ETV Bharat / bharat

TMC ସାଂସଦଙ୍କ କାଉଣ୍ଟର ଆଟାକ୍, ପଶ୍ଚିମବଙ୍ଗ ରାଜନୀତି ବୁଝିନାହାଁନ୍ତି ଶାହ

ମେଦିନିପୁରରେ ଶାହଙ୍କ ରଣହୁଙ୍କାରର ଜବାବ ଦେଲେ ଟିଏମସି ସାଂସଦ । କହିଲେ, ପଶ୍ଚିମବଙ୍ଗ ରାଜନୀତିର ବାସ୍ତବତାକୁ ବୁଝିନାହାଁନ୍ତି ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

TMC ସାଂସଦଙ୍କ କାଉଣ୍ଟର ଆଟାକ୍, ପଶ୍ଚିମବଙ୍ଗ ରାଜନୀତି ବୁଝିନାହାଁନ୍ତି ଶାହ
ପଶ୍ଚିମବଙ୍ଗ ରାଜନୀତିର ବାସ୍ତବତାକୁ ବୁଝିନାହାଁନ୍ତି ଶାହା
author img

By

Published : Dec 19, 2020, 7:15 PM IST

କୋଲକାତା: ମେଦିନିପୁରରେ ଅମିତ ଶାହଙ୍କ ଋଣହୁଙ୍କାର । ବିଧାନସଭା ନିର୍ବାଚନରେ ବିଜେପି 200 ଆସନ ସହ ସରକାର ଗଠନ କରିବ । ନିର୍ବାଚନ ବେଳକୁ ଦିଦି ଏକା ପଡିଯିବେ । ଏଥିସହ କଂଗ୍ରେସରୁ ଅଲଗା ହେବା ପରେ ତୃଣମୂଳ କଂଗ୍ରେସରେ ମଧ୍ୟ ଦଳ ଅଦଳବଦଳ କରିଛି ବୋଲି କହି ଶାହା ମମତାଙ୍କୁ ଟାର୍ଗେଟ କରି କହିଥିଲେ । ଏହାକୁ ନେଇ ଏବେ ଟିଏମସିଙ୍କ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ପଶ୍ଚିମବଙ୍ଗ ରାଜନୀତି ସମ୍ପର୍କରେ କିଛି ଜାଣିନାହାଁନ୍ତି ଗୃହମନ୍ତ୍ରୀ। ଆଗାମୀ ନିର୍ବାଚନରେ ମମତା ବାନାର୍ଜୀ ପୂର୍ଣ୍ଣ କ୍ଷମତା ହାସଲ କରି ସରକାର ଗଠନ କରିବେ ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗରେ ପରିବାରବାଦ ରାଜନୀତି ଚାଲୁଥିବା ପ୍ରସଙ୍ଗ ଉଠାଇଥିବା ଶାହଙ୍କୁ କାଉଣ୍ଟର କରିଛନ୍ତି କଲ୍ୟାଣ । ସେ ସମସ୍ତଙ୍କୁ ମନେପକାଇ ଦେଇ କହିଛନ୍ତି, ଅଧିକାରୀ ବି ଜଣେ ପ୍ରଭାବଶାଳୀ ରାଜନୀତି ପରିବାରରୁ ଆସିଛନ୍ତି । ଖାଲି ସେତିକି ନୁହେଁ ଗୃହମନ୍ତ୍ରୀଙ୍କ ପୁଅ ମଧ୍ୟ ବଡ ପଦବୀରେ ରହିଛନ୍ତି । ଜୟ ଶାହ ବିସିସିଆଇର ସମ୍ପାଦକ ରହିଛନ୍ତି ।

ଆଜି ମେଦିନିପୁରରେ ବିଜେପି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିଏମସର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟ ଜଣେ ସାଂସଦ ଓ 9 ଜଣ ବିଧାୟକ ପଦ୍ମ ହାତ ଧରିଛନ୍ତି । ଏହା ପରେ ଅମିତ ଶାହା ଜନସମାଗମକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ସରକାର ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.