ETV Bharat / bharat

ଆମେରିକୀୟ ଠକଙ୍କ ଜାଲରେ ପୂର୍ବତନ IIT ଅଧିକାରୀ, ଲୁଟିନେଲେ 21 ଲକ୍ଷ - Kanpur fraud case

American fraudsters cheated Ex IIT Officer : ଠକାମିର ଶିକାର ହେଲେ ପୂର୍ବତନ ଆଇଆଇଟି ଅଧିକାରୀ । 21 ଲକ୍ଷ ଟଙ୍କା ଠକିନେଲେ ଆମେରିକୀୟ ଠକ । ଜଡ଼ିବୁଟି ପଠାଇବା ନାଁରେ ପୂର୍ବତନ ଅଧିକାରୀଙ୍କୁ ସେମାନଙ୍କ ଜାଲରେ ଫସାଇଲେ । ଅଧିକ ପଢ଼ନ୍ତୁ

ଫ୍ରଡଙ୍କ ଜାଲରେ ପୂର୍ବତନ ଆଇଆଇଟି ଆଧିକାରୀ
ଫ୍ରଡଙ୍କ ଜାଲରେ ପୂର୍ବତନ ଆଇଆଇଟି ଆଧିକାରୀ
author img

By ETV Bharat Odisha Team

Published : Jan 7, 2024, 11:09 PM IST

Updated : Jan 8, 2024, 5:14 PM IST

ଲକ୍ଷ୍ନୌ: ଫେସବୁକରେ ବନ୍ଧୁତ୍ବ କରିବା ପଡ଼ିଲା ଭାରି । ଠକାମୀର ଶିକାର ହେଲେ କାନପୁରର ପୂର୍ବତନ ଆଇଆଇଟି ଅଧିକାରୀ । 21 ଲକ୍ଷ ଟଙ୍କା ଠକିନେଲେ ଆମେରିକୀୟ ଠକ । ଜଡ଼ିବୁଟି ପଠାଇବା ନାଁରେ ପୂର୍ବତନ ଅଧିକାରୀଙ୍କୁ ଜାଲରେ ଫାସାଇଲେ ଫ୍ରଡ । ତେବେ ଏନେଇ ଅଧିକାରୀ ଜଣଙ୍କ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରୁଛି ପୋଲିସ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ରାମ ନାଗର ବାସିନ୍ଦା ପୂର୍ବତନ ଆଇଆଇଟି ଅଧିକାରୀ ଅଭିଲାଶଙ୍କ ସହ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବିଥୋର ଥାନା ଅଞ୍ଚଳ ରାମ ନାଗରର ବାସିନ୍ଦା ଅଭିଲାଶ ଜଣେ ପୂର୍ବତନ ଆଇଆଇଟି ଅଧିକାରୀ । ଗତ ନଭେମ୍ବର 23ରେ ସେ ଆମେରିକାର ଉତ୍ତର କାରୋଲିନାର ବାସିନ୍ଦା ଏମା ୱିଲସନଙ୍କ ସହ ଫେସବୁକରେ ବନ୍ଧୁତା ସ୍ଥାପନ କରିଥିଲେ । ବନ୍ଧୁତା ପରେ ହ୍ବାଟସ୍‌ଆପ୍‌ ମାଧ୍ୟମରେ କଥା ହେବା ଆରମ୍ଭ କରିଥିଲେ । ୱିଲସନ ନିଜକୁ ଜଣେ ଡାକ୍ତର ଭାବରେ ପରିଚୟ ଦେବା ସହ ତାଙ୍କ ଦାଦା ଷ୍ଟିଭ ଜଣେ ବୈଜ୍ଞାନିକ ବୋଲି କହିଥିଲା । ସେ କହିଥିଲେ ଯେ, ତାଙ୍କ ଦାଦାଙ୍କର ଏକ ଔଷଧ ପ୍ରସ୍ତୁତ କରାଯାଉଥିବା କମ୍ପାନୀ ଅଛି । ଏଥିପାଇଁ ସେ ଭାରତରୁ ଜଡିବୁଟି ଆମଦାନୀ କରନ୍ତି ।

ୱିଲସନ ଏବଂ ତାଙ୍କ ଦାଦା, ଅଭିଳାଶଙ୍କୁ ଏହି ହର୍ବାଲ କାରବାର ମାଧ୍ୟମରେ ଟଙ୍କା ରୋଜଗାର କରିବ ବୋଲି କହି ପ୍ରଲୋଭିତ କରିଥିଲେ । ଏନେଇ ୱିଲସନ, ଶାନ୍ତି ଶର୍ମା ନାମଙ୍କ ଜଣେ ବ୍ୟକ୍ତିଙ୍କ ଫୋନ ନମ୍ବର ଅଭିଳାଶଙ୍କ ପାଖକୁ ପଠାଇଥିଲେ । ଯିଏ ଅଭିଳାଶଙ୍କୁ ଜଡ଼ିବୁଟି ଦେବ । ଏହା ପରେ ଅଭିଳାଶ, ଶାନ୍ତିଙ୍କ ସହ ଯୋଗାଯୋଗ କରି ତାଙ୍କୁ 100 ଗ୍ରାମର ଏକ ପ୍ୟାକେଟ ଜଡିବୁଟି ପାଇଁ 80,000 ଟଙ୍କା ପଠାଇଥିଲେ । ଅଭିଳାଶ ଜଡ଼ିବୁଟି ପ୍ୟାକେଟ ଆଣିବା ପରେ ଷ୍ଟିଭଙ୍କୁ ସେହି ପ୍ୟାକେଟର ଫଟୋ ପଠାଇଥିଲେ । ପରେ ଷ୍ଟିଭ ଏହିଭଳି 200 ପ୍ୟାକେଟ ଅର୍ଡର କରିବାକୁ ଅଭିଳାଶଙ୍କୁ କହିଥିଲେ । ପରେ ଜଡ଼ିବୁଟି ପାଇଁ ଅଭିଳାଶ ପୁଣିଥରେ ଶାନ୍ତିଙ୍କ ସହ ଯୋଗାଯୋଗ କରିଥିଲେ । ସେପଟେ ଏଥିପାଇଁ ଶାନ୍ତି 5 ଲକ୍ଷ ଟଙ୍କା ମାଗିଥିଲେ । ପରେ ଅଭିଳାଶ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଶାନ୍ତି ଦେଇଥିବା ଉମେଶ ଏଣ୍ଟରପ୍ରାଇଜେସ୍ ନାମକ ଏକ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଠକେଇ ମାମଲା ଫଶିଲେ ରଜନୀକାନ୍ତଙ୍କ ସ୍ତ୍ରୀ ଲତା, କହିଲେ-'ସେଲିବ୍ରିଟି ହେବାର ଦେୟ ଦେବାକୁ ପଡିଥାଏ'

ସେପଟେ ଶାନ୍ତି ପାଖକୁ 5 ଲକ୍ଷ ଟଙ୍କା ପଠାଇବା ପରେ ଅଭିଲାଶଙ୍କୁ 1 କୋଟି 60 ଲକ୍ଷ ଟଙ୍କା (ମୋଟ 200 ପ୍ୟାକେଟ ଔଷଧ)ର 10 ପ୍ରତିଶତ ଟଙ୍କା ପଠାଇବାକୁ କହିଥିଲେ ଶାନ୍ତି । ଅଭିଳାଶ ଏହି ଟଙ୍କା ଦେବାକୁ ମନା କରିଦେବା ସହ ଏନେଇ ଷ୍ଟିଭଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ପରେ ଷ୍ଟିଭ ତାଙ୍କୁ ଏକ ଫରେନ ବ୍ୟାଙ୍କ ଆକାଉଣ୍ଟ ବିଷୟରେ କହିବା ସହ ସେଠାରେ ଏକ ଆକାଉଣ୍ଟ ଖୋଲିବାକୁ କହିଥିଲେ । ଖାତା ଖୋଲିବା ନାମରେ ଅଭିଲାଶ 10.73 ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ତେବେ ଟଙ୍କା ପଠାଇବାର ପରଦିନ ୱିଲସନ, ଷ୍ଟିଭ ଓ ଶାନ୍ତିଙ୍କୁ କଲ୍‌ କରିଥିଲେ ଅଭିଳାଶ । କିନ୍ତୁ ସେମାନଙ୍କ ନମ୍ବର ସୁଇଚ୍ ଅଫ୍ ଥିଲା । ଅଭିଳାସ ଠକାମୀର ଶୀକାର ହୋଇଥିବା ଜାଣିପାରି ଏହି ଠକେଇକାରୀଙ୍କ ବିରୋଧରେ ବିଥୋର ଥାନାରେ ଏକ ମାମଲା ଦାୟର କରିଛନ୍ତି । ଅଭିଳାଶଙ୍କ କହିବାନୁସାରେ, ଏହି ଠକେଇରେ ତାଙ୍କଠାରୁ ମୋଟ 21 ଲକ୍ଷ ଟଙ୍କା ଠକିଥିଲା । ସେପଟେ ମାମଲା ରୁଜୁ ପରେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 8, 2024, 5:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.