ନୂଆଦିଲ୍ଲୀ: କତାର ସ୍ଥିତ ଭାରତୀୟ ଦୂତାବସର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ( Deepak Mittal) ଦୋହାରେ ତାଲିବାନ ପ୍ରତିପକ୍ଷଙ୍କ ସହ କରିଛନ୍ତି ଆଲୋଚନା । ତାଲିବାନ ଟପ ଲିଡର ମହମ୍ମଦ ଅବାସ ସ୍ତାନିକଜାଇ ( Mohammad Abbas Stanekzai)ଙ୍କ ସହ ଆଲୋଚନା କରିଛନ୍ତି ଦୀପକ । ତାଲିବାନ ପ୍ରତିପକ୍ଷଙ୍କ ଅନୁରୋଧ କ୍ରମେ ହୋଇଛି ଏହି ବୈଠକ ।
ଆଫଗାନିସ୍ତାନରେ ଫସିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଉପରେ ଆଲୋଚନା ହୋଇଛି । ଏହା ସହିତ ଆଫଗାନ ସଂଖ୍ୟାଲଘୁ ଯେପରି ଭାରତ ଭ୍ରମଣରେ ଆସିପାରନ୍ତି ସେ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ଏହାସହିତ ଆଲୋଚନା ସମୟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି ଭାରତ । ଆଗକୁ ଆଫଗାନ ମାଟି ଯେପରି ଆତଙ୍କବାଦୀଙ୍କ ଭୂସ୍ବର୍ଗ ନ ପାଲଟେ, ସେଥିପ୍ରତି ଭାରତ ଉଦବେଗ ଥିବା ପ୍ରକାଶ କରିଛି । ଆଫଗାନିସ୍ତାନରେ ଯେପରି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଏବଂ ସମର୍ଥନ ନ ମିଳେ ସୁନିଶ୍ଚିତ କରିବାକୁ କହିଛି ଭାରତ ।