ETV Bharat / bharat

Agniveer recruitment: ବିଜ୍ଞପ୍ତି ଜାରି କଲା ସ୍ଥଳସେନା, ଜୁଲାଇରୁ ପଞ୍ଜୀକରଣ - ଅଗ୍ନିପଥ ଯୋଜନା ପାଇଁ ବିଜ୍ଞପ୍ତି

ସ୍ଥଳସେନା ଜାରି କଲା ଅଗ୍ନିପଥ ଯୋଜନା ପାଇଁ ନିଯୁକ୍ତି ବିଜ୍ଞପ୍ତି । ଜୁଲାଇରୁ ପଞ୍ଜୀକରଣ କରିପାରିବେ ଆଶାୟୀ ଛାତ୍ର । ଗତକାଲି ମିଳିତ ପ୍ରେସମିଟରେ ତୁରନ୍ତ ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ଦେଇଥିଲା 3 ସେନା । ଅଧିକ ପଢନ୍ତୁ

Agniveer recruitment: ବିଜ୍ଞପ୍ତି ଜାରି କଲା ସ୍ଥଳସେନା, ଜୁଲାଇରୁ ପଞ୍ଜୀକରଣ ଆରମ୍ଭ

author img

By

Published : Jun 20, 2022, 3:53 PM IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଓ ରାଜନୀତି ଜାରି ରହିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଭର୍ତ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ତିନି ସେନା । ଗତକାଲି 3 ସେନା ପକ୍ଷରୁ ମିଳିତ ପ୍ରେସମିଟରେ ଶୀଘ୍ର ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ମିଳିଥିବା ବେଳେ ଆଜି ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି ସ୍ଥଳସେନା । ଜୁଲାଇରୁ ପଞ୍ଜୀକରଣ ଆରମ୍ଭ ହେବ । ଆଶାୟୀ ପ୍ରାର୍ଥୀମାନେ ଭାରତୀୟ ସ୍ଥଳସେନାର ଅଫିସିଆଲ ଓ୍ବେବସାଇଟରେ ପଞ୍ଜୀକରଣ କରିପାରିବେ ।

ଜେନେରାଲ ଡ୍ୟୁଟି, ବୈଷୟିକ, ଟ୍ରେଡ୍ସମ୍ୟାନ ଆଦି ଏକାଧିକ ବର୍ଗର ପଦବୀ ପାଇଁ ଅଗ୍ନିବୀର ଚୟନ କରିବ ଭାରତୀୟ ସ୍ଥଳସେନା । ଏହି ସବୁ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଆଧାରରେ ଭିନ୍ନଭିନ୍ନ ମାପଦଣ୍ଡ ମଧ୍ୟ ରହିଛି । ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଆର୍ମି ରାଲି ଆୟୋଜନ କରାଯିବ । ଆବେଦନ ବା ପଞ୍ଜୀକରଣ କରିଥିବା ଛାତ୍ରମାନେ ରାଲି ମାଧ୍ୟମରେ ପରବର୍ତ୍ତୀ ପ୍ରକ୍ରିୟାର ସାମ୍ନା କରିବେ । ଯୋଗ୍ୟତା ଆଧାରେ ଚୟନ ହୋଇଥିବା ଛାତ୍ରମାନଙ୍କୁ ସେନାରେ ଭର୍ତ୍ତି କରିବା ସହ ତୁରନ୍ତ ପ୍ରଶିକ୍ଷଣ ପାଇଁ ପଠାଯିବ ।

ଏହି ଯୋଜନାରେ ପ୍ରଶିକ୍ଷଣ ଅବଧି ସମେତ ମୋଟ ସେବା ଅବଧି 4 ବର୍ଷ ରଖାଯାଇଛି । ପରେ ଯୋଜନାରେ ଥିବା ସର୍ତ୍ତାବଳୀ ଅନୁସାରେ ପ୍ରାୟ 25 ପ୍ରତିଶତ ଅଗ୍ନିବୀର ଯୋଗ୍ୟତା ମାପଦଣ୍ଡରେ ନିୟମିତ ଭାବେ ସେନାରେ କାର୍ଯ୍ୟ ଜାରି ରଖିବେ । ସେବାନିବୃତ ହେବାକୁ ଥିବା ଅନ୍ୟ 75 ପ୍ରତିଶତଙ୍କୁ ‘ସେବା ନିଧି’ ମିଶନରେ ଆତ୍ମନିର୍ଭର କରାଯିବ । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ପୁଣି ଥରେ ସୁରକ୍ଷା ବଳରେ ଭର୍ତ୍ତି ପ୍ରକ୍ରିୟାରେ ସଂରକ୍ଷଣ ମଧ୍ୟ ଯୋଗାଇବା ବ୍ୟବସ୍ଥା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.