କୋଲକାତା: ପଶ୍ଚିମବଙ୍ଗରେ ବିଜୟ ଧ୍ବଜା ଉଡାଇବାକୁ ନିଜର ସମସ୍ତ ଶକ୍ତି ଲଗାଇଥିବା ଭାରତୀୟ ଜନତା ପାର୍ଟି ବିଧାନସଭା ନିର୍ବାଚନ ପାଇଁ ଜାରି କରିଛି ନିଜର ଘୋଷଣା ପତ୍ର । ଏହା ସୋନାର ବାଙ୍ଗଲାର ସଂକଳ୍ପ ପତ୍ର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ବିଜେପିର ସଂକଳ୍ପପତ୍ରରେ ମୁଖ୍ୟ ବିନ୍ଦୁ
- ମହିଳାଙ୍କୁ ଚାକିରୀ କ୍ଷେତ୍ରରେ 33 ପ୍ରତିଶତ ସଂରକ୍ଷଣ
- ଚାଷୀଙ୍କୁ କିସାନ ସମ୍ମାନ ନିଧିର ବକେୟା 18 ହଜାର ଟଙ୍କା, ଏହାପରେ କେନ୍ଦ୍ରର 6000 ଟଙ୍କା ବାର୍ଷିକ ରାଜ୍ୟର 4000 ଯୋଡି ମୋଟ 10 ହଜାର ଟଙ୍କା
- ପ୍ରଥମ କ୍ୟାବିନେଟ ବୈଠକରେ ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ
- ମତ୍ସ୍ୟଜୀବୀଙ୍କୁ ବାର୍ଷିକ 6000ଟଙ୍କା
- ଅନୁପ୍ରବେଶରେ ସମ୍ପୂର୍ଣ୍ଣ ଲଗାମ
- ପ୍ରତ୍ୟେକ ଉତ୍ସବକୁ ବିନା ବାଧାରେ ପାଳନ, କୋର୍ଟଙ୍କ ମଞ୍ଜୁରୀର ଆବଶ୍ୟକତା ନାହିଁ
- ପ୍ରଥମ କ୍ୟାବିନେଟରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ
- ଓବିସି ସଂରକ୍ଷଣରେ ଅନେକ ସମ୍ପ୍ରଦାୟଙ୍କୁ ଯୋଡା ଯିବ
- ସମସ୍ତ ମହିଳାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା
- ପବ୍ଲିକ ଟ୍ରାନ୍ସପୋର୍ଟରେ ମହିଳାଙ୍କ ପାଇଁ ନିଶୁଳ୍କ ଯାତ୍ରା
- ଭୂମିହୀନ ଚାଷୀଙ୍କୁ ବାର୍ଷିକ 4000 ଟଙ୍କା
- 3ଟି ନୂଆ AIIMSର ହେବ ନିର୍ମାଣ
- ପ୍ରତ୍ୟେକ ପରିବାରରୁ ଅତିକମରେ ଜଣେ ସଦସ୍ୟଙ୍କୁ ରୋଜଗାର
- ସପ୍ତମବେତନ କମିଶନ ହେବ ଲାଗୁ
- ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ହେଲ୍ପଲାଇନ
- ପ୍ରତ୍ୟେକ ପରିବାରକୁ ଶୌଚାଳୟ ଓ ପିଇବା ପାଣି
- ନୋବେଲ ପୁରସ୍କାର ଭଳି ଟାଗୋର ପୁରସ୍କାର
- 11 ହଜାର କୋଟିର ସୋନାର ବାଙ୍ଗଲା ପାଣ୍ଠି
- ଗରିବ ଓ ଅନୁସୂଚିତ ଜାତିର ଝିଅଙ୍କ ପାଇଁ ସ୍ବତନ୍ତ୍ର ଛାତ୍ରବୃତ୍ତି
- ବିଧବା ପେନସନ 1 ହଜାରରୁ ବୃଦ୍ଧି କରି 3 ହଜାର ଟଙ୍କା
- ଫସଲର ସଠିକ ମୂଲ୍ୟ ପାଇଁ 5 ହଜାର କୋଟିର ଇଣ୍ଟରଭେନସନ ଫଣ୍ଡ ଗଠନ
- ଚାଷୀ ସୁରକ୍ଷା ଭିତ୍ତିଭୂମି ଫଣ୍ଡ ଗଠନ
- କିସାନ କ୍ରେଡିଟ କାର୍ଡ ଅପଡେଟ କରି ରୁପେ କାର୍ଡ
- ଅମୂଲ ସହ ମିଶି ବଙ୍ଗ ଶ୍ବେତକ୍ରାନ୍ତିର କରାଯିବ ଆରମ୍ଭ
- ଆଶାକର୍ମୀଙ୍କ ଦରମା ବୃଦ୍ଧି
- ୱାନ ନେଶନ ୱାନ ହେଲ୍ଥ କାର୍ଡ
- ପ୍ରତି ବ୍ଲକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିପିଓର ହେବ ଆରମ୍ଭ
- IIT,IIM ଭଳି 5 ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା
- ନିଯୁକ୍ତି ପାଇଁ କମନ ଏଲିଜିବିଲିଟି ଟେଷ୍ଟର ଆରମ୍ଭ
- ପ୍ରତ୍ୟେକ ବର୍ଷ ଖେଲୋ ବାଙ୍ଗଲା ମହାକୁମ୍ଭ
- ଅମ୍ଫାନ, ବୁଲବୁଲ ଆଦି ବାତ୍ୟାର ରିଲିଫ କାର୍ଯ୍ୟରେ ଘୋଟାଲାର ଯାଞ୍ଚ
- ସମସ୍ତ ରାଜନୈତିକ ହିଂସାରେ ପୀଡିତ ପରିବାରକୁ 25 ଲକ୍ଷ ଟଙ୍କା ଅନୁକମ୍ପା
- ଦୁର୍ଗାପୂଜାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଦେବା ପାଇଁ ପ୍ରୟାସ
ନିର୍ବାଚନୀ ଇସ୍ତାହାର ଜାରି କରି ଅମିତ ଶାହ କହିଛନ୍ତି, ଏହି ସଂକଳ୍ପ ପତ୍ର କେବଳ ଘୋଷଣା ନୁହେଁ ବରଂ ଦୁନିଆର ସବୁଠୁ ବଡ ଦଳର ସଂକଳ୍ପ । ଏହା ପୂର୍ଣ୍ଣ ବହୁମତରେ ଦୁଇ ଦୁଇ ଥର କ୍ଷମତାକୁ ଆସିଥିବା ସରକାରର ବୋଲି କହିଛନ୍ତି ଅମିତ ଶାହ ।
ଘୋଷଣା ପତ୍ର ଜାରି କରିବା ପୂର୍ବରୁ ରାଜ୍ୟରେ ବଡ ଅଭିଯାନ ଚଳାଇଥିଲା ବିଜେପି । ଜନସାଧାରଣଙ୍କ ଠାରୁ ରାୟ ମଗାଯାଇଥିଲା । ପାଖାପାଖି 2 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ଫୋନ ଆଉ ୱେବସାଇଟ ଜରିଆରେ ପରାମର୍ଶ ନେଇଥିଲା ବିଜେପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ