୀୟ ନୁହେଁ ’
‘ ଜଳ ଓ ସ୍ଥଳ ସୀମା ସୁରକ୍ଷାରେ ଢିଲାପଣ ଆଦୌ ଗ୍ରହଣୀୟ ନୁହେଁ ’

ନୂଆଦିଲ୍ଲୀ: ଭାରତର ଜଳ ଓ ସ୍ଥଳସୀମା ସୁରକ୍ଷାରେ ଢିଲାପଣ ଆଦୌ ବରଦାସ୍ତ କରାଯିବ ନାହିଁ । ଦେଶରେ ନଗିରିକ ସୁରକ୍ଷା ହିଁ ପ୍ରକୃତ ତଥା ସଫଳ ଗଣତନ୍ତ୍ର । ନାଗରିକ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ପ୍ରଥମେ ସୀମା ସୁରକ୍ଷାକୁ ସୁଦୃଢ କରିବାକୁ ପଡିବ । ଆଜି ଦିଲ୍ଲୀରେ ୫୧ତମ ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ (BPR&D)ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ନିଜ ଅଭିଭାଷଣରେ ଶାହ କହିଛନ୍ତି କେବଳ ନିର୍ବାଚନ କରାଇବା କିମ୍ବା କେବଳ ନିର୍ବାଚିତ ସରକାର ଗଠନ କରିବା ଉତ୍ତମ ଗଣତନ୍ତ୍ରର ପରିଚାୟକ ହୋଇ ନ ପାରେ । ଦେଶର ନାଗରିକ ସୁରକ୍ଷାକୁ ପ୍ରତିବଦ୍ଧତାର ପାଳନ କରିବା ଗଣତନ୍ତ୍ରର ପ୍ରାଥମିକତା ଅଟେ । ନାରଗିକ ସୁରକ୍ଷା ଦେଶର ଗଣତନ୍ତ୍ରର ପ୍ରଗତିର ସବୁଠୁ ବଡ ଉପାଦାନ ଯାହା ସୀମା ସୁରକ୍ଷା ବିନା ସମ୍ଭବପର ନୁହେଁ । ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ BPR&D ଦେଶରେ ନାଗରିକ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।

ସେହିପରି ବର୍ତ୍ତମାନର ପୋଲିସ ସେବାକୁ ନେଇ ଶାହ ମଧ୍ୟ କିଛି ଗଠନମୂଳକ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । ଶାହ କହିଛନ୍ତି ଜନତାଙ୍କ ମଧ୍ୟରେ ପୋଲିସ ସେବାକୁ ଆହୁରି ଗ୍ରହଣୀୟ କରାଇବାକୁ ପଡିବ । ପୋଲିସ ବ୍ୟବସ୍ଥାର ଭାବମୂର୍ତ୍ତି ମଧ୍ୟ ସୁଧାରିବାକୁ ପଡିବ । ପୋଲିସ ସେବା ଭାରତୀୟ ବ୍ୟବସ୍ଥାର ଏକ ଜରୁରୀ ବିଭାଗ । ପୋଲିସ ଅଧିକାରୀ ଓ କର୍ମଚାରୀମାନେ ବିନା ଛୁଟିରେ ସମାଜର ଜାଗ୍ରତପ୍ରହରୀ ଭାବେ କାର୍ଯ୍ୟ କରିଥାନ୍ତି । ବ୍ୟବସ୍ଥା ଓ ଆଇନ ଶୃଙ୍ଖଳାର ସମସ୍ତ ଅପ୍ରୀତିକର ପରିସ୍ଥିତି ମୁକାବିଲା ଭାର କେବଳ ପୋଲିସ ବିଭାଗ କାନ୍ଧରେ ହିଁ ନ୍ୟସ୍ତ ଥାଏ ।

ଗତ କିଛିବର୍ଷ ମଧ୍ୟରେ ପୋଲିସ କାର୍ଯ୍ୟଶୈଳୀ ଓ ନକ୍ସଲ ଗତିବିଧି ଉପରେ ସୂଚନା ଦେଇ ଶାହ କହିଛନ୍ତି ଗତ କିଛିବର୍ଷ ମଧ୍ୟରେ ପ୍ରାୟ ୩୭୦୦ ମାଓବାଦୀ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ସେମାନଙ୍କୁ ମୁଖ୍ୟସ୍ରୋତରେ ସ୍ବାଭାବିକ ଭାବେ ଥଇଥାନ କରିବା ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା କେବଳ ପୋଲିସ ବାହିନୀ ଦ୍ବାରା ସମ୍ଭବ ହୋଇପାରିଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ସେହିପରି ବର୍ତ୍ତମାନ ସମାଜ ଓ ନାଗରିକ ସୁରକ୍ଷାର ଆବଶ୍ୟକତା ଅନୁଯାୟୀ BPR&D ଓ ପୋଲିସ ସେବାର କାର୍ଯ୍ୟଶୈଳୀର ପରିବର୍ତ୍ତନ ଆଣିବାକୁ ହେବ । ଦେଶରେ ନାଗରିକ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ BPR&D ଭୂମିକା ଅତୁଳନୀୟ ବୋଲି ମଧ୍ୟ ସେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.