ETV Bharat / bharat

ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ, ଅନ୍ୟ ଜଣେ ଗୁରୁତର

author img

By

Published : Mar 13, 2022, 7:58 PM IST

ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା । ଅଧିକ ପଢନ୍ତୁ

ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ, ଅନ୍ୟ ଜଣେ ଗୁରୁତର
ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ, ଅନ୍ୟ ଜଣେ ଗୁରୁତର

କିଭ: ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ସାମ୍ବାଦିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଜି (ରବିବାର) ୟୁକ୍ରେନ ରାଜଧାନୀ କିଭର ଉତ୍ତର- ପଶ୍ଚିମରେ ଥିବା ଇରପିନ ସହରରେ ଏହି ଅଘଟଣା ଘଟିଥିବା ଏକ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଯୁଦ୍ଧ ଜାରି ରହିଥିବାବେଳେ ଖବର ସଂଗ୍ରହ କରିବା ପାଇଁ ଏହି ଆମେରିକୀୟ ସାମ୍ବାଦିକ ସେଠାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି ।

  • US journalist shot dead in Ukraine, reports AFP quoting a medic and witnesses

    — ANI (@ANI) March 13, 2022 " class="align-text-top noRightClick twitterSection" data=" ">

ୟୁକ୍ରେନର ଜଣେ ସେନାଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁଳିକାଣ୍ଡ ପରେ ଜଣେ ଆମେରିକୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି । ମୃତ ସାମ୍ବାଦିକଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.