ETV Bharat / bharat

ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ଜନତା: ଗୃହମନ୍ତ୍ରୀ ଶାହଙ୍କୁ ଭେଟିଲେ ଏନଏସଏ ଡୋଭାଲ - ଘାଟିରେ ହିଂସାକୁ ନେଇ ଶହଙ୍କ ସମୀକ୍ଷା

ଘାଟିରେ ବଢୁଛି ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଗତ କିଛି ଦିନରେ ଗଡିଲାଣି ଏକାଧିକ ମୁଣ୍ଡ । ଗୃହମନ୍ତ୍ରୀଙ୍କ ସହ କଥା ହେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଅଧିକ ପଢନ୍ତୁ

ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ଜନତା: ଗୃହମନ୍ତ୍ରୀ ଶାହଙ୍କୁ ଭେଟିଲେ ଏନଏସଏ ଡୋଭାଲ

author img

By

Published : Jun 2, 2022, 9:47 PM IST

ଶ୍ରୀନଗର: ଗତ କିଛି ଦିନ ମଧ୍ୟରେ ଘାଟିରେ ବଢିବାରେ ଲାଗିଛି ସାଧାରଣ ଜନତାଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଗତ କିଛି ଦିନରେ ଗଡିଲାଣି ଏକାଧିକ ମୁଣ୍ଡ । ଗୋଟିଏ ପଟେ କାଶ୍ମୀର ପଣ୍ଡିତ ତଥା ରାଜସ୍ବ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ପରେ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟ ସୁରକ୍ଷା ନେଇ ଧାରଣାରେ ବସିଥିବା ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଭିଆଇବାରେ ଲାଗିଛନ୍ତି ଆତଙ୍କୀ । ଜଣେ ଟିଭି ଅଭିନେତ୍ରୀଙ୍କୁ ହତ୍ୟା ପରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଆଜି ପୁଣି ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି ।

ଏପରି ସ୍ଥିତିରେ ଆଜି (ଗୁରୁବାର) ଏନେଇ ନର୍ଥ ବ୍ଲକରେ କନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ସାମିଲ ଥିଲେ । ତେବେ ବର୍ତ୍ତମାନ ଘାଟିରେ ଦେଖାଯାଇଥିବା ହିଂସାପୂର୍ଣ୍ଣ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି ।

ରାହୁଲ ଭଟ୍ଟଙ୍କ ହତ୍ୟା ପରେ ପ୍ରାୟ 4 ହଜାର କାଶ୍ମୀର ପଣ୍ଡିତ କର୍ମଚାରୀ କାର୍ଯ୍ୟବନ୍ଦ ଧାରଣାରେ ବସିଛନ୍ତି । ଉପ ରାଜ୍ୟପାଳ ମନୋଜ ସିହ୍ନା ସେମାନଙ୍କ ସହ ଏକାଧିକ ଥର ଆଲୋଚନା କରି ସାରିଥିଲେ ସୁଦ୍ଧା ସୁରକ୍ଷା ଦାବିରେ ସେମାନେ ଅଡି ବସିଛନ୍ତି । ଅନ୍ଯପଟେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ନିରୋଧୀ ଅପରେସନରେ ସେନାକୁ ସଫଳତା ମିଳିବାରେ ଲାଗିଛି । କ୍ରମାଗତ ଆତଙ୍କୀଙ୍କୁ ଏନକାଉଣ୍ଟର କରାଯାଉଥିଲେ ସୁଦ୍ଧା ମଧ୍ୟ ଅନୁରୂପ ଭାବେ ଆତଙ୍କୀ ଆକ୍ରମଣ ମଧ୍ୟ ଜାରିରହିଛି ।

ତେବେ ଆଜି ଶାହ-ଡୋଭାଲ ଆଲୋଚନା ପରେ କୌଣସି ବଡ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇପାରେ ବୋଲି ଆଶା କରାଯାଉଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଆତଙ୍କବାଦୀ ନିରୋଧୀ ଅପରେସନକୁ ସେନା ଓ ସ୍ଥାନୀୟ ପୋଲିସ ଆହୁରି ବ୍ୟାପକ କରିବା ନେଇ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.