ETV Bharat / bharat

ଧର୍ମଯୁଦ୍ଧ ମହାଭାରତର ମୁକସାକ୍ଷୀ ଅଭିମନ୍ୟୁପୁର

ଧର୍ମଯୁଦ୍ଧ ମହାଭାରତର ମୁକସାକ୍ଷୀ କୁରୁକ୍ଷେତ୍ର। ପ୍ରତ୍ୟେକ ଯୁଗରେ ଧର୍ମର ଟେକ ରଖିବାକୁ ଏହି ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ପାଇଁ କେତେ ଯେ ବଳିଦାନ ଦେଇଛନ୍ତି ତାହା କଳ୍ପନା କରିବା ସମ୍ଭବ ନୁହେଁ। ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ମଧ୍ୟ ଏହି ବଳିଦାନରେ ସାମିଲ ହୋଇଥିଲେ। ତାଙ୍କରି ନାମରେ ନାମିତ କୁରୁକ୍ଷେତ୍ରର ଏକ ଗାଁ ହେଉଛି ଅମିନ। ଅଧିକ ପଢ଼ନ୍ତୁ...

amin village of haryana linked to mahabharat history according to locals
ଧର୍ମଯୁଦ୍ଧ ମହାଭାରତର ମୁକସାକ୍ଷୀ ଅଭିମନ୍ୟୁପୁର
author img

By

Published : Jan 23, 2021, 9:45 AM IST

ଚଣ୍ଡିଗଡ଼: ଧର୍ମ ନଗରୀ କୁରୁକ୍ଷେତ୍ର। ଏଠାକାର କୋଣ ଅନୁକୋଣ ସତ୍ୟ, ଧର୍ମ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠାର ପ୍ରତୀକ। 90 କିମି ପରିଧିରେ ବିସ୍ତାରିତ ଏହି କ୍ଷେତ୍ର, ଧର୍ମର ସନ୍ଦେଶ ଦେବା ପାଇଁ ଲଢ଼ାଯାଇଥିବା, ଦୁନିଆର ସବୁଠାରୁ ବଡ଼ ଯୁଦ୍ଧର ମୁକସାକ୍ଷୀ। ପ୍ରତ୍ୟେକ ଅଞ୍ଚଳ ମହାଭାରତ ସମୟର ଏକ କାହାଣୀ। ଏହି ଅଞ୍ଚଳର ଏକ ଛୋଟିଆ ଗାଁ ହେଉଛି ଅମିନ....

ଇଏ ସେହି ସ୍ଥାନ, ଯେଉଁଠି ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କ ବୀରଗତି ହୋଇଥିଲା। ଏଥିପାଇଁ ଏହି ଗାଁ ଅଭିମନ୍ୟୁପୁର ନାମରେ ମଧ୍ୟ ପରିଚିତ ଥିଲା । କୁହାଯାଏ ଦ୍ରୋଣାଚାର୍ଯ୍ୟ ଏଠାକାର ଏକ ଦୁର୍ଗରେ ଚକ୍ରବ୍ୟୁହ ରଚନା କରିଥିଲେ। ଏହି ଦୁର୍ଗ ଅଭିମନ୍ୟୁ ଦୁର୍ଗ ନାମରେ ପରିଚିତ। ଅମିନ ଗାଁ ପୋଖରୀ ମୁହାଁଣରେ ଯୁଦ୍ଧ ସମୟରେ କର୍ଣ୍ଣଙ୍କ ରଥର ଚକ ଫସିଯାଇଥିଲା। ଫଳରେ ଯୁଦ୍ଧ ବେଳେ ତାଙ୍କର ମୃତ୍ୟୁ ହୋଇଥିବା କିମ୍ବଦନ୍ତୀ ରହିଛି।

ଅମିନ ଗାଁରେ ଚକ୍ରବ୍ୟୁହର ଶେଷ ଦ୍ବାର ରହିଥିବା ବେଳେ ଶେଷ ଦ୍ବାରରେ ଅଭିମନ୍ୟୁଙ୍କ ନିଧନ ହୋଇଥିଲା। 90 କିମି ପରିଧିରେ ଲଢ଼େଇ କରିବା ପରେ ଏହି ସ୍ଥାନରେ ତାଙ୍କର ବଦ୍ଧ ହୋଇଥିଲା। ଯେଉଁ ଉଚ୍ଚା ଉଚ୍ଚା ଦୁର୍ଗ ରହିଛି ସେ ସବୁ ଚକ୍ରବ୍ୟୁହ ସହ ଜଡ଼ିତ। ତଳେ ଘାଟି ରହିଥିବା ବେଳେ ଉପରେ 50 ଫୁଟର ଦୁର୍ଗ ରହିଛି। ବର୍ତ୍ତମାନ ଏହାର ଆଉ ଚିହ୍ନ ନଥିବା ବେଳେ କେବଳ ଛୋଟ କୁଅଁ ରହିଛି। ଅମୃତ କୂଅଁ ନାମରେ ଏହା ଜଣାଶୁଣା। ଦୁର୍ଗ ମଧ୍ୟରେ ଥିବା ଏହି କୂଅଁରୁ ଅମୃତ ବାହାରୁଥିବା କିମ୍ବଦନ୍ତୀ ରହିଛି।

ଧର୍ମଯୁଦ୍ଧ ମହାଭାରତର ମୁକସାକ୍ଷୀ ଅଭିମନ୍ୟୁପୁର

ଅଭିମନ୍ୟୁ ଦୁର୍ଗରେ ଏକ କୂଅଁ ରହିଛି। କୁହାଯାଏ ଏହି କୂଅଁରୁ କ୍ଷୀର ନିର୍ଗତ ହେଉଥିଲା। ଗାଁ ଲୋକ ଓ ସ୍ଥାନୀୟ ପ୍ରଶାସନ ଦ୍ବାରା ଏହି କୂଅଁର ପୁନଃରୁଦ୍ଧାର ହୋଇଛି। ଏହି କୂଅଁ ଅମିନ ଗାଁର ଏକ ଐତିହ୍ୟ। ତେବେ ବର୍ତ୍ତମାନ କେବଳ ଦୁର୍ଗର କିଛି ଅବଶେଷ ହିଁ ରହିଛି। ଏହି ଗାଁରେ ଅଦିତି ତୀର୍ଥ ନାମରେ ଏକ ଧାର୍ମିକ ସ୍ଥଳ ମଧ୍ୟ ରହିଛି। ଲୋକଙ୍କ ଆସ୍ଥା ସହ ଏହି ଧାର୍ମିକ ସ୍ଥଳ ଜଡ଼ିତ। କୁହାଯାଏ ଋଷି ଅଦିତି ଏଠାରେ 1 ହଜାର 8ଶହ ବର୍ଷ ତପସ୍ୟା କରିଥିଲେ। ଋଷିଙ୍କ ତପସ୍ୟାରେ ଖୁସି ହୋଇ ମହାଦେବ ତାଙ୍କୁ ଶିବଲିଙ୍ଗ ରୂପରେ ଦର୍ଶନ ଦେଇଥିଲେ। ଏଠାରେ ଯେଉଁ କୁଣ୍ଡ ତିଆରି ହୋଇଛି ସେଠାରେ ମହିଳାମାନେ ସ୍ନାନ କଲେ ସେମାନଙ୍କୁ ବଳବାନ ପୁତ୍ର ପ୍ରାପ୍ତି ହୁଏ।

ଏଠାରେ ଏକ ତୀର୍ଥସ୍ଥାନ ବି ରହିଛି। ଯାହାକୁ ଅଦିତି ବନ କୁହନ୍ତି। ସେଠାରେ ସୂର୍ଯ୍ୟଙ୍କ ମାତା ତପସ୍ୟା କରୁଥିବା ନେଇ ଲୋକକଥା ରହିଛି। ଦୁର୍ଗ ତ ବର୍ତ୍ତମାନ ବି ଅଛି, କିନ୍ତୁ ଯେତେବେଳେ ସେଠାରେ ଖୋଳିବା ଆରମ୍ଭ ହେଲା ମାଟି ଭିତରୁ 1 ମିଟର ଲମ୍ବ ପ୍ରସ୍ତର ଇଟା ମିଳିଥିଲା। ବହୁ ଲୋକ ଏହି ଇଟାକୁ କାଢ଼ି ଘରକୁ ନେଇ ଯାଆନ୍ତି।

ହଜାର ବର୍ଷ ହେବ ଅଭିମନ୍ୟୁପୁର ଗାଁ ଲୋକ ନିଜକୁ ଅଭିମନ୍ୟୁଙ୍କ ଗାଁ ବାସିନ୍ଦା ବୋଲି ପରିଚୟ ଦେଇ ଆସୁଛନ୍ତି। ଏଠାକାର ବୃଦ୍ଧା ବୟସ୍କଙ୍କଠାରୁ କର୍ଣ୍ଣ, ଦ୍ରୋଣାଚାର୍ଯ୍ୟ ଓ ତାଙ୍କ ଦୁର୍ଗକୁ ନେଇ ବହୁ କାହାଣୀ ଶୁଣିବାକୁ ମିଳେ। ଏହି କାହାଣୀରେ କେତେ ସତ୍ୟତା ରହିଛି ତାହା ଜଣାନାହିଁ। କିନ୍ତୁ ହଁ... ଏଠାକାର ଦୁର୍ଗ, କିଛି ଚିହ୍ନ ଏହି କାହାଣୀ ଉପରେ ବିଶ୍ବାସ କରିବାକୁ ବାଧ୍ୟ କରିଦିଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.