ETV Bharat / bharat

ପୁଣି ଅମ୍ବାନୀ ପରିବାରକୁ ଧମକ - ମୁକେଶ ଅମ୍ବାନୀ ପରିବାରକୁ ଧମକ

ବିଶିଷ୍ଟ ଉଦ୍ୟୋଗପତି ତଥା ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ଧମକ କଲ ଆସିଛି । ଅଧିକ ପଢନ୍ତୁ

ପୁଣି ଆମ୍ବାନୀ ପରିବାରକୁ ଧମକ
ପୁଣି ଆମ୍ବାନୀ ପରିବାରକୁ ଧମକ
author img

By

Published : Aug 15, 2022, 1:50 PM IST

ମୁମ୍ବାଇ: ପୁଣି ଆମ୍ବାନୀ ପରିବାରକୁ ଧମକ । ଆଣ୍ଟିଲିଆ ମାମଲା ପରେ ବିଶିଷ୍ଟ ଉଦ୍ୟୋଗପତି ତଥା ରିଲିୟାନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ କଲ ଆସିଛି । କେହି ଜଣେ ବ୍ୟକ୍ତି ରିଲିୟାନ୍ସ ଫାଉଣ୍ଡେନସ ହସ୍ପିଟାଲର ନମ୍ବରରୁ ଏହି କଲ କରିଥିବା କୁହାଯାଉଛି । ଏନେଇ ହସ୍ପିଟାଲ ଲୋକ ଡିବି ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଖବର ପାଇବା ପରେ ପୋଲିସ ସଜାଗ ହୋଇ ପୁରା ମାମଲାର ତଦନ୍ତ ଆରମ୍ଭ କରିଛି । ଏହାରି ଭିତରେ ମୋଟ 8 ଥର ଧମକ କଲ ଆସିଥିବା ଜଣାପଡିଛି । ପୋଲିସ ସମସ୍ତ କଲ ରେକର୍ଡର ଯାଞ୍ଚ କରୁଛି ।

ଏହା ବି ପଢନ୍ତୁ...ଆଲୋକମାଳାରେ ଝଲସିଲା ଆଣ୍ଟିଲିଆ, ନାତି ସହ ସ୍ୱାଧୀନତା ଦିବସ ପାଳିଲେ ଅମ୍ବାନୀ

କେହି ଜଣେ ବ୍ୟକ୍ତି ଏଚ.ଏନ ରିଲିୟାନ୍ସ ହସ୍ପିଟାଲ ଲ୍ୟାଣ୍ଡ ଲାଇନ ନମ୍ବରରୁ ମୁକେଶ ଆମ୍ବାନୀଙ୍କ ପରିବାରକୁ ଧମକ କଲ କରିଛି । ମୋଟ 8 ଥର କଲ ଯାଇଛି । କିଛି ଘଣ୍ଟା ଭିତରେ ବଡ ଅଘଟଣ ଘଟାଇବା ନେଇ କଲରେ କହିଛି ଅଜଣା ବ୍ୟକ୍ତି । କଲ କରିଥିବା ବ୍ୟକ୍ତି ନିଶ୍ଚୟ ଗିରଫ ହେବ ବୋଲି କହିଛନ୍ତି ମୁକେଶ ଆମ୍ବାନୀ । ପୋଲିସ ପାଖରେ ଖବର ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଛି । ଡାକ୍ତରଖାନା ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କହିଛି କଲ କରିଥିବା ବ୍ୟକ୍ତି ଜଣେ ମାନସିକ ରୋଗୀ । ଆମ୍ବାନୀ ପରିବାରକୁ ଏହା ଦ୍ବିତୀୟ ଧମକ କଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.