ETV Bharat / bharat

ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି, ସାଂସଦଙ୍କ PA କହି ପାଖରେ ବୁଲୁଥିବା ସନ୍ଦିଗ୍ଧ ଗିରଫ - ଅମିତ ଶାହ

ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି । ଜଣେ ବ୍ୟକ୍ତି ନିଜକୁ ସାଂସଦଙ୍କ ବ୍ୟକ୍ତିଗତ ସହାୟକ(PA) ଭାବେ ପରିଚୟ ଦେଇ ଅମିତ ଶାହଙ୍କ ଆଖପାଖରେ ବୁଲୁଥିବା ନେଇ ଗିରଫ । ଅଧିକ ପଢନ୍ତୁ

ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି, ସାଂସଦଙ୍କ ପିଏ କହି ଆଖପାଖରେ ବୁଲୁଥିବା ସନ୍ଦିଗ୍ଧ ଗିରଫ

author img

By

Published : Sep 8, 2022, 10:18 AM IST

Updated : Sep 8, 2022, 10:59 AM IST

ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି । ଶାହ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଥିବା ସମୟରେ ସେଠାରେ ତାଙ୍କର ସୁରକ୍ଷାରେ ବଡ ଧରଣର ତ୍ରୁଟି(Amit Shah Security Breach) ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜକୁ ସାଂସଦଙ୍କ ବ୍ୟକ୍ତିଗତ ସହାୟକ(PA) ଭାବେ ପରିଚୟ ଦେଇ ଅମିତ ଶାହଙ୍କ ଆଖପାଖରେ ଘଣ୍ଟା ଘଣ୍ଟା କାଳ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲା । ଏହି ଘଟଣା ନଜରକୁ ଆସିବା ପରେ ମୁମ୍ବାଇ ପୋଲିସ(Mumbai Police) ସେହି ସନ୍ଦିଗ୍ଧଙ୍କୁ ଗିରଫ କରିଛି । ବର୍ତ୍ତମାନ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।

ସୂଚନା ମୁତାବକ, ସେପ୍ଟେମ୍ବର ୫ ଅର୍ଥାତ୍ ସୋମବାର ଦିନ ଅମିତ ଶାହ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିଲେ । ସୋମବାର ଶାହ ମୁମ୍ବାଇରେ ପହଞ୍ଚି ଲାଲବାଗ ଯାଇଥିଲେ । ସେଠାରୁ ସେ ପୁଣି ଭିଲେ ପାର୍ଲ ଅଞ୍ଚଳ ଯାଇ ପ୍ରଭୁ ଗଜାନନଙ୍କ ଦର୍ଶନ କରିଥିଲେ । ମଙ୍ଗଳବାର ଦିନ ଶାହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କ ସରକାରୀ ବାସଭବନରେ ଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ ବହୁ ସମୟ ଧରି ତାଙ୍କ ଆଖପାଖରେ ବୁଲୁଥିବା ଦେଖାଯାଇଥିଲା । ସେ ନିଜକୁ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ(PA) ଭାବେ ସୁରକ୍ଷାକର୍ମୀ ଆଗରେ ପରିଚୟ ଦେଇଥିଲା । ତାଙ୍କର ଉପରେ ସନ୍ଦେହ ଜାତ ହେବାରୁ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ନାମ ହେମନ୍ତ ପାୱାର(Hemant Pawar) ବୋଲି ଜଣାପଡିଛି । ତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ପୋଲିସ ଏ ଯାଏଁ କୌଣସି ସୂଚନା ପାଇନଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: Bharat Jodo Yatra: ଦ୍ବିତୀୟ ଦିନରେ କଂଗ୍ରେସ ଆରମ୍ଭ କଲା ପଦଯାତ୍ରା

ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ(officer of Ministry) କହିଛନ୍ତି ଯେ, ''ପୋଲିସ ଗୃହମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ତଦନ୍ତ କରୁଛି । ଗିରଫ ସନ୍ଦିଗ୍ଧଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଅଭିଯୁକ୍ତକୁ ୫ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି । କାହିଁକି ବ୍ୟକ୍ତି ଜଣକ ଅମିତ ଶାହାଙ୍କ ଆଖପାଖରେ ଏପରି ଭାବେ ବୁଲୁଥିଲେ ବୋଲି ଜାଣିବାକୁ ମୁମ୍ବାଇ ପୋଲିସ ଲଗାତାର ସେହି ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ।''

Last Updated : Sep 8, 2022, 10:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.