ETV Bharat / bharat

Karnataka Elections: ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ବେଳେ ଫସିଲା ଆମ୍ବୁଲାନ୍ସ

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ରେ ଅଟକି ରହିଲା ଆମ୍ବୁଲାନ୍ସ । ଆଜି ବେଙ୍ଗାଲୁରୁରେ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : May 6, 2023, 8:48 PM IST

Karnataka elections: ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ବେଳେ ଫସିଲା ଆମ୍ବୁଲାନ୍ସ

  • Ambulances stuck, chaos on road!

    If the PM has any shame left or even an iota of concern for the people of Bengaluru, he would immediately cancel part 2 of the #40km40percent roadshow tomorrow. But we all know that all he cares for is his Grand Tamasha!

    pic.twitter.com/XjUi2VK8yA

    — Jairam Ramesh (@Jairam_Ramesh) May 6, 2023 " class="align-text-top noRightClick twitterSection" data=" ">

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ବେଳେ ଆମ୍ବୁଲାନ୍ସ ଫସିରହିବା ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ସହରର ଜୟନଗର ମେଟ୍ରୋ ଷ୍ଟେସନ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ପୋଲିସ ଲଗାଇଥିବା ବାରିକେଡ ମଧ୍ୟରେ ଦୁଇଟି ଆମ୍ବୁଲାନ୍ସ ଫସି ରହିଥିଲା । ବେଶ କିଛି ସମୟ ଧରି ଆମ୍ବୁଲାନ୍ସ ସାଇରନ ମାରିବା ସହ ଭିଡ ଭିତରେ ଫସି ରହିଥିବା ଦେଖିବାକୁ ମିଳିଥିଲା । ସେଠାରେ ପୋଲିସ କର୍ମୀ ଓ ଟ୍ରାଫିକ୍‌ ପୋଲିସ ଥିଲେ ସୁଦ୍ଧା ଭିଡ ମଧ୍ୟରୁ ଆମ୍ବୁଲାନ୍ସ ବାହାର କରିବା ପାଇଁ ପ୍ରୟାସ କରାଯାଇନଥିବା ଦେଖିବାକୁ ମିଳିଛି । ଭିଡିଓକୁ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ କରି ବିଜେପି ଉପରେ ବର୍ଷିଛନ୍ତି ।

ସୂଚନା ଅନୁସାରେ, ଆମ୍ବୁଲାନ୍ସ ପ୍ରାୟ 10 ମିନିଟ ଧରି ଅଟକି ରହିଥିଲା । ସାଇରନ ମାରୁଥିଲେ ସୁଦ୍ଧା ଟ୍ରାଫିକ ପୋଲିସ ଆମ୍ବୁଲାନ୍ସକୁ ଭିଡରୁ ବାହାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଅନ୍ୟପଟେ ପ୍ରଧାମନ୍ତ୍ରୀଙ୍କ ପାଇଁ ସିଲ ହୋଇଥିବା ମୁଖ୍ୟରାସ୍ତାକୁ ସଂଯୋଗ କୁରଥିବା ରାସ୍ତାରେ ପୂର୍ବରୁ ବାରିକେଡ ଲାଗିଥିବା ବେଳେ ଅନ୍ୟ ଗାଡିଗୁଡିକ ମଧ୍ୟ ଅଟକି ରହିଥିଲେ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭିଡିଓକୁ ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ଏପରି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଲଜ୍ଜା ଅନୁଭବ କରିବା ଉଚିତ ବୋଲି ଜୟରାମ ରମେଶ ଟ୍ବିଟ କରିଛନ୍ତି ।

କର୍ଣ୍ଣାଟକ ବିଧାନନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଆଜି ରୋଡ ସୋ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ନିର୍ଦ୍ଧିଷ୍ଟ ରୁଟ ନିର୍ଦ୍ଧାରିତ ହେବା ସହ ପ୍ରୋଟୋକଲ ଅନୁସାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରୋଡ ସୋ ଅତିକ୍ରମ କରିବା ସମୟରେ ଉକ୍ତ ମାର୍ଗ ସାଧାରଣ ଗମନାଗମନ ପାଇଁ ସାମୟିକ ବନ୍ଦ ରଖାଯିବା ନେଇ ମଧ୍ୟ ଲୋକଙ୍କୁ ଅବଗତ କରାଯାଇଥିଲା । ତଥାପି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ସମୟରେ ଏପରି ଦୁଇଟି ଆମ୍ବୁଲାନ୍ସ ଆସି ଟ୍ରାଫିକ ମଧ୍ୟରେ ଫସି ରହିବା ଓ ପୋଲିସ, ଟ୍ରାଫିକ ପୋଲିସ ଉପସ୍ଥିତ ଥାଇ ମଧ୍ୟ ଆମ୍ବୁଲାନ୍ସ ପାଇଁ ରାସ୍ତା କ୍ଲିଅରାନ୍ସ ନକରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

10 ତାରିଖରେ ମତଦାନ ହେବାକୁ ଥିବା ବେଳେ ପ୍ରଚାର ପାଇଁ ଆଉ ମାତ୍ର ହାତରେ ଦୁଇ ଦିନ ରହିଛି । ବିଜେପି ପାଇଁ ଦଳର ସବୁଠୁ ଲୋକପ୍ରିୟ ଓ ବଡ ଚେହେରା ପ୍ରଧାନମନ୍ତ୍ରୀ ରାଜ୍ୟବ୍ୟାପି ପ୍ରଚାର କରିଛନ୍ତି । ଆଜି ରାଜଧାନୀ ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ରୋଡ ସୋ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.