ETV Bharat / bharat

ଆସନ୍ତା ୩୦ରେ ଡେରାଡୁନ ଯିବେ ଅମିତ ଶାହ - ୩୦ରେ ଡେରାଡୁନ ଯିବେ ଅମିତା ଶାହ

ଆସନ୍ତା ୩୦ରେ ଡେରାଡୁନ ଗସ୍ତ କରିବେ ଅମିତ ଶାହ । ସେଠାରେ ଉତ୍ତରାଖଣ୍ଡ ସରକାରଙ୍କ ମହତ୍ତ୍ବାକାଂକ୍ଷୀ 'ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନା' ଯୋଜନାର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ...

ଆସନ୍ତା ୩୦ରେ ଡେରାଡୁନ ଯିବେ ଅମିତ ଶାହା
ଆସନ୍ତା ୩୦ରେ ଡେରାଡୁନ ଯିବେ ଅମିତ ଶାହା
author img

By

Published : Oct 28, 2021, 10:28 AM IST

ଡେରାଡୁନ: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ଯିବେ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଶାହ ଆସନ୍ତା ୩୦ ତାରିଖ ଦିନ ଡେରାଡୁନ ଗସ୍ତ କରିବେ । ବୁଧବାର ଏନେଇ ଉତ୍ତରାଖଣ୍ଡ ମନ୍ତ୍ରୀ ଧନସିଂହ ରାୱତ ସୂଚନା ଦେଇଛନ୍ତି । ରାୱତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଅକ୍ଟୋବର ୩୦ ତାରିଖ ଦିନ ଅମିତ ଶାହ ବନ୍ନୁ ସ୍କୁଲ ଠାରେ ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ 'ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନା'ର ଶୁଭାରମ୍ଭ କରିବେ ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ଶାହା ବିଭାଗୀୟ ପତ୍ରିକା 'ସହକାର ସେ ସମୃଦ୍ଧି' ପ୍ରକାଶିତ କରିବେ । ପରେ ଗୃହମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବା ସହ PACS କମ୍ୟୁଟରାଇଜେସନର ମଧ୍ୟ ଉଦଘାଟନ କରିବେ । ଗୃହମନ୍ତ୍ରୀଙ୍କ ଏହିସବୁ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ସମବାୟ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା ରାୱତ କହିଛନ୍ତି ।

'ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନା'(Mukhyamantri Ghasiyari Kalyan Yojana) ଏକ ମହତ୍ତ୍ବାକାଂକ୍ଷୀ ଯୋଜନା ଅଟେ । ଯାହା ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ରହୁଥିବା ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଗ୍ରାମୀଣ ମହିଳାଙ୍କ ଉପରୁ ବୋଝ ହାଲୁକା କରିବାରେ ସହାୟକ ହେବ । ଏହି ଯୋଜନାରେ ମହିଳାମାନଙ୍କ ପରିବାରକୁ ପଶୁଖାଦ୍ୟ (packaged silage) ଯୋଗାଇ ଦିଆଯିବ । ଯାହାଦ୍ବାରା ଗୃହପାଳିତ ପଶୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ସହ ଦୁଗ୍ଧ ଉତ୍ପାଦନ ୧୫ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ । ଏହି ଯୋଜନା ଲାଗୁ ହେବା ପରେ ପଶୁଙ୍କ ପାଇଁ ଚାରା ଯୋଗାଡ କରିବାରେ ହେଉଥିବା ସମସ୍ୟାରୁ ମହିଳାମାନେ ଆଶ୍ବସ୍ତି ପାଇବେ । ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନା ୪ଟି ଜିଲ୍ଲାରେ ଲାଗୁ ହେବ । ଏହାପରେ ଅନ୍ୟ ଜିଲ୍ଲା ଗୁଡିକରେ ଆରମ୍ଭ ହେବ ।

ଏଥିସହ PACS କମ୍ପ୍ୟୁଟରାଇଜେସନର ଉଦଘାଟନ ଦ୍ବାରା ପ୍ରତ୍ୟେକ PACS କମିଟି ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରାଇଜ ହେବ । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ବୃହତ୍ ସଫଳତା ବୋଲି କହିଛନ୍ତି ରାୱତ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.