ETV Bharat / bharat

ମୃତକଙ୍କ ଘରେ ଚୋରି କରିବାକୁ ପ୍ରବର୍ତ୍ତାଇଲା ଆମ୍ବୁଲାନ୍ସ ଡ୍ରାଇଭର: ପୁଅ ସହ ଅନ୍ୟ ସହଯୋଗୀ ଗିରଫ - ambulance driver arrested in Maharashtra

ମୃତ ବ୍ୟକ୍ତିଙ୍କ ଘରେ କଳା କନା ବୁଲାଇଛନ୍ତି ଚୋର ।ଏହି ଘଟଣାରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭ ଓ ତାଙ୍କ ପୁଅଙ୍କ ସମେତ ଦୁଇ ସହଯୋଗିଙ୍କୁ ରିରଫ କରିଛି । ଏଥିରେ ୨ ଜଣ ନାବାଳକ ସଂପୃକ୍ତ ଥିବା ଜଣା ପଡିଛି । ଅଧିକ ପଢନ୍ତୁ....

ମୃତ ବ୍ୟକ୍ତିଙ୍କ ଘରୁ ଚୋରି କରି: ବାପ , ପୁଅ ଗିରଫ

author img

By ETV Bharat Odisha Team

Published : Sep 1, 2023, 5:20 PM IST

ମୁମ୍ବାଇ: ମହାଷ୍ଟ୍ରର ନାଗପୁର ଅଞ୍ଚଳରୁ ଏକ ବିବେକଶୂନ୍ୟ ଘଟଣା ସାମ୍ନାକୁ ଆସିଛି । ଜଣେ ମୃତ ବ୍ୟକ୍ତିଙ୍କ ଘରେ କଳା କନା ବୁଲାଇଛନ୍ତି ଚୋର । କଳ୍ପନା ଗୋଡେସ ନାଣକ ଜଣେ ମହିଳାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ଯାହାଫଳରେ ସେ ତାଙ୍କ ସ୍ବାମୀଙ୍କ ମୃତ ଶରୀରକୁ ନିଜ ପୈତୃକ ଗାଁକୁ ନେବାକୁ ଚାହିଁଥିଲେ । ନାଗପୁରରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ପୈତୃକ ଗାଁକୁ ନେଇଥିଲେ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଉକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ପୁଅ ଓ ତାର କିଛି ସହଯୋଗୀଙ୍କ ସହ ମିଶି କଳ୍ପନାଙ୍କ ଘରୁ ଚୋରି କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଆମ୍ବୁଲାନ୍ସ ଡ୍ରାଇଭ ଓ ତାଙ୍କ ପୁଅଙ୍କ ସମେତ ଦୁଇ ସହଯୋଗୀଙ୍କୁ ମଧ୍ୟ ରିରଫ କରିଛି । ଏଥିରେ ୨ ଜଣ ନାବାଳକ ସଂପୃକ୍ତ ଥିବା ଜଣା ପଡ଼ିଛି ।

ସୂଚନାଯୋଗ୍ୟ କଳ୍ପନା ଗୋଡେସ ଓ ତାଙ୍କ ସ୍ବାମୀ ନାଗପୁରର ସକ୍ରଦାର ଥାନା ଅଞ୍ଚଳରେ ଏକ କ୍ବାଟରରେ ରହୁଥିଲେ । ଗତ ଅଗଷ୍ଟ ୨୦ ତାରିଖ ଦିନ କଳ୍ପନାଙ୍କ ସ୍ବାମୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେ ତାଙ୍କ ସ୍ବାମୀଙ୍କ ମୃତଦେହକୁ ମଧ୍ୟପ୍ରଦେଶ ସ୍ଥିତ ନିଜ ପୈତୃକ ଗାଁକୁ ନେବାକୁ ଚାହିଁଥିଲେ । ଏଣୁ ଏକ ଆମ୍ବୁଲାନ୍ସ ଯୋଗେ ସ୍ବାମୀଙ୍କ ମୃତଦେହକୁ ନେଇ ନିଜ ପୈତୃକ ଗାଁକୁ ଯାଇଥିଲେ । ଏଥି ସହିତ ଘରର ସମସ୍ତ ସଦସ୍ୟ ମଧ୍ୟ ଗାଁକୁ ଚାଲି ଯାଇଥିଲେ । ତେବେ କେହି ନଥିବାର ସୁଯୋଗ ନେଇ ସେହି ଦିନ ରାତିରେ ଉକ୍ତ ଆମ୍ବୁଲାନ୍ସ ଡ୍ରାଇଭର ପୁଅକୁ ସେହି ଘରେ କଳାକନା ବୁଲାଇବାକୁ ପ୍ରବର୍ତ୍ତାଇ ଥିଲା । ପୁଅ ଏବଂ ତାର କିଛି ସହଯୋଗୀ ମିଶି କଳ୍ପନାଙ୍କ ଘରେ ଚୋରି କରିଥିଲେ । ସେମାନେ ଘରୁ ଦାମୀ ଫୋନ, ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଚୋରି କରି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ ....ପୋଲିସକୁ ଚ୍ୟାଲେଞ୍ଜ, ହାଇ ସିକ୍ୟୁରିଟି MCL କମ୍ପାନୀର କ୍ୱାଟରରୁ ଚୋରି

କଳ୍ପନା ଯେତେବେଳେ ସବୁ କାର୍ଯ୍ୟସାରି ଘରକୁ ଆସିଲେ ଜାଣିବାକୁ ପାଇଲେ ତାଙ୍କ ଘରୁ ସବୁକିଛି ଚୋରି ହୋଇଯାଇଛି । ସେ ସଙ୍ଗେସଙ୍ଗେ ସକ୍ରଦାର ପୋଲିସ ଥାନା ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଅଧାରରେ ବିଭିନ୍ନ ସିସିଟିଭି ଯାଞ୍ଚ କରି ଚୋରମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଏହା ପରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ଅଶ୍ବଜିତ ୱାଙ୍ଖଡେ ଏବଂ ତାର ପୁଅ ନିତେଶ ୱାଙ୍ଖଡ଼େକୁ ଗିରଫ କରିବା ସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଦୁଇ ନାବାଳକୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛି । ଘଟଣାର ତଦନ୍ତ ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଅଶ୍ବଜିତ ୱାଙ୍ଖଡେ ହିଁ ତାର ପୁଅକୁ ଚୋରି କରିବା ପାଇଁ କହିଥିବା ସ୍ବୀକାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.