ETV Bharat / bharat

Shah slams UPA Govt: 'ପୁଲୱାମା ଆକ୍ରମଣ ବେଳେ ପାକିସ୍ତାନ ଭୁଲିଯାଇଥିଲା ଭାରତର ପ୍ରଧାନମନ୍ତ୍ରୀ କିଏ ?'

author img

By

Published : Jul 30, 2023, 8:57 PM IST

Updated : Jul 30, 2023, 9:16 PM IST

ୟୁପିଏ ସରକାର ସମୟରେ ପାକ୍‌ ଆତଙ୍କବାଦୀ ବାରମ୍ବାର ଭାରତ ଉପରେ ଆକ୍ରମଣ କରୁଥିଲେ । ହେଲେ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ସେମାନେ ଆକ୍ରମଣ ପାଇଁ ସାହସ କରିନାହାନ୍ତି । ଏପରି କହି କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରକୁ ଟାର୍ଗେଟ କରିଛନ୍ତି ଅମିତ ଶାହ । ଅଧିକ ପଢନ୍ତୁ

Shah slams UPA Govt
Shah slams UPA Govt
'ପୁଲୱାମା ଆକ୍ରମଣ ବେଳେ ପାକିସ୍ତାନ ଭୁଲିଯାଇଥିଲା ଭାରତର ପ୍ରଧାନମନ୍ତ୍ରୀ କିଏ ?'

ଭୋପାଳ: ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମଧ୍ୟପ୍ରଦେଶ ଇନ୍ଦୋରଠାରେ ବିଜେପିର ବିଜୟ ସଂକଳ୍ପ ସମ୍ମିଳନୀରେ ଯୋଗ ଦେଇ ଶାହ କହିଛନ୍ତି ଯେ ୟୁପିଏ ସରକାର ସମୟରେ ପାକ୍‌ ଆତଙ୍କବାଦୀ ଭାରତ ଉପରେ ଆକ୍ରମଣ କରୁଥିଲେ । ହେଲେ ଉରି ଓ ପୁଲୱାମା ଆକ୍ରମଣ ସମୟରେ ସେମାନେ ଭୁଲି ଯାଇଥିଲେ ଭାରତର ପ୍ରଧାନମନ୍ତ୍ରୀ କିଏ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି କ୍ରମେ ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ସେମାନଙ୍କୁ ଉଚିତ ଜବାବ ଦେଇଥିଲା ଭାରତୀୟ ସେନା ।

ଶାହ କହିଛନ୍ତି, "କଂଗ୍ରେସ ନେତୃତ୍ବାଧୀୱନ ୟୁପିଏ ସରକାର ସମୟରେ ପାକିସ୍ତାନୀ ଆତଙ୍କବାଦୀ ଯେତେବେଳେ ଚାହୁଁଥିଲେ ସେତେବେଳେ ଓ ବାରମ୍ବାର ସୀମା ମଧ୍ୟକୁ ପ୍ରବେଶ କରି ଭାରତ ଉପରେ ଆକ୍ରମଣ କରୁଥିଲେ । ହେଲେ ଯେତେବେଳେ ସେମାନେ ପୁଲୱାମା ଉପରେ ଆକ୍ରମଣ କରିଥିଲେ, ସେତେବେଳେ ସେମାନେ ଭୁଲିଯାଇଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି, ମୌନି ବାବା (ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ) ନୁହେଁ । ମୋଦି ସରକାର ଆସିବା ପରେ ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ପାକ୍‌ ଆତଙ୍କୀକୁ ଉଚିତ ଜବାବ ଦିଆଯାଇଥିଲା । ଏହାପରେ ସେମାନେ ଭାରତ ଉପରେ ଆକ୍ରମଣ କରିବାକୁ ସାହାସ କରିନାହାନ୍ତି ।"

ଏହା ବି ପଢନ୍ତୁ- ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ, ଆଜିର ଦିନରେ ପାକିସ୍ତାନକୁ ଥରହର କରିଥିଲା ଭାରତ

ଏହି ସମୟରେ ଶାହ ଧାରା 370 ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଦୀର୍ଘ 70 ବର୍ଷ ଧରି ଏହି ଧାରାକୁ ନିଜ ଶିଶୁ ପରି କଂଗ୍ରେସ ସରକାର ପାଳି ଆସୁଥିଲା । ହେଲେ ମୋଦି ସରକାର ଆସିବା ପରେ ଏହି ଧାରାକୁ ଉଚ୍ଛେଦ କରିଥିଲେ ଏବଂ ଭାରତ ସହିତ ଜମ୍ମୁକାଶ୍ମୀରକୁ ଯୋଡ଼ିଥିଲେ ।" ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ଉପରେ ମଧ୍ୟ ଆଲୋଚନା କରିଛନ୍ତି ଶାହ । ସୁପ୍ରିମକୋର୍ଟଙ୍କ ଐତିହାସିହ ରାୟ ଆସିବା ପରେ ସଙ୍ଗେସଙ୍ଗେ ରାମ ଜନ୍ମଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ବହୁବିଧ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ମଧ୍ୟ ଶାହ ମଧ୍ୟପ୍ରଦେଶବାସୀଙ୍କୁ ଅବଗତ କରାଇଛନ୍ତି ।

ଏହା ବି ପଢନ୍ତୁ- ଶାହଙ୍କ ଚେତାବନୀ, ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ !

ଏହି ଜନସଭାରେ ମଧ୍ୟପ୍ରଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହ । ଗତ 2014ରୁ 2019 ଯାଏଁ ବିଜେପି ଉପରେ ଆସ୍ଥା ପ୍ରକଟ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଥାଉ କି ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାର ଫଳାଫଳ ଆସନ୍ତା 2024 ନିର୍ବାଚନ ଲାଗି ବେଶ ଗୁରୁତ୍ବ ବହନ କରୁଛି । ତେବେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ରାଜ୍ୟବାସୀଙ୍କୁ ଶାହ ଅବଗତ କରାଇଛନ୍ତି ।

Last Updated : Jul 30, 2023, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.