ETV Bharat / bharat

ଇଣ୍ଡୋ-ପାକ ସୀମାରେ ଭ୍ୟୁ ପଏଣ୍ଟକୁ ଉଦଘାଟନ କଲେ ଅମିତ ଶାହ - ଗୁଜୁରାଟରେ ଇଣ୍ଡୋ ପାକ ସୀମାରେ ଦର୍ଶନ କେନ୍ଦ୍ରକୁ ଉଦଘାଟନ

ଆଜି (ରବିବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟରେ ଅବସ୍ଥିତ ପଞ୍ଜାବର ବାଘା-ଅଟାରୀ ସୀମାନ୍ତର ଭ୍ୟୁ ପଏଣ୍ଟର ଉଦଘାଟନ କଲେ । ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଅଧିକ ପଢ଼ନ୍ତୁ

amit shah inaugurates gujarat's first indo pak border viewing point at nadabet
ଇଣ୍ଡୋ-ପାକ ସୀମାରେ ଭ୍ୟୁ ପଏଣ୍ଟକୁ ଉଦଘାଟନ କଲେ ଅମିତ ଶାହ
author img

By

Published : Apr 10, 2022, 11:30 AM IST

Updated : Apr 10, 2022, 11:54 AM IST

ଅହମ୍ମଦାବାଦ: ଆଜି (ରବିବାର) ଗୁଜୁରାଟରେ ଅବସ୍ଥିତ ପଞ୍ଜାବର ବାଘା- ଅଟାରୀ ସୀମାନ୍ତର ଭ୍ୟୁ ପଏଣ୍ଟର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୁଜୁରାଟର ଏହା ହେଉଛି ପ୍ରଥମ ସୀମା ପଏଣ୍ଟ। ଯେଉଁଠାରେ ସୀମାର ଫଟୋ ଗ୍ୟାଲେରୀ ଏବଂ ଅସ୍ତ୍ରଶସ୍ତ୍ର ସହିତ ଟ୍ୟାଙ୍କର ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ ଶାହଙ୍କ ସହ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମଧ୍ୟ ଯୋଗଦେଇଥିଲେ ।

ଗୁଜୁରାଟର ବନସ୍କନ୍ଥ ଜିଲ୍ଲାରେ ଥିବା ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳ ନାଡାବେଟକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯାଉଛି। ସୀମା ଦର୍ଶନ ପ୍ରକଳ୍ପ ( Seema Darshan Project) ଅଧିନରେ ସୀମାନ୍ତ ଅଞ୍ଚଳକୁ 125 କୋଟି ବ୍ୟୟରେ ବିକାଶ କରାଯାଉଥିବା ଜଣାପଡ଼ିଛି । ସୀମା ସୁରକ୍ଷାବାହିନୀଙ୍କ (BSF) ଜୀବନ ଶୈଳୀ, ମାତୃଭୂମିର ସୁରକ୍ଷା ପାଇଁ କର୍ତ୍ତବ୍ୟ ଏବଂ ସେମାନଙ୍କ ରହିବା ବ୍ୟବସ୍ଥା ଆଦିକୁ ପର୍ଯ୍ୟଟକମାନେ ଦେଖିବାର ସୁଯୋଗ ପାଇବେ ।

ନାଡାବେଟରେ ପର୍ଯ୍ୟଟକମାନେ ଭାରତୀୟ ସେନା ଏବଂ ବିଏସଏଫର ବିଭିନ୍ନ ଅସ୍ତ୍ରଶସ୍ତ୍ର ଯେପରିକି କ୍ଷେପଣାସ୍ତ୍ର, ଟି -55 ଟ୍ୟାଙ୍କ, ଆର୍ଟିଲେରି ବନ୍ଧୁକ ( artillery guns), ଟର୍ପେଡୋସ୍, ୱିଙ୍ଗ ଡ୍ରପ ଟ୍ୟାଙ୍କ ଏବଂ ମିଗ -27 ବିମାନ ଦେଖିପାରିବେ । ଦେଶର ପ୍ରଥମ ଅତ୍ୟାଧୁନିକ ବିଏସଏଫ ପ୍ରକଳ୍ପ ଭାବରେ ନାଡାବେଟ ସୀମା ଦର୍ଶନ ପ୍ରକଳ୍ପର ଆକଳନ କରାଯାଇଛି । ଯାହା ଯୁଦ୍ଧରେ ବିଏସଏଫର ଉତ୍ପତ୍ତି, ବିକାଶ ଏବଂ ଭୂମିକା ତଥା ଦେଶ ପାଇଁ ବଳିଦାନ ଦେଇଥିବା ବୀରପୁତ୍ରଙ୍କ ସଫଳତାକୁ ଦର୍ଶାଇବ । ଦେଶର ସୁରକ୍ଷା ସମୟରେ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ପୁତ୍ରମାନଙ୍କ ସ୍ମୃତିରେ ‘ଅଜୟ ପ୍ରହରୀ’ ନାମକ ଅନ୍ୟ ଏକ ସ୍ମାରକୀ ନିର୍ମାଣ କରାଯାଇଛି । ଏଥିସହ 40 ଫୁଟ ଉଚ୍ଚରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

  • Gujarat | Union Home minister Amit Shah inaugurates border viewing point on the India-Pakistan international boundary in Nadabet in Banaskantha district. The viewing point has been made on the lines of the one at Wagah border in Punjab pic.twitter.com/D1OKH729z2

    — ANI (@ANI) April 10, 2022 " class="align-text-top noRightClick twitterSection" data=" ">

@ANI

Last Updated : Apr 10, 2022, 11:54 AM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.