ETV Bharat / bharat

ମହାମାରୀରେ ମଳିନ ପଡିଛି ମୋଦିଙ୍କ ଲୋକପ୍ରିୟତା

author img

By

Published : May 20, 2021, 11:03 AM IST

ଦେଶରେ ସଂକ୍ରମଣ ବଢିବା ସଙ୍ଗେ ସଙ୍ଗେ ମଳିନ ପଡିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା । ଗତ 2020 ମସିହାରେ ମୋଦିଙ୍କ ଲୋକପ୍ରିୟତା ରେଟିଂ 65 ପ୍ରତିଶତ ଥିବାବେଳେ ଏହା 37 ପ୍ରତିଶତକୁ ଖସି ଆସିଛି । ଭାରତୀୟ CVoter ଏଜେନ୍ସି ଦ୍ବାରା ଏକ ସର୍ଭେରୁ ସ୍ପଷ୍ଟ । ଅଧିକ ପଢନ୍ତୁ...

ମହାମାରୀରେ ମଳିନ ପଡୁଛି ମୋଦିଙ୍କ ଲୋକପ୍ରିୟତା
ମହାମାରୀରେ ମଳିନ ପଡୁଛି ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କୋରୋନା ପ୍ରଭାବ । ମହାମାରୀ କାଳରେ ମଳିନ ପଡୁଛି ମୋଦିଙ୍କ ଛବି । ଭାରତର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ଯାହାକୁ ମୁକାବିଲା ପାଇଁ ଭାରତ ସରକାର ବିଫଳ ହେଉଛନ୍ତି । ଫଳସୂରୁପ ଧୀରେ ଧୀରେ ମୋଦି ସରକାର ଉପରୁ ଆସ୍ଥା ହରାଇବାରେ ଲାଗିଛନ୍ତି ଦେଶବାସୀ । ଯେଉଁ କାରଣରୁ ଗତ 7 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ରେଟିଂ ଅତି ହ୍ରାସ ପାଇଛି । ଭାରତ ଓ ଆମେରିକୀୟ ଏଜେନ୍ସି ଦ୍ବାରା କରାଯାଇଥିବା ଏକ ସର୍ଭେରୁ ଏନେଇ ସ୍ପଷ୍ଟ ହୋଇଛି ।

1014 ମସିହାରେ ବିଜେପିକୁ ବିପୁଳ ସଫଳତା ମିଳିଥିଲା ଏବଂ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ 2019 ସାଧାରଣ ନିର୍ବାଚନରେ ବିଜେପି 542 ଆସନରୁ 303ଟି ଆସନ ହାତେଇ ଥିଲା । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ 19.5 ପ୍ରତିଶତ ଭୋଟହାର ସହ କେବଳ 52ଟି ଆସନ ଜିତିଥିଲା । ସର୍ବାଧିକ ଆସନ ଜିତି ବିଜେପି ଦ୍ବିତୀୟ ଥର କ୍ଷମତାକୁ ଆସିଥିଲା । ହେଲେ ଏବେ ସ୍ଥିତି ବଦଳିଛି । ଅନ୍ୟ କିଛି ରାଷ୍ଟ୍ରରେ କୋରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବାବେଳେ ଭାରତରେ ଲଗାମ ହୀନ ହୋଇଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଫଳସୂରପ ଲୋକେ ମୋଦି ସରକାରଙ୍କ ଉପରୁ ଭରସା ହରାଉଛନ୍ତି ।

ଭାରତୀୟ CVoter ଏଜେନ୍ସି ଅନୁଯାୟୀ, ବର୍ତ୍ତମାନ ଦେଶର ମାତ୍ର 37 ପ୍ରତିଶତ ଲୋକେ ମୋଦି ଶାସନରେ ସନ୍ତୁଷ୍ଟ ଅଛନ୍ତି । ଗତ 2020 ମସିହାରେ ଏହି ରେଟିଂ 65 ପ୍ରତିଶତ ଥିବାବେଳେ ଏହା 37 ପ୍ରତିଶତକୁ ଖସି ଆସିଛି । ସେପଟେ ଆମେରିକାର ମର୍ନିଂ କନସଲ୍ଟ ଏଜେନ୍ସି ଅନୁଯାୟୀ, ଚଳିତ ସପ୍ତାହରେ ମୋଦିଙ୍କ ସମୁଦାୟ ଲୋକପ୍ରିୟତା ରେଟିଂ 63% ରହିଛି ଏବଂ 31% ଲୋକେ ମୋଦି ସରକାରରେ ସନ୍ତୁଷ୍ଟ ନାହାନ୍ତି । ଏହି ଆମେରିକୀୟ ଏଜେନ୍ସି ଦ୍ବାରା ବିଶ୍ବର ଲୋକପ୍ରିୟ ନେତାଙ୍କ ଉପରେ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । ତେବେ ଗତ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା 22 ପଏଣ୍ଟ ଖସିବା ସହ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।

ଅର୍ଥାତ୍ କୋରୋନା ଦ୍ବିତୀୟ ଲହରୀରେ କେନ୍ଦ୍ର ସରକାର କୋଭିଡ ମୁକାବିଲାରେ ଫେଲ୍ ମାରିଥିବା କୁହାଯାଉଛି । ଗୋଟିଏ ପଟେ ଦେଶରେ ମହାମାରୀ ପ୍ରସାର ବଢୁଥିବାବେଳେ ହସ୍ପିଟାଲରେ ଶଯ୍ୟା, ଅକ୍ସିଜେନ ଓ ଭେଣ୍ଟିଲେଟର ଅଭାବ ସୃଷ୍ଟି ହେଉଛି । ଫଳରେ ଶହ ଶହ ରୋଗୀ ପ୍ରାଣ ହରାଉଛନ୍ତି । ପରିସ୍ଥିତି ଏପରି କି ଶ୍ମଶାନରେ ମୃତଦେହ ଦାହ ପାଇଁ ଜାଗା ମିଳୁନି । ଫଳରେ ଲୋକମାନେ ନଦୀରେ ମୃତଦେହଗୁଡିକୁ ଭସାଇ ଦେଉଛନ୍ତି । ଏଣୁ ଯେଉଁଭଳି ଭାବେ ସଂକ୍ରମଣ ବଢୁଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ମଧ୍ୟ ସେପରି ଭାବେ ହ୍ରାସ ପାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.