ETV Bharat / bharat

ବାତ୍ୟା ତାଉ'ତେ ମୁକାବିଲା: 3 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହା

author img

By

Published : May 18, 2021, 12:10 PM IST

ବାତ୍ୟା ତାଉ'ତେକୁ ନେଇ ଆଜି ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦାଦ୍ରା ଓ ନଗର ହାଭେଳିର ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅଧିକ ପଢନ୍ତୁ...

ବାତ୍ୟା ତାଉ'ତେ ମୁକାବିଲା: 3ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହା

ନୂଆଦିଲ୍ଲୀ: ବାତ୍ୟା ତାଉ'ତେକୁ ନେଇ ଆଜି ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦାଦ୍ରା ଓ ନଗର ହାଭେଳିର ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ସରକାରଙ୍କ ତରଫରୁ ଆବଶ୍ୟକ ସହାୟତା ବିଷୟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ଗୃହ ମନ୍ତ୍ରୀ ।

ସୋମବାର ରାତିରେ ବତ୍ୟା ତାଉ'ତେ ଗୁଜୁରାଟ ପଶ୍ଚିମ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା । ବାତ୍ୟା ତାଉତେ ଦୀର୍ଘ 3 ଘଣ୍ଟାଧରି ତାଣ୍ଡବ ରଚାଇଥିବା ନେଇ ଆଇଏମଡି ତରଫରୁ କୁହାଯାଇଛି । ଏହା ସହ ଉପକୂଳ ଅଞ୍ଚଳ ଗୁଡିକରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବାତ୍ୟା ତାଉ'ତେ ପଶ୍ଚିମ ତଟର ଅନେକ ରାଜ୍ୟ ଉପରେ ପ୍ରଭାବ ପକାଇଛି । ଅନେକ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତାଉ'ତେ ଏବେ ଧିରେ ଧିରେ ଦୁର୍ବଳ ହୋଇଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.