ETV Bharat / bharat

ଉଚ୍ଚସ୍ତରୀୟ ବୈଠକରେ କାଶ୍ମୀର ସ୍ଥିତି ସମୀକ୍ଷା କଲେ ଶାହ

Amit Shah chairs high-level security review meeting on J&K in Delhi: ଘାଟିରେ ସୁରକ୍ଷା ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ କଲେ ଶାହ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 2, 2024, 6:55 PM IST

ଉଚ୍ଚସ୍ତରୀୟ ବୈଠକରେ କାଶ୍ମୀର ସ୍ଥିତି ସମୀକ୍ଷା କଲେ ଶାହ
ଉଚ୍ଚସ୍ତରୀୟ ବୈଠକରେ କାଶ୍ମୀର ସ୍ଥିତି ସମୀକ୍ଷା କଲେ ଶାହ

ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅପରାହ୍ନରେ ସାଉଥ ବ୍ଲକରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟ ଶାସନ ସଚିବ ଅଟଳ ଦୁଲ୍ଲାଓ, କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ବାଇଁ, ଇଣ୍ଟେଲିଜେନ୍ସି ବ୍ୟୁରୋ (ଆଇବି) ମୁଖ୍ୟ ତପନ ଡେକା, ‘ର’ ମୁଖ୍ୟଙ୍କ ସହ ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ଡିଜି ପ୍ରମୁଖ ସାମିଲ ହୋଇଥିଲେ । ନିକଟରେ ଏକାଧିକ ଆତଙ୍କୀ ଆକ୍ରମଣ ପରେ ଘାଟିରେ ବର୍ତ୍ତମାନର ସ୍ଥିତି ଓ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୃହମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।

ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏହି ବୈଠକରେ ଘାଟିରେ ସୁରକ୍ଷା ବ୍ୟବସ୍ଥା, ଆତଙ୍କବାଦ ନିରୋଧୀ ଅପରେସନ ସମ୍ପର୍କରେ ସମୀକ୍ଷା କରାଯାଇଛି । ସ୍ଥାନୀୟ ପୋଲିସ, ସେନା ଓ ସିଆରପିଏଫ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ଅପରେସନକୁ ଆହୁରି ପ୍ରଭାବୀ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏହା ବ୍ୟତୀତ 2021 ରେ କେନ୍ଦ୍ର ସରକାର କାଶ୍ମୀରରେ 28 ହାଜର 4 ଶହ କୋଟି ଟଙ୍କା ବ୍ଯୟବରାଦରେ ଶିଳ୍ପ ଉନ୍ନୟନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏହା ମଧ୍ୟରେ କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ମଧ୍ୟ ଥିଲା । ସେହି ସବୁ ପଦକ୍ଷେପର ସଫଳ କ୍ରିୟାନ୍ବୟନ ସମ୍ପର୍କରେ ମଧ୍ୟ ଆଜି ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ! ଓଓ୍ବେସୀଙ୍କ ବିରୋଧରେ ଏତଲା

2019 ରେ ଧାରା-370 ଉଚ୍ଛେଦ କରି ଜମ୍ମୁ କାଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ସେତେବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଇଣ୍ଟରନେଟ ବ୍ୟାନ କରାଯାଇଥିଲା । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା ଓ ମେହେବୁବା ମୁଫତିଙ୍କ ସମେତ ଏକାଧିକ ନେତାଙ୍କୁ କିଛି ମାସ ପର୍ଯ୍ୟନ୍ତ ଗୃହବନ୍ଦୀ ରଖାଯାଇଥିଲା । 370 ଉଚ୍ଛେଦ ପରେ ଘାଟିରେ ସୁରକ୍ଷାକର୍ମୀଙ୍କୁ ପଥରମାଡ, ଆତଙ୍କବାଦୀଙ୍କ ମୃତଦେହ ଶୋଭାଯାତ୍ରା ପରି କାର୍ଯ୍ୟକଳାପ ପ୍ରାୟତଃ ଦେଖିବାକୁ ମିଳିନି । ହେଲେ ଗତବର୍ଷଠାରୁ ପୁଣି ଥରେ ଆତଙ୍କୀଙ୍କ ପ୍ରାଦୃଭାବ ବଢିଛି । ସରକାରୀ ତଥ୍ୟ ଅନୁସାରେ, ଗତ 2 ବର୍ଷ ମଧ୍ୟରେ 8 ଆତଙ୍କୀ ଆକ୍ରମଣ ଘଟଣାରେ ମୋଟ 34 ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ସେନା, ପାରାମିଲିଟାରୀ ଫୋର୍ସ ଓ ସ୍ଥାନୀୟ ପୋଲିସର ଯବାନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.